‘ଇଏସଆଇସି’ ଭୂବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ପାର୍ଥସାରଥି ପଣ୍ଡା ଗଠନ କଲେ ‘ଇଏସଆଇ ଓଡ଼ିଶା ସୋସିଆଲ ୱାର୍କର’ ଗ୍ରୃପ; ଦୁଷ୍ମନ୍ତ ରାଉତଙ୍କୁ ଆଡ଼ମିନ ଦାୟିତ୍ୱ

ଭୂବନେଶ୍ୱର, ୩୧/୦୫(ଉ. ନ୍ୟୁଜ୍ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଶ୍ରମ ଏବଂ କର୍ମନିୟୋଜନ ମନ୍ତ୍ରଣାଳୟ ଅଧିନସ୍ଥ ‘ରାଜ୍ୟ କର୍ମଚାରୀ ବୀମା ନିଗମ’ (ଇଏସଆଇସି) ଓଡ଼ିଶା କ୍ଷେତ୍ର, ଭୂବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ପାର୍ଥ ସାରଥି ପଣ୍ଡା ଆଜି ନଗମକୁ ରାଜ୍ୟରେ ଆହୁରି ଲୋକାଭିମୁଖି କରିବା ପାଇଁ ଏକ ଅଭିନବ ଯୋଜନା କରିଛନ୍ତି । ଯୋଜନାର ସୁଫଳ କିପରି ତୃଣମୂଳ ସ୍ତରରେ ପହଚିଂବ ଓ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ କିପରି ଆହୁରି ସହଜ ହେବ, ତୃଣମୂଳ ସ୍ତରରୁ ଅଭିଯୋଗଗୁଡ଼ିକ କିପରି ତାଙ୍କ ନିକଟରେ ବିନା ଦ୍ୱିଧାରେ ପହଚିଂବ, ଆଉ କ’ଣ କଲେ ନିଗମଟି ରାଜ୍ୟରେ ଅଧିକ ଜନପ୍ରିୟ ହୋଇପାରିବ ସେଥିଲାଗି ଆଜି ସେ ଏକ ହ୍ୱାଟ୍ସଆପ୍ ଗ୍ରୃପ ‘ଇଏସଆଇ ଓଡ଼ିଶା ସୋସିଆଲ ୱାର୍କର’ ଖୋଲିବା ସହ ନିଜେ ଆଡ଼ମିନ ରହିବା ସହ ରାଜ୍ୟ ବିଭିନ୍ନ ପ୍ରାନ୍ତରରୁ ଏଥିରେ ୦୫ଜଣଙ୍କୁ ଆଡ଼ମିନ ଦାୟିତ୍ୱ ଦେଇଛନ୍ତି । ଏଥିରେ ରାଜ୍ୟସ୍ତରୀୟ ସାମାଜିକ କର୍ମୀ, ଶ୍ରମିକ ନେତା ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କୁ ଆଡ଼ମିନ ଦାୟିତ୍ୱ ଦିଆଯାଇଛି । ଶ୍ରୀ ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ନିଗମକୁ ରାଜ୍ୟରେ ଅଧିକରୁ ଅଖିକ ସଫଳ, ଉତରଦାୟୀ, ଜନପ୍ରିୟ କରିବାରେ ଶ୍ରୀଯୁକ୍ତ ପଣ୍ଡା ଲାଗି ରହିଛନ୍ତି । ସେଥିପାଇଁ ସେ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ ବିଭିନ୍ନ ସମୟରେ ସାକ୍ଷାତ କରି ନିଗମ ଓ ଅଗଣିତ ବୀମାଧାରୀଙ୍କ ହିତ ସକାଶେ କିଛି ଗଠନମୂଳକ ତଥ୍ୟ ଓ ଦାବୀ ରଖୁଥିଲେ ଓ ଶ୍ରୀଯୁକ୍ତ ପଣ୍ଡା ସେଗୁଡ଼ିକୁ ଆଗ୍ରହର ସହ ଗ୍ରହଣ କରୁଥିଲେ । ଏହି ଉଦ୍ୟମକୁ ଆହୁରି ସୂଦୂରପ୍ରସାରୀ ଓ ଫଳପ୍ରଦ କରିବା ପାଇଁ ସେ ଇଏସଆଇସି ନିଗମ ପାଇଁ ପ୍ରକୃତରେ କାର୍ଯ୍ୟକରୁଥିବା ସାମାଜିକ କର୍ମୀକୁ ଚିହ୍ନଟ କରି ସମସ୍ତଙ୍କ ଅଜାଣତରେ ଏକ ଗ୍ରୃପ ଗଠନ କରି ସେମାନଙ୍କୁ ସ୍ଥାନ ଦେବା ସହ ନିଜେ ଏଥିରେ ଆଡ଼ମିନ ରହିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆଗକୁ ବହୁ ଗଠନମୂଳକ ସହଯୋଗ ଓ ଦାବୀ ଜଣାଇ ନିଗମକୁ ଭାରତରେ ସବୁଠୁ ଜନପ୍ରିୟ କରାଇବାରେ ଆମ୍ଭେ କାର୍ଯ୍ୟ କରିବୁ ବୋଲି ଶ୍ରୀ ରାଉତ କହିଛନ୍ତି । ସୁଚନାଥାଉକି, ଶ୍ରୀଯୁକ୍ତ ପଣ୍ଡାଙ୍କ ବଳିଷ୍ଠ ଉଦ୍ୟମ ଓ ଆନ୍ତରିକତା ଯୋଗୁ ଓଡ଼ିଶାରେ ଇଏସଆଇସିର ବ୍ୟାପକ ଉନ୍ନତି ହେବା ସଂଗେ ସଂଗେ ନିଗମ ସେବା ପ୍ରଦାନରେ ବହୁ ସଂସ୍କାରମୂଳକ କାର୍ଯ୍ୟକ୍ରମମାନ ହାତକୁ ନେଉଛି । ରାଜ୍ୟରେ କିପରି ଇଏସଆଇସିର ଭିତିଭୂମି ସୁଦୃଢ଼ ହେବ ଓ ଅଧିକ ସଂଖ୍ୟକ ମେଡ଼କାଲ ଓ ଶାଖା କାର୍ଯ୍ୟାଳୟମାନ ଖୋଲିବ ସେଥିଲାଗି ଶ୍ରୀଯୁକ୍ତ ପଣ୍ଡା ଅହରହ ତାଙ୍କର ପ୍ରଚେଷ୍ଟା ଜାରୀ ରଖିଛନ୍ତି । ପୁରୁଣା ମେଡ଼ିକାଲଗୁଡ଼ିକର ସଂସ୍କାର କରିବା ସହ ସେଗୁଡ଼ିକର ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ସଂଗେ ସଂଗେ ଆବଶ୍ୟକୀୟ ଯନ୍ତ୍ରପାତି ଓ କୋଠାବାଡ଼ି ନିର୍ମାଣ କରିବା ଉପରେ ସେ ଗୁରୁତ୍ୱ ଦେଇ ଆସୁଛନ୍ତି । ରାଜ୍ୟରେ ଇଏସଆଇସିକୁ ଏକ ଉନ୍ନତ ଓ ସେବାଭିମୁଖି ସ୍ତରରେ ପହଂଚାଇବାର ଲକ୍ଷ୍ୟ ରଖି ଶ୍ରୀଯୁକ୍ତ ପଣ୍ଡା ନୂଆଦିଲ୍ଲୀର ନିଗମ ମୁଖ୍ୟାଳୟକୁ ଅହରହ ସୁଚିନ୍ତିତ ଯୋଜନାର ରୂପରେଖ ପଠାଇ ସେଗୁଡ଼ିକୁ ଅନେକାଂଶରେ କାର୍ଯ୍ୟକାରୀ କରିବାରେ ସଫଳ ହେଉଥିବାରୁ ରାଜ୍ୟ ପାଇଁ ଓ ରାଜ୍ୟରେ ଥିବା ନିଗମ ଅଗଣିତ ବୀମାଧାରୀ (ଆଇ.ପି)ମାନଙ୍କ ପାଇଁ ଏହା ମଂଗଳକର ଓ ଫଳପ୍ରଦ ସାବ୍ୟସ୍ତ ହେବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ଶ୍ରୀଯୁକ୍ତ ପଣ୍ଡାଙ୍କ ମାରାଥାନ ଉଦ୍‌ଘାଟନର ପର୍ବ ଦେଖିବାକୁ ମିଳିଛି । ନୟାଗଡ଼, ଭଦ୍ରଖ, କେନ୍ଦ୍ରାପଡ଼ା ଓ ସୁବର୍ଣ୍ଣପୁରରେ ଇଏସଆଇସିର ୦୪ଟି ଶାଖା କାଯ୍ୟାଳୟ ଇତିମଧ୍ୟରେ ଖୋଲି ସାରିଛି । ଭୁବନେଶ୍ୱର ମେଡ଼ିକାଲକୁ ୧୦୦ରୁ ୧୫୦ ଶଯ୍ୟା ବିଶିଷ୍ଟ କରିବା; କଳିଙ୍ଗନଗର, ଭୂତମୁଣ୍ଡାଇ, ବ୍ରହ୍ମପୁର, ବାଲେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କରିବାର ସମସ୍ତ ରୂପରେଖ କରିଥିବାରୁ ସେଥିପାଇଁ ସେ ଧନ୍ୟବାଦର ପାତ୍ର ବୋଲି ଶ୍ରୀ ରାଉତ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close