ଓଡ଼ିଶାରେ ବ୍ୟବସାୟ ଭିତ୍ତିଭୂମି; ବ୍ୟବସାୟୀ ଓ ସେମାନଙ୍କ ପରିବାରବର୍ଗଙ୍କ ଧନ ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟିର ଦାବି
କଟକ, ୦୪/୩(ଉ. ନ୍ୟୁଜ୍ ବ୍ୟୁରୋ): ସାରା ଓଡ଼ିଶାର ବ୍ୟବସାୟୀ ଭାଇ ଭଉଣୀ ଓ ସେମାନଙ୍କର ପରିବାର ବର୍ଗଙ୍କର ଧନ, ଜୀବନ ଓ ମର୍ଯ୍ୟାଦାର ଶତ ପ୍ରତିଶତ ସୁରକ୍ଷା ପାଇଁ ଏବଂ ବ୍ୟବସାୟରେ ସ୍ଵତନ୍ତ୍ର ଲାଭ ଗ୍ୟାରେଣ୍ଟି ସ୍କିମ୍ କାର୍ଯ୍ୟକାରୀ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ହେବାକୁ ଥିବା ପଦଯାତ୍ରାରେ ଯୋଗଦେବାକୁ ଏବଂ ପଦଯାତ୍ରାକୁ ସଫଳ କରିବା ପାଇଁ ନିବେଦନ କରାଯାଇଛି ।
ବିଗତ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ଓଡ଼ିଶାର ବ୍ୟବସାୟୀ ଭାଇ ଭଉଣୀମାନେ ଅବହେଳିତ, ନିଷ୍ପେସିତ ଏବଂ ନିର୍ଯାତିତ । ବ୍ୟବସାୟ ପ୍ରତିଷ୍ଠାନ ଏବଂ ବ୍ୟବସାୟୀମାନଙ୍କ ଉପରେ ସରକାର ଏବଂ ଅସାମାଜିକ ବ୍ୟକ୍ତିମାନେ ଚଢ଼ଉ କରିବା ସହିତ ମରଣାନ୍ତକ ଆକ୍ରମଣ କରି ଚାଲିଛନ୍ତି । ବ୍ୟବସାୟୀମାନଙ୍କୁ ଗୁଳି କରିବା ସହିତ ବ୍ୟବସାୟୀମାନଙ୍କୁ ମଧ୍ୟ ଅପହରଣ କରିନିଆଯାଉଛି । ଓଡ଼ିଶାରେ ବ୍ୟବସାୟରେ ଉନ୍ନତି ପାଇଁ ବ୍ୟବସାୟ ଭିତ୍ତିଭୂମି ସୃଷ୍ଟି ହୋଇପାରିଲା ନାହିଁ । ବ୍ୟବସାୟ ଭିତ୍ତିଭୂମି ସୃଷ୍ଟି ହୋଇପାରିଲେ ଏବଂ ସରକାର ବ୍ୟବସାୟୀ ଭାଇ ଭଉଣୀ ଏବଂ ସେମାନଙ୍କର ପରିବାରବର୍ଗଙ୍କ ଧନ ଜୀବନ ଓ ମର୍ଯ୍ୟାଦା ରକ୍ଷା ପାଇଁ ଶତ ପ୍ରତିଶତ ସୁରକ୍ଷା ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କଲେ ଓଡିଶା ଋଣମୁକ୍ତ ହେବା ସହ ଓଡ଼ିଶା ବାସୀଙ୍କର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇ ପାରିବ । ତେଣୁ ସାରା ଓଡ଼ିଶାରେ ବ୍ୟବସାୟ ଭିତ୍ତିଭୂମି ନିର୍ମାଣ କରିବା, ବ୍ୟବସାୟୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କର ଧନ, ଜୀବନ ଓ ମର୍ଯ୍ୟାଦାର ଶତପ୍ରତିଶତ ସୁରକ୍ଷା ଗ୍ୟାରେଣ୍ଟି ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରଣୟନ କରିବା, ବ୍ୟବସାୟୀମାନଙ୍କୁ ଆବଶ୍ୟକୀୟ ବ୍ୟବସାୟ ଗୃହ ଏବଂ ବ୍ୟାଙ୍କ୍ ଋଣ ଯୋଗାଇଦେବା, ବ୍ୟବସାୟୀମାନଙ୍କ ପାଇଁ ଲାଭ ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କରିବା। ବ୍ୟବସାୟୀମାନଙ୍କର ପୁଅ ଝିଅମାନଙ୍କୁ ସେମାନଙ୍କର ମନୋନୀତ ବିଷୟରେ ପାଠ ପଢିବାର ସୁଯୋଗ ଦେବା ପାଇଁ ଏବଂ ବ୍ୟବସାୟୀ ସେମାନଙ୍କର ପୁଅ ଝିଅମାନଙ୍କର ଧନ, ଜୀବନ ଓ ମର୍ଯ୍ୟାଦାର ଶତପ୍ରତିଶତ ସୁରକ୍ଷା ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ସାରା ଓଡ଼ିଶାରେ ପଦଯାତ୍ରା ଓ ରାଲି କରିବାର ପ୍ରସ୍ତୁତି କରୁଛନ୍ତି । ସାରା ଓଡ଼ିଶାର ବ୍ୟବସାୟୀ ଭାଇ ଭଉଣୀମାନେ ଏବଂ ସେମାନଙ୍କର ପରିବାରବର୍ଗ ପଦଯାତ୍ରା ଓ ରାଲିରେ ଯୋଗଦେବା ସହିତ ପଦ ଯାତ୍ରାକୁ ସଫଳ କରିବା ପାଇଁ ପାର୍ଟି ପକ୍ଷରୁ ନିବେଦନ କରାଯାଇଛି ।
Live Share Market