ସିବିଏସ୍‌ଇ ଦ୍ଵାଦଶ ଓ ଦଶମ ପରୀକ୍ଷା ଫଳରେ ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା

ବ୍ୟାସନଗର; ୧୨/୦୫(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା ଗୋଟିଏ ପରେ ଗୋଟିଏ ପାହାଚ ଦେଇ ଗତି କରିଚାଲିଛି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଥିବା ବେଳେ ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିଛି ଏକ ସ୍ବତନ୍ତ୍ର ପରିଚୟ। ୨୦୨୨-୨୩ ଶିକ୍ଷାବର୍ଷ ଦ୍ଵାଦଶ ରେ ୧୮୦ ଜଣ ପରୀକ୍ଷା ଦେଇଥିବା ବେଳେ ୨୫ ଜଣ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖିଥିଲେ। ଦଶମରେ ୬୨ଜଣ ପରୀକ୍ଷା ଦେଇଥିବା ବେଳେ ୩୧ଜଣ ଙ୍କୁ
୯୦ ପ୍ରତିଶତ ରୁ ଅଧିକ ମାର୍କ ରଖିଥିଲେ। ଦ୍ଵାଦଶ ରେ ସାର୍ଥକ ସାହୁ ୯୮.୨ ପ୍ରତିଶତ ରଖିଥିବା ବେଳେ ଦଶମ ରେ ଅନିନ୍ଦ୍ୟ ପରାଶର ୯୮.୪ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ର ଗୌରବ ଆଣିଛନ୍ତି। ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ , ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପ ପ୍ରଧାନାଚାର୍ୟ ଆର ଏନ ରୟତ ସିଂ , ଏକାଡେମିକ କୋର୍ଡିନେଟର ବଲବୀର ସିଂ ଓ ସୋନିଆ ବେଦୀ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଖୁସି ବ୍ୟକ୍ତ କରିଛନ୍ତି। ଏହା ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲ ପାଇଁ ଗର୍ବ ଏବଂ ଆନନ୍ଦର ଆଉ ଏକ ସମ୍ମାନଜନକ ମୁହୂର୍ତ୍ତ ବୋଲି କୁହାଯାଉଛି। 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close