କଂଗ୍ରେସର ପ୍ରଜା ଦରବାର ନାମକରଣକୁ ବିରୋଧ କଲା ଇଣ୍ଡିଆନ ସିଟିଜେନସ ପାର୍ଟି
ଭୁବନେଶ୍ୱର, ତା ୯/୧୨(ଉ. ନ୍ୟୁଜ୍ ବ୍ୟୁରୋ): ତେଲେଙ୍ଗାନାରେ ନବ ଗଠିତ କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ପ୍ରଜା ଦରବାରର ନାମକରଣକୁ ଇଣ୍ଡିଆନ ସିଟିଜେନସ ପାର୍ଟି ବିରୋଧ କରିଛି । ସାର୍ବଭୌମ ସାଧାରଣତନ୍ତ୍ର ଦେଶ ଇଣ୍ଡିଆରେ ଇନ୍ଦିରାଗାନ୍ଧୀ ରାଜା ମହାରାଜାମାନଙ୍କର ହାତପାଣ୍ଠି ଉଛେଦ କରି ଦେଶବାସୀଙ୍କର ପ୍ରିୟଭାଜନ ହୋଇଥିଲେ । ବିଜେପି ଦଳ ରାଜା ମହାରାଜାମାନଙ୍କର ଦଳ, ତେଣୁ ତେଲେଙ୍ଗାନା ର ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଜା ଦରବାର ନାମ ଉଛେଦ କରି ଅନ୍ୟ ଏକ ନାଗରିକ ସମ୍ବନ୍ଧୀୟ ନାମକରଣ କରିବାକୁ ଇଣ୍ଡିଆନ ସିଟିଜେନସ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି ।
Live Share Market