ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଯାଜପୁରରେ ଚିତ୍ରକଳା ଶିବିର, ଅଂଶଗ୍ରହଣ କଲେ ରାଜ୍ୟର ୨୦ ଜଣ ଚିତ୍ରଶିଳ୍ପୀ

ଯାଜପୁର: ଓଡ଼ିଶା ଲଳିତ କଳା ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଯାଜପୁରର ସଂସ୍କୃତି ଭବନ ଠାରେ ଆୟୋଜିତ ମେଘ ଉତ୍ସବ ଅବସରରେ ଉଦଘାଟିତ ହୋଇଯାଇଛି ଏକ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର । ଉକ୍ତ ଶିବିରକୁ ଯାଜପୁରର ଉପ-ଜିଲ୍ଲାପାଳ ଗୋପୀନାଥ କଅଁର ଓ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଶିଳ୍ପୀମାନେ ବର୍ଷାଦିନର ଯାଜପୁରର ସୌନ୍ଦର୍ଯ୍ୟକୁ ନିଜ କ୍ୟାନଭାସ ଉପରେ ଜୀବନ୍ତ ଭାବେ ଚିତ୍ରଣ କରି ଆମ ଐତିହ୍ୟର ଗାରିମାକୁ ଦ୍ୱିଗୁଣିତ କରିପାରିବେ ବୋଲି ମତପ୍ରକାଶ କରିଥିଲେ ଓ ପ୍ରାରମ୍ଭରେ ଏକାଡେମୀର ସଚିବ ତଥା ଚିତ୍ରଶିଳ୍ପୀଶ୍ରୀ ପଂଚାନନ ସାମଲ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଯାଜପୁରର ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀଗୁଡିକ ଶିଳ୍ପୀଙ୍କ ତୁଳିରେ କ୍ୟାନଭାସ ଉପରେ ବଳିଷ୍ଠ ରୂପ ନେବାର ଆଶା ପ୍ରକାଶ କରିଥିଲେ ଓ ଏହି ଅବସରରେ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ ଶିଳ୍ପୀମାନଙ୍କୁ ସ୍ୱାଗତ କରିଥିଲେ ଓ ତିନିଦିନ ଧରି ଆୟୋଜିତ ଏହି ଶିବିରରେ ଚିତ୍ରଶିଳ୍ପୀ ବିଜୟ କୁମାର ମହାପାତ୍ର, ପରମେଶ୍ୱର ସାମଲ, ଦେବାର୍ଚନ ରାଉତ, ପ୍ରିୟଦର୍ଶିନୀ ମହାନ୍ତି, ଶୁଭେନ୍ଦୁ ମିଶ୍ର, ପ୍ରୀତମ ପ୍ରିୟଲୋଚନ ପରିଡା, ସନ୍ତୋଷ କୁମାର ମଲ୍ଲିକ, ଅମରେଶ ବାସୁରୀ, ସୁବାସ ସ୍ୱାଇଁ, ଦିବ୍ୟସିଂ ସ୍ୱାଇଁ, ଦିବ୍ୟରଞ୍ଜନ ରାଉତ, ରମଣୀ ରଞ୍ଜନ ଷଡଙ୍ଗୀ, ଗୋବିନ୍ଦ ମହାରଣା, ଶିବ ନାରାୟଣ ମହାପାତ୍ର, ସନ୍ତୋଷ କୁମାର ମହାରଣା, ଦିପ୍ତିମୟୀ ପଣ୍ଡା, ପ୍ରତାପ ସିଂ, ବିଜୟ କୁମାର ମଲ୍ଲିକ, ପଦ୍ମଚରଣ ଚୌଧୁରୀ ଓ ଦିଲ୍ଲୀପ କୁମାର ସିଂଦେଓ ପ୍ରମୁଖ। ଓଡିଶାର ବିଭିନ୍ନ ପ୍ରାନ୍ତରୁ ମୋଟ ୨୦ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଛନ୍ତି ଓ ଶିଳ୍ପୀମାନେ ଯାଜପୁରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ମେଘଉତ୍ସବ ପରିପ୍ରେକ୍ଷୀରେ ସୃଜନଶୀଳ ଢଙ୍ଗରେ ନିଜ କ୍ୟାନଭାସ ଉପରେ ଅଙ୍କନ କରିବେ ଓ ଶିବିର ଉଦଘାଟନ ଉତ୍ସବ ଅବସରରେ ବହ ୁଚିତ୍ରଶିଳ୍ପୀ ଓ କଳାନୁରାଗୀ ପସ୍ଥିତ ଥିଲେ ଓ ଉକ୍ତ ଶିବିର ଚଳିତ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବା ସହିତ ଶେଷ ଦିନରେ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close