ଯାଜପୁର ଜିଲ୍ଲା ଲେଖିକା ସଂସର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବ୍ୟାସନଗର: ସ୍ଥାନୀୟ ବାଲ ବିକାଶ ପବ୍ଲିକ ସ୍କୁଲ ପରିସରରେ ଯାଜପୁର ଜିଲ୍ଲା ଲେଖିକା ସଂସଦ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ସଂସଦର ସଭାପତି ହିରଣ୍ୟମୟୀଙ୍କ ନେତୃତ୍ୱରେ l ବନ ମହୋତ୍ସବ ପାଳନ ଅବସରରେ ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ସଂସଦର ସଦ୍ୟସମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ସଂସଦର ସଂପାଦିକା ବ୍ରଜେଶ୍ବରୀ ସିଂହ କହିଥିଲେ ବୃକ୍ଷ ହିଁ ଜୀବନ ଓ ବୃକ୍ଷରୋପଣ ପ୍ରତ୍ୟେକ ବ୍ୟକ୍ତିର ଏକ ଅଭ୍ୟାସରେ ପରିଣତ ହେବା ଉଚିତ l ସବୁଜ ପୃଥିବୀକୁ ସୁନ୍ଦର ବାସୋପଯୋଗୀ ରଖିବାପାଇଁ ରଖିବାପାଇଁ ଏହାହିଁ ଏକମାତ୍ର ଉପାୟ ବୋଲି ବରିଷ୍ଠl ସଦ୍ୟସା କାଞ୍ଚନ ମଲ୍ଲ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ l ଅନୁଷ୍ଠାନର ଅଧ୍ୟକ୍ଷl ପ୍ରବୀଣା ମିଶ୍ର ଓ ସ୍କୁଲର ପ୍ରତିଷ୍ଠାତା ଆଦିତ୍ୟ କୁମାର ମିଶ୍ର ଏହା ଉପରେ ସାରଗର୍ଭକ ବ୍ୟକ୍ତବ ପ୍ରଦାନ କରିଥିଲେ l ଶିକ୍ଷାନୁଷ୍ଠାନର ସମସ୍ତ କର୍ମକର୍ତା ଓ ପିଲାମାନଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା l ଲେଖିକା ସଂସଦର ବରିଷ୍ଠ ସଦ୍ୟସା ସରୋଜିନୀ ପତି, ଲବଙ୍ଗଲତା ପରିଡା, ମଧୁସ୍ମିତା ନାୟକ, ମଞ୍ଜୁଲତା ନାୟକ, ସବିତା ନାୟକ, ରାଜଶ୍ରୀ ପରିଡା,ଜଳ୍ପନା ପଣ୍ଡା ଇତ୍ୟାଦି ଉପସ୍ଥିତ ରହି ପିଲାମାନଙ୍କୁ ବୃକ୍ଷର ଉପକାରିତା ବିଷୟରେ ବୁଝାଇଥିଲେ l
Live Share Market