
ବର୍ଷାରେ ଭାସିଲା ଭୁବନେଶ୍ୱର, ଡି.ଏ.ଭି ସ୍କୁଲ ପାଖରେ ପାଣି ସୁୁଅରେ ଗାଡି ଚଳାଚଳ ବାଧାପ୍ରାପ୍ତ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଭୁବନେଶ୍ୱର, ୦୭/୦୭(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ସ୍ମାର୍ଟ ସିଟି ଭୁବନେଶ୍ୱରରେ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ଆସୁ ନାହିଁ । ଫଳତଃ କେଇ ଅସରା ବର୍ଷାରେ ବେହାଲ ହୋଇ ପଡୁଛି ରାଜ୍ୟ ରାଜଧାନୀର ବହୁ ଅଂଚଳ । ଆଜି ଦିନ ୧୨ଟା ପରେ ମହାନଗର ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଥିଲା । ବର୍ଷା ଏତେ ଯୋରରେ ହୋଇଥିଲା ଯେ, ୦୧ ଘଂଟା ମଧ୍ୟରେ ରାସ୍ତାଘାଟ ଜଳାବର୍ଣ୍ଣ ହୋଇଯାଇଥିଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ବୋହିଯାଉଥିବା ପାଣି ଘରେ ପଶି ଯାଇଥିଲା । ଆଇଗିଣିଆର କେତେକ ବ୍ୟକ୍ତିବିଶେଷଙ୍କ ଘରେ ପାଣି ପଶି ଯାଇଥିଲା । ପଟିଆ ଅଂଚଳରେ ମଧ୍ୟ ବର୍ଷା ପାଣି ରାସ୍ତାରେ ଲହଡି ମାରିଥିଲା । ୧ନଂ ଓ ୨ନଂ ମାର୍କେଟରେ ବର୍ଷା ପାଣି ଦୋକାନୀଙ୍କୁ ନାକେଦମ କରିଥିଲା । ନୂଆପଲ୍ଲୀର ଡି.ଏ.ଭି ସ୍କୁଲ ନିକଟରୁ କଲ୍ୟାଣ ମଣ୍ଡପ ମଧ୍ୟରେ ଥିବା ବଙ୍କାଣିରେ ପାଣି ୪-୫ ଫୁଟ ବୋହିବାରୁ ରାସ୍ତାରେ କିଛି ସମୟ ପାଇଁ ଗାଡି ଚଳାଚଳରେ ବ୍ୟାହାତ ସୃଷ୍ଟି ହୋଇଥିଲା । କିଛି କାର ରାସ୍ତାରେ ଯାଉଥିବା ବେଳେ ସେଥିରେ ପାଣି ପଶିଯିବାରୁ ଯାନ୍ତ୍ରିକ ତୃଟି ଦେଖାଦେବାରୁ ଗାଡିଗୁଡିକ ରାସ୍ତା ମଝିରେ ପଡି ରହିଥିଲା । ଆଜି ବର୍ଷାର ପ୍ରକୋପ ଏତେ ଅଧିକ ଥିଲା ଯେ, ଅଳ୍ପ ସମୟ ମଧ୍ୟରେ ବର୍ଷା ପାଣି ସମସ୍ୟା ସୃଷ୍ଟି କରିଥିଲା । ମହାନଗର ନିଗମ ସମୟୋଚିତ ପଦକ୍ଷେପ ନେଇ ଆବଶ୍ୟକୀୟ ଡ଼୍ରେନେଜ୍ ସୁବିଧା ନ କଲେ ଭୁବନେଶ୍ୱରବାସୀ କୃତିମ ବନ୍ୟାର ଅସୁବିଧା ଭୋଗି ଚାଲିଥିବେ ବୋଲି ଅଭିଯୋଗ ହୋଇଛି ।