‘ଆଗାମୀ ଓଡ଼ିଶା’ ପକ୍ଷରୁ ରଘୁନାଥପୁରରେ ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ଜୟନ୍ତୀ ପାଳିତ

ରଘୁନାଥପୁର, ୦୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଜଗତ୍‌ସିଂହପୁର ଜିଲ୍ଲା ରଘୁନାଥପୁରରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଆଗାମୀ ଓଡ଼ିଶା’ ପକ୍ଷରୁ ଉତ୍କଳମଣି ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ୧୪୬ତମ ଜୟନ୍ତୀ ତଅଁରା ଗ୍ରାମପଂଚାୟତର ‘ଜୟପ୍ରକାଶ ଶିକ୍ଷାନିକେତନ’, ରାମଚନ୍ଦ୍ରପୁରଠାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇଂ. ବାବାଜୀ ଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସୋମବାର ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ‘ବିଶ୍ୱ ଓଡ଼ିଆ ମହାସଂଘ’ର ସଭାପତି ତଥା ‘ଓଡ଼ିଶା ମୋ’ ପରିବାର’ର ସଦସ୍ୟ ଡ଼. ସୁରେନ୍ଦ୍ରନାଥ ମହାପାତ୍ର, ‘ଆଗାମୀ ଓଡ଼ିଶା’ର ପ୍ରତିଷ୍ଠାତା ତଥା ‘ସମାଜ’ର ବରିଷ୍ଠ ସାମ୍ବାଦିକ ବିଜୟ ସ୍ୱାଇଁ, ତଅଁରା ସରପଂଚ ବଟକୃଷ୍ଣ ନାୟକ, ସମିତିସଭ୍ୟା ଶାନ୍ତିଲତା ଦ୍ୱିବେଦୀ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ, ଅଧ୍ୟାପକ ଦେବେନ୍ଦ୍ରନାଥ ବାରିକ, ଅଧ୍ୟାପକ ଭଗବାନ ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ୟାରୀମୋହନ ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମିଶ୍ର, ସମାଜସେବୀ ବିଜୟ ମହାପାତ୍ର, ପାର୍ଥସଖା ପାଲଟାସିଂ, ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ । ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ମହାପୁରୁଷ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଧୂପଦୀପ, ଚନ୍ଦନ ଦେଇ ପୂଜା କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଡ଼. ସୁରେନ୍ଦ୍ରନାଥ ମହାପାତ୍ର, ସରପଂଚ ବଟକୃଷ୍ଣ ନାୟକ, ସମିତିସଭ୍ୟା ଶାନ୍ତିଲତା ଦ୍ୱିବେଦୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକପବିତ୍ର କୁମାର ସ୍ୱାଇଁ, ଧରଣୀଧର ଜେନା, ସୁଧିର କୁମାର ନାୟକ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ଯଶୋବନ୍ତୀ ରାଉତ, ବନ୍ଦନା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସୁଧିର କୁମାର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close