ଯାଜପୁର ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଯାଜପୁର, ୦୧ା୧୦(ଉ.ନ୍ୟୁଜ୍ ବ୍ୟରୋ): ଆଜି ରବିବାର ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ସଦର ମହକୁମାସ୍ଥ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଯାଜପୁର ଜିଲ୍ଳ୍‌ା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଅଚ୍ଥି । ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମିଳିତ ଆନୁକୂଲ୍ୟରେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ପରାମର୍ଶଦାତା ଡଃ ବିଜୟ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାଧାରଣ ସଭାରେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉଦ୍‌ବୋଧନରେ କହିଲେ ଯେ, ୧୯୯୦ ମସିହା ଡିସେମ୍ୱର ମାସରେ ମିଳିତ ଜାତିସଂଘରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅକ୍ଟୋବର ୧ ତାରିଖରେ ସମଗ୍ର ବିଶ୍ୱ ପାଳନ କରିବ ବୋଲି ଘୋଷଣା କରାଯାଇଥିଲା । ସେହିକ୍ରମେ ୧୯୯୧ ମସିହା ଅକ୍ଟୋବର ୧ ତାରିଖରେ ଭାରତ ସହ ସମଗ୍ର ରାଷ୍ଟ୍ରରେ ରାଷ୍ଟ୍ରୀୟ ସ୍ତରରେ, ରାଜ୍ୟ ସ୍ତରରେ ତଥା ଜିଲ୍ଲା ସ୍ତରରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଆସୁଅଚ୍ଥି । ଭାରତରେ ଏବେ ପାଖାପାଖି ୧୫ ପ୍ରତିଶତ ବରିଷ୍ଠ ନାଗରିକ ଥିବାବେଳେ ସେମାନଙ୍କର ଆଦର୍ଶ ଏବଂ ଜ୍ଞାନର ଗନ୍ତାଘର ଆପଣେଇ ନେଲେ ଯୁବପିଢୀମାନଙ୍କ ଜୀବନ ଶୃଙ୍ଖଳିତ ହେବା ସହ ଏକାନ୍ନବର୍ତ୍ତୀ ପରିବାରରେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଜୀବନ ସୁଖମୟ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା ଯୋଗ ଦେଇ ନିଜ ବକ୍ତବ୍ୟରେ କହିଲେ ଯେ, ଆଗାମୀ ୨୦୩୦ ମସିହା ବେଳକୁ ଭାରତରେ ବରିଷ୍ଠ ନାଗରିକମାନଙ୍କ ସଂଖ୍ୟା ଶତକଡା ୨୦ ଭାଗରେ ପହଚିଂବ । ଏଣୁ ଏବେ ଠାରୁ ସେମାନଙ୍କର ସ୍ୱାସ୍ଥ୍ୟଗତ ଦିଗ, ସାମାଜିକ ଦିଗ ଏବଂ ଅର୍ଥନୀତି ଦିଗ ଉପରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନେ ନିଜର କର୍ତ୍ତବ୍ୟ ଓ ଅଧିକାର ସମ୍ୱନ୍ଧରେ ସଚେତନ ଓ ଆତ୍ମନିର୍ଭରଶୀଳ ହୋଇ ବଚିିଂବାକୁ ସେମାନଙ୍କୁ ପ୍ରେତ୍ସାହିତ କରାଯାଇପାରିଲେ ସେମାନଙ୍କ ଜୀବନ ଦୁର୍ବିସହ ନ ହୋଇ ଏକ ଆନନ୍ଦମୟ ଜୀବନ ବିତାଇପାରିବେ ବୋଲି ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବରିଷ୍ଠ ନାଗରିକ ମଂଚ ସଂପାଦକ ନୃସିଂହ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଲେ ଯେ, ବରିଷ୍ଠମାନଙ୍କ ଅଭିଜ୍ଞତାକୁ ବିନିଯୋଗ କରାଇ ଅର୍ଥନୈତିକ, ସାମାଜିକ ଓ ସ୍ୱାସ୍ଥ୍ୟ ସୁରକ୍ଷା ସେବା ନିମନ୍ତେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରାଯାଇପାରିଲେ ବରିଷ୍ଠ ନାଗରିକମାନେ ସୁଖମୟ ଜୀବନଯାପନ କରିପାରିବେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଏଡିପିଏଚ୍‌ଓ, ଯାଜପୁର ଡା. ସୁଧାଂଶୁ ଶେଖର ବଳ ଯୋଗଦେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରପଂରୁ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଗ୍ରହଣ କରାଯାଉଥିବା ପଂଚାୟତ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ସ୍ୱାସ୍ଥ୍ୟ ସେବା ସଂପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂହ ଯୋଗଦେଇ କହିଲେ ଯେ, ବରିଷ୍ଠ ନାଗରିକମାନେ ଦେଶ ଓ ରାଷ୍ଟ୍ର ପାଇଁ ମାନବ ସମ୍ୱଳ । ଏଣୁ ପିତା ମାତା ତଥା ପ୍ରତ୍ୟେକ ପରିବାରର ବରିଷ୍ଠ ନାଗରିକମାନଙ୍କର ଯତ୍ନ ଅଗ୍ରାଧିକାର ଭିତ୍ତିରେ ଶବଚ୍ଚ କୁମାର ଏବଂ ତାଙ୍କ ପିତା ମାତା ଅନ୍ଧ ମୁନି ଋଷି ପରି ସାମାଜିକ ଦାୟିତ୍ୱ ମୂଲ୍ୟବୋଧ ବଢିଲେ ବରିଷ୍ଠ ନାଗରିକମାନେ ପୁଣି ସେହି ପୁରାତନ ସଂସ୍କୃତି ଅନୁଯାୟୀ ଶ୍ରବଣକୁମାର ଭଳି ପାରିବାରିକ ଓ ସାମାଜିକ ସେବାର ଉପଲବ୍ଧତା ପାଇପାରିବେ ବୋଲି ପ୍ରକାଶ କରିଥିଲେ ।
   ପରେ ଯୋଗ ଗୁରୁ ଡଃ ସୁବାଷ ଚନ୍ଦ୍ର ତ୍ରିପାଠୀ ଓ ସାଥୀ ବରିଷ୍ଠ ନାଗରିକମାନଙ୍କୁ ଯୋଗର ପ୍ରାଧାନ୍ୟତା ଉପରେ ବୁଝାଇଥିଲେ । ମନୋରଂଜନ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଶିକ୍ଷଣୀୟ ନାଟକ “ଶେଷ ଇଚ୍ଚ୍ଥା” ଅନ୍ୱେଷଣ ଥିଏଟର ଗ୍ରୁପ କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।
ଦିବସ ଉପଲକ୍ଷେ ବରିଷ୍ଠ ନାଗରିକମାନଙ୍କ ଦୀର୍ଘାୟୁ ମଙ୍ଗଳମୟ ଜୀବନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ଏବଂ ମୁଖ୍ୟ ଅତିଥିଙ୍କ ଦ୍ୱାରା ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର ୬ଜଣ କୃତି ପ୍ରତିଯୋଗୀଙ୍କୁ ଟ୍ରପିଂ ଓ ସାର୍ଟିପିଂକେଟ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଅନ୍ୱେଷଣ ଥିଏଟର ଗ୍ରୁପ କଳାକାରମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା ଦିବସର ଊଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବକ୍ତବ୍ୟ ରଖିବା ସହ ଅତିଥି ପରିଚୟ, ସ୍ୱାଗତ ଭାଷଣ ତଥା ଧନ୍ୟବାଦ ଅର୍ପଣ ଏବଂ ସମସ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ପ୍ରକାଶଥାଉକି, ସକାଳ ଘ. ୮.୩୦ ମିନିଟ୍ ସମୟରେ ମାନସା ପୋଲ ନିକଟସ୍ଥ ରାମ ମନ୍ଦିର ନିକଟରୁ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ସଚେତନତା ରାଲି ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପହଚିଂଥିଲା । ଏହି ରାଲିକୁ ଅତିରିକ୍ତ ଜିଲ୍ଳ୍‌ାପାଳ ଦୁଖବନ୍ଧୁ ନାୟକ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଦିବସରେ ଜିଲ୍ଲାର ବିଭିନ୍ନ ବ୍ଳ୍‌କରେ ଅନେକ ଜ୍ଞାନୀ ଗୁଣୀ ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ବୃନ୍ଦ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close