ଶିଶୁ ଶ୍ରମିକ ନିରାକରଣ ପାଇଁ ଯାଜପୁର ଜିଲ୍ଳା ସ୍ତରୀୟ କାର୍ଯ୍ୟାନ୍ୱୟନ ଓ ସଚେତନତା ବୈଠକ
ଯାଜପୁର, ୨୩ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ଶୁକ୍ରବାର ଅପରାହ୍ନରେ ଜିଲ୍ଳା ପ୍ରଶାସନ ଏବଂ ଜିଲ୍ଳା ଶ୍ରମ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଳାପାଳ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ନିରୂପଣ ଓ ନିରାକରଣ ନିମନ୍ତେ ଜିଲ୍ଳା ସ୍ତରୀୟ କାର୍ଯ୍ୟାନ୍ୱୟନ ତଥା ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଅଚ୍ଥି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଡଃ. ଦିବ୍ୟ ଲୋଚନ ମହାନ୍ତ, ଜିଲ୍ଳା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ଜିଲ୍ଳା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ଅଧିକାରୀ ସଂଯୁକ୍ତା ଘଡାଇ, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ କୃତିବାସ ବାରିକ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା, ବରିଷ୍ଠ ଆଇନଜିବୀ ଓ ସାମ୍ୱାଦିକ ଜୟନ୍ତ ଗୋସ୍ୱାମୀ ପ୍ରମୁଖ ଯୋଗଦେଇ ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୈାଣସି କାର୍ଯ୍ୟରେ ଓ ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରମାନଙ୍କୁ କୈାଣସି ବିପଦ ସଙ୍କୁଳ କାର୍ଯ୍ୟରେ ଆଇନ ଅନୁଯାୟୀ ନିୟୋଜିତ ନ କରିବା ଉପରେ ପୁଙ୍ଖାନୁପଙ୍ଖ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଲେ ଯେ, ଶିକ୍ଷାର ଅଭିବୃଦ୍ଧି ନିମନ୍ତେ ସମଗ୍ର ରାଜ୍ୟରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଯାଜପୁର ଜିଲ୍ଳାରେ ଶିଶୁମାନଙ୍କୁ ଶିକ୍ଷା ସ୍ରୋତରେ ସାମିଲ କରି ସେମାନଙ୍କର ଶୈଖିକ ଦକ୍ଷତାକୁ ବୃଦ୍ଧି କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅହରହ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ଜିଲ୍ଳା ପ୍ରଶାସନ ପକ୍ଷରୁ ଜାରି ରହିଚ୍ଥି । ଶିଶୁଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ନିୟୋଜିତ କରୁଥିବା ବ୍ୟକ୍ତି ସାବଧାନ ହେବା ଉଚିତ ଯେ, ଏହା ଏକ ଆଇନଗତ ଦଣ୍ଡନୀୟ ଅପରାଧ । ଏଥିପାଇଁ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ଓ ୨ବର୍ଷ ଯାଏ କାରାଦଣ୍ଡ ଭୋଗିବାକୁ ପଡିଥାଏ । ଏପରିକି, ଏହି ଅପରାଧ ପୁନର୍ବାର କଲେ ଉଭୟ ଜେଲ ଦଣ୍ଡ ଓ ଜୋରିମାନା ହେବା ସହ ତୃତୀୟ ଥର ଭୁଲ ହେଲେ ୩ ବର୍ଷ କାରାଦଣ୍ଡ ଭୋଗିବାକୁ ପଡେ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଳାପାଳ(ରାଜସ୍ୱ) ଡଃ ମହାନ୍ତ କହିଲେ ଯେ, କୈାଣସି ବ୍ୟକ୍ତି ୧୪ ବର୍ଷରୁ କମ୍ ବୟସର ପିଲାଙ୍କୁ କାମରେ ନିୟୋଜିତ କଲେ କିମ୍ୱା ୧୫ ବର୍ଷ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦଶଙ୍କୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ କଲେ ତେବେ ଅବିଳମ୍ୱେ ଜିଲ୍ଳାର ସମସ୍ତ ସଚେତନ ନାଗରିକ ଜିଲ୍ଳା ଶ୍ରମ ଅଧିକାରୀ, ଜିଲ୍ଳା ସୁରକ୍ଷା ଅଧିକାରୀ ଏବଂ ଜିଲ୍ଳା ପ୍ରଶାସନକୁ ସୂଚନା ଦେବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ନିଶୁଳ୍କ ଶ୍ରମିକ ସହାୟତା ହେଲପ୍ ଲାଇନ୍ ନମ୍ୱର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ୱର ୧୦୯୮କୁ ଯୋଗାଯୋଗ କରି ଶିଶୁ ଶ୍ରମ ମୁକ୍ତ ଯାଜପୁର ଓ ଓଡିଶା- ଆମର ସଂକଳ୍ପ ଆଭିମୁଖ୍ୟ ଓ ଲକ୍ଷ୍ୟରେ ସାମିଲ ହେବାକୁ ଆହ୍ୱନ ଦେଇଥିଲେ ।
ବୈଠକରେ ଶିଶୁ ଶ୍ରମ ମୁକ୍ତ ଯାଜପୁର ଜିଲ୍ଳା ଏବଂ ଓଡିଶା ରାଜ୍ୟ ଆମର ସଂପଳ୍ପ ବୋଲି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟାମାନଙ୍କୁ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନାୟକ ଓ ଡଃ ମହାନ୍ତ ଶପଥ ପାଠ କରାଇଥିଲେ । ସେହିପରି ଜିଲ୍ଳା ଶ୍ରମ ଅଧିକାରୀ ଶିଶୁ ଏବଂ କୈଶୋର ଶିଶୁ ଶ୍ରମିକ ନିରାକରଣ ଓ ନିୟନ୍ତ୍ରଣ ଧାରା-୧୯୮୬, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ରୋସ୍ନା ଜେନା ଶିଶୁ ଶ୍ରମିକ ନିରାକରଣରେ ଶିଶୁ ମଙ୍ଗଳ ସମିତିର କାର୍ଯ୍ୟଧାରା, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଧାରା-୨୦୦୯ ଅଧିକାର ଓ ଶିଶୁ ଶ୍ରମିକ ନିରାକରଣ ଏବଂ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଜିଲ୍ଳା ଶିଶୁ ସୁରକ୍ଷା ଶିକ୍ଷାର କାର୍ଯ୍ୟଧାରା ଓ ଜିଲ୍ଳା ସ୍ତରୀୟ କାର୍ଯ୍ୟାନ୍ୱୟନ କମିଟିର ବିଭିନ୍ନ ଦିଗ ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆକ୍ସନ ଏଡ୍ର ଜିଲ୍ଳା ସଂଯୋଜକ ସୁରେନ୍ଦ୍ର ଡିଗାଲ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ସଦସ୍ୟା, ଚାଇଲ୍ଡ ଲାଇନ ସଦସ୍ୟ ସଦସ୍ୟା, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ସ୍ୱେଚ୍ଚ୍ଥସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ଅତିରିକ୍ତ ଜିଲ୍ଳା ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ୨୦୨୫ ମସିହା ସୁଦ୍ଧା ସମସ୍ତ ଜିଲ୍ଳାକୁ ଓ ରାଜ୍ୟକୁ ଶିଶୁ ଶ୍ରମିକମୁକ୍ତ କରିବା ଏବଂ ସମସ୍ତ ଶିଶୁଙ୍କୁ ବିଦ୍ୟାଳୟକୁ ପେଂରାଇ ଆଣିବାକୁ ଯୋଜନା ସମ୍ୱନ୍ଧରେ ବକ୍ତବ୍ୟ ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।