ବି କେ ଉତ୍କଳ ଷ୍ଟିଲ୍ କମ୍ପାନୀ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦାନଗଦି ଭବନରେ ଜନଶୁଣାଣୀ
ଯାଜପୁର (କଳିଙ୍ଗନଗର ): ଯାଜପୁର ଜିଲ୍ଲା ଜଖପୁରା ଥାନା ଅନ୍ତର୍ଗତ ମେସର୍ସ ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ ଲିମିଟେଡ କମ୍ପାନୀ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦାନଗଦି ଭବନଠାରେ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କଳିଙ୍ଗନଗର ଶାଖାର ପ୍ରଦୂଷଣ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ କରିଥିଲେ । ପ୍ରସ୍ତାବିତ କାରଖାନାରେ ୫ ଏମଟିପିଏ ରୋଲିଂମିଲ କ୍ଷମତା ବିଶିଷ୍ଟ ଟିଏମଟିରିବାର ଏବଂ ତାରଯୁକ୍ତ ରଡ଼ ଉତ୍ପାଦନ କାରଖାନା ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । କାରଖାନା ପ୍ରତିଷ୍ଠା ଯେଉଁଠି ବି ହୁଏ ଭାରତ ସରକାରଙ୍କ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ନେଇ ଏକ ପରିବେଶ ମଞ୍ଜୁରୀ ଆବଶ୍ୟକ ହୁଏ l ଏହି ଜନ ଶୁଣାଣୀ ଆରମ୍ଭରେ ବିକେ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଅଧିକାରୀ ମାନସ, ଗ୍ରାମବାସୀ, ବୁଦ୍ଧିଜୀବି ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନା କରିଥିଲେ, ସମୁଦାୟ ୩୨ ଜଣ ନିଜର ମତ ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯ ଜଣ କାରଖାନା ସ୍ଥାପନ ସପକ୍ଷରେ ମତ ରଖିଥିବା ବେଳେ ବାକି ୩ ଜଣ ବିରୋଧ କରିଥିବା ଦେଖିବାକୁ ମିଳିଥିଲା ଉକ୍ତ ଜନଶୁଣାଣିରେ ମୁଖ୍ୟତ ପ୍ରଦୂଷଣ, ବେକାରୀ, ସ୍ଥାନୀୟ ଠିକାଦାର, ପାରିପାର୍ଶ୍ବକ ଉନ୍ନୟନ ପାଇଁ ସମସ୍ତ ଦୃଷ୍ଟି ହେଉଥିବା କାରଖାନାର କର୍ମଚାରୀ ସବିଶେଷ ବିବରଣୀ ପାଠ କରିଥିଲେ, କଳିଙ୍ଗନଗର ଶିଳ୍ପାଞ୍ଚଳ ଯଖପୁରା ଥାନା ପାର୍ଶ୍ଵରେ ଇଡ଼କୋ ପକ୍ଷରୁ ୨୬.୨୪୮ ହେକ୍ଟର ଜମି ବା ୬୪.୮୬୪ ଏକର ଜମି କାରଖାନା ସ୍ଥାପନ ପାଇଁ ଯୋଗାଇ ଦିଆଯାଇଛି । ଏହି ଜନ ଶୁଣାଣିରେ ଯଖପୁରା, ମଙ୍ଗଳପୁର, ମାନତିରା,ଚାନ୍ଦିଆ ପଞ୍ଚାୟତ ର ଜନପ୍ରତିନିଧି ମାନଙ୍କୁ ଅଗ୍ରାଧିକାର ଦେବାକୁ ଜିଲ୍ଲା ପ୍ରଶାସନ ଓ କମ୍ପାନୀ ପାଖରେ ଦାବି ଉପସ୍ଥାପନ କରିଥିଲେ , ଉପଯୁକ୍ତ ବିସ୍ଥାପନ ଓ ଥଇଥାନ ପାଇଁ ମଧ୍ୟ ଦାବୀ ଉଠି ଥିଲା l ଏହି ଜଣାଶୁଣାଣୀରେ ପ୍ରଶାସନିକ ଅଧିକାରୀ କଳିଙ୍ଗନଗର ଅତିରିକ୍ତ ଏସ. ପି. ଏସ. ଟୋପ , ଦାନଗଦି ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ, ଆଖପାଖ ସବୁଥାନାର ଭାରପ୍ରାପ୍ତ ଅଧିକାରୀ ଓ ପ୍ରଦୂଷଣ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ । (ଉମାକାନ୍ତ ମହାପାତ୍ରଙ୍କ ରିପୋର୍ଟ)