କୁଆଖିଆ ଠାରେ “ଏସ.ପି ନନ୍ଦ ପାଠାଗାର”ର ୨୩ତମ ବାର୍ଷିକୋତ୍ସବ ଓ ଗୁରୁ ଦିବସ ପାଳିତ

ଋସୁଲପୁର,୦୭/୦୯(ପଦ୍ମଲୋଚନ ନାୟକଙ୍କ ଠାରୁ୍‌): ସ୍ଥାନୀୟ କୁଆଖିଆ ବଜାର ସ୍ଥିତ ‘କୀର୍ତି ପ୍ୟାଲେସ’ ଠାରେ ଗତ କାଲି ସନ୍ଧ୍ୟାରେ ବ୍ୟାସନଗର ପୈାର ପରିଷଦ ସ୍ଥିତ ‘ଉଦୟବଟ’ ପରିଚାଳିତ ଏସ. ପି ନନ୍ଦ ପାଠାଗାରର ୨୩ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ସମ୍ବର୍ଦ୍ଧନା ପର୍ବ ‘ଉଦୟବଟ’ର ସଂପାଦକ ତଥା ଗ୍ରନ୍ଥାଗାରର ମୁଖ୍ୟ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋ’ କଲେଜର ଅଧ୍ୟକ୍ଷ, କୋରାଇର ପୂର୍ବତନ ବିଧାୟକ ତଥା ପ୍ରଖ୍ୟାତ ସିନେ ତାରକା ଆକାଶଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥିଲେ । ସେ କହିଥିଲେ ଯେ ପାଠକୀୟ ଆଦୃତି ବଢ଼ାଇବା ପାଇଁ ପାଠାଗାର, ସମ୍ବାଦପତ୍ର ଓ ପତ୍ରପତ୍ରିକାମାନେ ନିରନ୍ତର ଉଦ୍ୟମ ଜାରୀ ରଖିଥିବାରୁ ସେମାନେ ଧନ୍ୟବାଦର ପାତ୍ର । କଳୁଷିତ ସମାଜକୁ ସ୍ୱଚ୍ଛ କରିବା ପାଇଁ ଏମାନଙ୍କର ଭୂମିକା ଅତୁଳନୀୟ । ସେମାନଙ୍କୁ ଉଚିତ ପୃଷ୍ଠପୋଷକତାର ଆବଶ୍ୟକତା ରହିଛି । ଏହାଛଡ଼ା ଗୁରୁମାନଙ୍କୁ କେବେହେଲେ କେହି ନ ଭୂଲିଯିବାକୁ ସେ ଅନୁରୋଧ କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସମାଜସେବୀ ପ୍ରହଲ୍ଲାଦ ପଣ୍ଡା ଯୋଗ ଦେଇ ବିଭିନ୍ନ ଶ୍ଳୋକ ଓ ଉଦାହରଣ ଦେଇ ସମାଜରେ ଗୁରୁମାନଙ୍କର ଆବଶ୍ୟକତା କେତେ ରହିଛି ତା’ ଉପରେ ବିସୃତ ଆଲୋଚନା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ୩୩ନଂ. ଜୋନ ଜିଲ୍ଲା ପରିଷଦ ସଭ୍ୟ ଶିଶିର କୁମାର ମହାନ୍ତି, ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ ଚଣ୍ଡିଖୋଲ ଶାଖାର ଶାଖା ପରିଚାଳକ ସୁଶ୍ରୀ ଲିପ୍ସିତା ବେହେରା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ, ସୁକିନ୍ଦାର ଟୋଲକାନି ସ୍ଥିତ ‘ଝାଡେଶ୍ୱର ମହାବିଦ୍ୟାଳୟ’ର ରାଜନୀତି ବିଜ୍ଞାନର ପ୍ରଧ୍ୟାପକ ତଥା ସୁସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କହିଥିଲେ ଯେ ଶିଳ୍ପାଂଚଳ ଏବଂ ବସ୍ତି ଅଂଚଳରେ ଶିକ୍ଷା ଓ ସୂଚନାର ପ୍ରସାର ଦିଗରେ ଓଡ଼ିଶାର ଖ୍ୟାତନାମା ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କ ନାମରେ ନାମିତ ‘ଏସ. ପି ନନ୍ଦ ପାଠାଗାର’ ଦୀର୍ଘ ୨୩ ବର୍ଷ ଧରି ତା’ର ପ୍ରୟାସ ଜାରୀ ରଖିବା ପ୍ରଂଶସନୀୟ ପଦକ୍ଷେପ ଅଟେ । ସେଥିପାଇଁ କର୍ମକର୍ତାମାନେ ଧନ୍ୟବାଦର ପାତ୍ର । ଏଠାରେ ଗୁରୁ ଦିବସ ଦିବସ ପାଳନ କରାଯିବା ସହ ଗୁରୁ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୦୬ଜଣ ପ୍ରତିଭାଧାରୀ ଯଥା:- ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. କୁଶଚନ୍ଦ୍ର ପ୍ରଧାନ, ବରିଷ୍ଠ ଶିକ୍ଷକ ଧନେଶ୍ୱର ମହାନ୍ତି, ସାହିତ୍ୟିକ ଓ ଯୋଗ ଗୁରୁ ବିଜୟ କୁମାର ଦାସ, ସାମ୍ବାଦିକ ରଂଜିତ କୁମାର ରାଉତ, ସମାଜସେବୀ ଓ ହେଲପିଂ ହ୍ୟାଣ୍ଡସ୍ ପରିବାରର ପ୍ରଶାନ୍ତ କୁମାର ଷଡ଼ଙ୍ଗୀ, ପ୍ରସ୍ତର ଶିଳ୍ପୀ ଓ କାରିଗର ରାମଚନ୍ଦ୍ର ପଣ୍ଡା ପ୍ରମୁଖଙ୍କୁ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ ଅନୁଷ୍ଠାନ ପକ୍ଷରୁ ରସୁଲପୁର ବରିଷ୍ଠ ନାଗରିକ ମଂଚର ବରିଷ୍ଠ କର୍ମକର୍ତା ବଟକୃଷ୍ଣ ସାହୁ ଅତିଥିମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ମାମି ମହାନ୍ତି, ଯୁବ ସମାଜସେବୀ ଓ ଶିକ୍ଷାବିତ୍ ଚନ୍ଦ୍ରଶେଖର ନାୟକ, କୋରାଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ନରେନ୍ଦ୍ର କୁମାର ବାଭି, କୁଆଖିଆ ପ୍ରେସ କ୍ଲବର ସାଧାରଣ ସଂପାଦକ ସାମ୍ବାଦିକ କଳ୍ପତରୁ ପଣ୍ଡା, ସମାଜସେବୀ ଶ୍ରୀଧର ବେହେରା, ଶିକ୍ଷକ ରବୀନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ‘ଉଦୟବଟ’ ଦ୍ୱାରା ବର୍ଷତମାମ ଚାଲିଥିବା ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ କାଳନ୍ଦୀ ଚରଣ କଣ୍ଠ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ହେଲପିଂ ହ୍ୟାଣ୍ଡସ୍‌’ ପରିବାରର କଳାକାରମାନେ ଆବାହନ ସଙ୍ଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ଶ୍ରମିକ ନେତା ଅରୁଣ ଦାସ, କୁଆଖିଆ ମହୋତ୍ସବ କମିଟିର ସଭାପତି ଅରୁଣ କୁମାର ସାହୁ, ବିଶମ୍ବର ନାୟକ, ସାଗର ଜେନା, ସରୋଜ ଦାସ, ହରଦୟାଲ ସିଂ, ଚକ୍ରଧର ମଲ୍ଲିକ, ମନୋରଂଜନ ଦାସ, ହେଲପିଂ ହ୍ୟାଣ୍ଡସ୍ ପରିବାରର ବହୁ ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କୁଆଖିଆ ବଜାର, ବାହାଦଲାପୁର, ମୁଗୁପାଳ ପଂଚାୟତ ଆଦିର ବହୁ ବ୍ୟକ୍ତିବିଶେଷ, ଶିକ୍ଷକ, ସାହିତ୍ୟିକ, ବୁଦ୍ଧିଜୀବୀ ଆଦି ଅଂଶଗ୍ରହଣ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ଆବାହକ ପଦ୍ମଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close