ଭିସିଆଇ କେମିକାଲ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଜନଶୁଣାଣିକୁ ବିରୋଧ; ଜନଶୁଣାଣି ଠପ୍

କଳିଙ୍ଗନଗର, (ଉମାକାନ୍ତ ମହାପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ କାରଖାନା । ଏହି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସରକାରୀ ନିୟମ ଅନୁସାରେ ସର୍ବସାଧାରଣଙ୍କ ଅନୁମତି ନିମନ୍ତେ ଏକ ଜନଶୁଣାଣି ହୋଇଥାଏ । କିନ୍ତୁ ବିଡ଼ମ୍ବନାର ଘଟଣା ଜନସାଧାରଣ ଭିସିଆଇ କେମିକାଲ ପ୍ରାଇଭେଟ୍ ଲିମିଟେଡ୍ କେମିକାଲ ପ୍ଲାଣ୍ଟକୁ ଘୋର ବିରୋଧ କରିଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପୂର୍ବରୁ ଗଢ଼ିଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ଜନସାଧାରଣଙ୍କ ସହଯୋଗରେ ଶିଳ୍ପ ପ୍ରତିଷ୍ଠା କରିବା ପରେ ଜନସାଧାରଣଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ପଛାନ୍ତି ନାହିଁ ।  କଳିଙ୍ଗନଗରର ସଚେତନ ନାଗରିକ ଏହାର ସଠିକ୍ ଜାବାବ ଦେଇଛନ୍ତି । ତେଣୁ ଦାନଗଦି ଭବନ ଠାରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା  ହେଉଥିବା ଜନଶୁଣାଣିକୁ ସ୍ଥାନୀୟ ଲୋକେ ବିରୋଧ କରି ବନ୍ଦ କରିଦେଲେ । ଜନଶୁଣାଣିରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ କଳିଙ୍ଗନଗର ଅତିତିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପ୍ରମୋଦ କୁମାର ବେହେରା ଏହି ପରିବେଶ ମଞ୍ଜୁରୀ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ପାଇଁ ପଦକ୍ଷେପ ନେଇଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close