
ବ୍ୟାସନଗର ସ୍ୱାସ୍ଥ୍ର୍ୟ ସୁରାକ୍ଷା ମଂଚ ତରଫରୁ ବିଶ୍ୱ ଯୋଗ ଦିବସ ପାଳିତ
ବ୍ୟାସନଗର,୨୨ା୬(ଉ. ନ୍ୟୁଜ୍ ବ୍ୟୁରୋ): ଅଷ୍ଟମ ବିଶ୍ୱ ଯୋଗ ଦିବସ ଅବସରରେ ବ୍ୟାସନଗର ସ୍ୱାସ୍ଥ୍ର୍ୟ ସୁରକ୍ଷା ମଂଚ ଓ ଆର୍ଟ ଅଫ୍ ଲିଭିଂ ଯୋଗ ସମିତି ମିଳିତ ଆନୁକୂଲ୍ୟରେ ଗତ କାଲି ସ୍ଥାନୀୟ ବ୍ୟାସନଗର ସେଲିବ୍ରେସନ୍ ମଣ୍ଡପ ପରିସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ସଂଗିତା ପିଙ୍ଗୁଆ ଯୋଗଦେଇ ଦୈନନ୍ଦିନ ନିଜର ଦିନଚର୍ଯ୍ୟା ଓ କାର୍ଯ୍ୟସୂଚୀରେ ଯୋଗକୁ ଯୋଡି ରଖିଲେ ଶାରିରୀକ ଓ ମାନସିକ ଦକ୍ଷତା ବୃଦ୍ଧି ପାଇବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଓ ବ୍ୟାସନଗର ପୌର ପରିଷଦର ଉପ-ନଗରପାଳ ସୁବାସ ଚନ୍ଦ୍ର ବଳ ପ୍ରମୁଖ ଯୋଗ ଦେଇ ଯୋଗ ବିନା ଜୀବନ ନିରର୍ଥକ ବୋଲି କହିଥିଲେ । ସ୍ୱାସ୍ୟ୍ଥ୍ର ସୁରକ୍ଷା ମଂଚର ମୁଖ୍ୟ ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଯୋଗ ଦିବସରେ ସଭାପତି ବିଜୟ କୁମାର ସାହୁ, ସଂପାଦକ ଶିଶିର କୁମାର ରାଉତ ପ୍ରମୁଖ ଯୋଗ ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଯୋଗଗୁରୁ ବ୍ରିଜେଶ ପତି ଓ ବିଭୁରଞ୍ଜନ ପାଲ୍ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ୟାସନଗରର ଆର୍ଟ ଅଫ୍ ଲିଭିଂ, ସତ୍ୟସାଇ ସେବା ସଂଗଠନ, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଶହୀଦ ଭଗତ୍ ସିଂ ଯୁବକ ସଂଘ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବରିଷ୍ଠ ନାଗରିକ ମଂଚ, ଯାଜପୁର ଜିଲା ଟ୍ୟାକ୍ସ ବାର ସଂଘ ସମେତ ବହୁ ଅନୁଷ୍ଠାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଇନଜୀବୀ ବିଏସକେ ସାମଲ, ଦୁର୍ବାଦଳ ବସୁ, ବିବେକାନନ୍ଦ ମହାନ୍ତି, ଦେବଦତ ରାୟ, ଆଶୁତୋଷ ମିଶ୍ର, ଅଚ୍ୟୁତାନନ୍ଦ ମହାନ୍ତି, ଜିତେନ୍ଦ୍ର କୁମାର ରାଉତ, ଦୀପକ କୁମାର ପରିଡା, ନିରଞ୍ଜନ ମହାଳିକ, ପ୍ରାଣବନ୍ଧୁ ଜେନା, ପ୍ରଫୁଲ୍ଲ କୁମାର ନାୟକ, ମଦନ ମୋହନ ବେହେରା, ପ୍ରମୋଦ କୁମାର ବଳ, ଗୟାଧର ବିଶ୍ୱାଳ, ଯୋଗେଶ ଭଞ୍ଜ, ପିତାମ୍ବର ଦାଶ, ରାଜୀବ ଲୋଚନ ସାହୁ, ନିମାଇଁ ଚାନ୍ଦ ରାଉତଙ୍କ ସମେତ ସ୍ୱାସ୍ଥ୍ୟ ସୁରକ୍ଷା ମଂଚର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ପ୍ରତିକୂଳ ପାଗ ପାଇଁ ଷ୍ଟାଡିୟମ ବଦଳରେ ସେଲିବ୍ରେସନ ମଣ୍ଡପରେ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସରେ ସହରର ଶତାଧିକ ବ୍ୟକ୍ତି ଯୋଗଦେଇ ଯୋଗ ଶିକ୍ଷା ଲାଭ କରିଥିଲେ । ଏହି ଅବସରରେ ଷ୍ଟାଡିୟମ ପରିସରରେ ଅବସରପ୍ରାପ୍ତ ବନ ବିଭାଗର ବରିଷ୍ଠ ଅଧିକାରୀ ଅଚ୍ୟୁତାନନ୍ଦ ମହାନ୍ତିଙ୍କ ସହଯୋଗରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା ।