‘ରୋଟାରୀ କ୍ଲବ କଳିଙ୍ଗନଗର’ର ୧୧ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ

ବ୍ୟାସନଗର,୧୭/୦୮(ଉ. ନ୍ୟୁଜ୍ ବ୍ୟୁରୋ): ‘ରୋଟାରୀ କ୍ଲବ କଳିଙ୍ଗନଗର’ର ୧୧ତମ ଅଧଷ୍ଠାନ ଉତ୍ସବ ସ୍ଥାନୀୟ ହୋଟେଲ ‘ଯଯାତି କୋର୍ଟୟାର୍ଡ଼’ ଠାରେ କ୍ଳବର ୨୦୨୩-୨୪ର ସଭାପତି ରୋଟାରିଆନ ଶିବାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବରିଷ୍ଠ ପ୍ରଶାସକ, ଅବସରପ୍ରାପ୍ତ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ତଥା ରୋଟାରୀ ଡିଜିଏନ୍ ଅନୀଲ କୁମାର ସାମଲ ଓ ସମ୍ମାନିତ ଅତିଥି ଭାବେ ଏଡିଏମ୍ କଳିଙ୍ଗନଗର ଲଙ୍କେଶ୍ୱର ଅମାତ୍ ଯୋଗ ଦେଇ ‘ରୋଟାରୀ’ କ୍ଲବର ବହୁମୁଖି ସମାଜସେବାର ଦିଗ ଉପରେ ଆଲୋକପାତ କରିଥିଲେ । କ୍ଲବ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ସହ ସଭ୍ୟ ସଂଖ୍ୟା ବିଶେଷକରି ସଭ୍ୟା ସଂଖ୍ୟା ବୃଦ୍ଧି ପାଇଁ କ୍ଲବ ଆଭିମୁଖ୍ୟ ରଖୁ ବୋଲି ଶ୍ରୀଯୁକ୍ତ ସାମଲ ପରାମର୍ଶ ଦେଇଥିଲେ । ରୋଟାରିଆନ୍ ଇଂ. ମହେନ୍ଦ୍ର କୁମାର ପଣ୍ଡା ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲା ବେଳେ ରୋଟାରିଆନ ମନୋଜ କୁମାର ବାରିକ ୨୦୨୩-୨୪ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ । ରୋଟାରିଆନ୍ ଇଂ. କମଳ ଲୋଚନ ସାହୁଙ୍କୁ ୨୦୨୪-୨୫ ବର୍ଷର ସଭାପତି ଓ ସମ୍ପାଦକ ରୋଟାରିଆନ୍ ଇଂ. ଗୋପିନାଥ ସାହୁଙ୍କୁ ସଂପାଦକ ଦାୟିତ୍ୱ ଭାର ଅର୍ପଣ କରାଯାଇଥିଲା । ୦୨ଜଣ ନୂତନ ସଭ୍ୟ ରୋଟାରିଆନ ହେମନ୍ତ କୁମାର ଦାସ, ସୂର୍ଯ୍ୟମଣି ବେହେରା ଓ ଏଡିଏମ୍ କଳିଙ୍ଗନଗର ଲଙ୍କେଶ୍ୱର ଅମାତଙ୍କୁ ଅତିଥି ସଭ୍ୟ ଭାବେ କ୍ଲବରେ ସାମିଲ କରାଯାଇଥିଲା । କ୍ଲବର ରୋଟାରିଆନ୍ ମହେନ୍ଦ୍ର ପଣ୍ଡାଙ୍କର ସାନ ଝିଅ ରୋଶନି ପଣ୍ଡା ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ସରଜେଂଟ ଆଟ ଆରମ ରୋଟାରିଆନ ସଞ୍ଜୟ ମିଶ୍ର ଉପସ୍ଥାନ ତଥ୍ୟ ପ୍ରଦାନ କରିଥିଲେ । କ୍ଲବର ବରିଷ୍ଠ କର୍ମକର୍ତା ରୋଟାରିଆନ ସୁଦୀପ କୁମାର ମିଶ୍ର(ଟୁଟୁ)ଙ୍କୁ ଏହି ଅବସରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରିଆନ ଦିନେଶ କୁମାର ସାହୁ ଧନ୍ୟବାଦନ ଅର୍ପଣ କରିବା ପରେ ନୂତନ ସଭାପତି ରୋଟାରିଆନ କମଳ ଲୋଚନ ସାହୁ ସଭାକୁ ଭଙ୍ଗ କରିଥିଲେ । ଏହି ସୁନ୍ଦର କାର୍ଯ୍ୟକ୍ରମ ପରିଚାଳନାରେ ରୋଟାରିଆନ ସର୍ବଶ୍ରୀ ସୁଦୀପ କୁମାର ମିଶ୍ର, ଅକ୍ଷୟ କୁମାର ପତି, ଆଡଭୋକେଟ ଲୋକନାଥ ରାଉତ, ସୂର୍ଯ୍ୟକାନ୍ତ ବିଶ୍ୱାଳ, ଡ. ଦେବସ୍ମିତା ସାହୁ, ଡ. ପରମେଶ୍ୱର ଦାସ, ରାମଚନ୍ଦ୍ର ସେନାପତି, ଅଚ୍ୟୁତାନନ୍ଦ ମହାନ୍ତି, ଅରୁଣ କୁମାର ବେହେରା, ଦେବକଲ୍ୟାଣ ଦାସ, ଇଂ କୈଳାସ ଚନ୍ଦ୍ର ସାହୁ, ଯୁଧିଷ୍ଟିର ତରାଇ, ଜୟନ୍ତ ଦାସ, ସଞ୍ଜୟ ବୋଇତାଇ ଓ ସମସ୍ତ ପରିବାର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଅନ୍ୟ କ୍ଲବର ପ୍ରମୁଖ କାର୍ଯ୍ୟକର୍ତା ସର୍ବଶ୍ରୀ ଉଦୟନାଥ ମାଝୀ, ସଂଗ୍ରାମ ପଟ୍ଟନାୟକ, ବଳରାମ ମହାନ୍ତି, ପ୍ରସନ୍ନ ଦାସ, ମୃଣାଳ ନାୟକ, ସମରେନ୍ଦ୍ର ପରିଜା, ମୁକେଶ କୁମାର ସାମଲ, ଅଶୋକ କୁମାର ମହାପାତ୍ର, ଯୁଧିଷ୍ଠିର ରାଉତ, ଡ଼ଃ. ନିତ୍ୟାନନ୍ଦ ମିଶ୍ର, ପ୍ରସନ୍ନ ବିଶ୍ୱାଳ, ଶରତ ଚନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close