ଓଡ଼ିଶାରେ ବିଧାନ ପରିଷଦ ଗଠନକୁ ଇଣ୍ଡିଆ ସିଟିଜେନ୍ସ ପାର୍ଟିର ବିରୋଧ
ବ୍ୟାସନଗର,୦୮/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ବିଜୁ ଜନତା ଦଳ ସରକାରର ପ୍ରସ୍ତାବକୁ ବିରୋଧ କରି ଇଣ୍ଡିଆନ ସିଟିଜେନ୍ସ ପାର୍ଟିର ଆନ୍ଦୋଳନରେ ସାମିଲ ହୁଅନ୍ତୁ । ସାଂସଦ, ବିଧାୟକ, ବିଧାୟିକା, ବିଧାନ ପରିଷଦ ସଦସ୍ୟ ସଦସ୍ୟା ମାନଙ୍କର ତିନି ପୁରୁଷର ପାଇଁ ଦରମା, ପେନସନ୍ ଓ ଫ୍ୟାମିଲି ପେନସନର ବ୍ୟବସ୍ଥା କରି ଭାରତୀୟ ଜନତା ପାର୍ଟି ଇଣ୍ଡିଆରେ ଗଣତନ୍ତ୍ରକୁ ହତ୍ୟା କରିଛି । ସରକାରୀ କର୍ମଚାରୀ ମାନଙ୍କ ପେନ୍ସନ୍ ପ୍ରତ୍ୟାହାର କରି ସାଂସଦ, ବିଧାୟକ, ବିଧାୟିକା ମାନଙ୍କୁ କାହଁକି ତିନି ପୁରୁଷ ପାଇଁ ଦରମା, ପେନ୍ସନ୍ ଓ ଫ୍ୟାମିଲି ପେନ୍ସନ୍ ଦିଆଯାଉଛି ସେ ସମ୍ବନ୍ଧରେ ବିଜେପି, ବିଜେଡ଼ି ଓ କଂଗ୍ରେସ ଦଳ ରାଜ୍ୟବାସୀଙ୍କ ସମେତ ଦେଶବାସୀଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଓଡ଼ିଶା ହାଇକୋର୍ଟର ଅଭିଜ୍ଞ ଆଇନଜୀବୀ ଇଣ୍ଡିଆନ୍ ସିଟିଜେନ୍ସ ପାର୍ଟିର ସଭାପତି ରମେଶ ଚନ୍ଦ୍ର ରାଉତ ଦାବି କରିଛନ୍ତି ।
Live Share Market