ଏବେ ବି ଭିକ୍ଷା ବୃତ୍ତି ରେ ଦିନ କାଟୁଛନ୍ତି କୁନି କୁନି ପିଲା
ଯାଜପୁର ; ୦୫/୦୬ (ବସନ୍ତ କୁମାର ପାତ୍ରଙ୍କ ଠାରୁ) ବ୍ୟାସନଗର ସାଇ ମନ୍ଦିର ନିକଟସ୍ଥ ରେଲୱେ ଲେବୁଲ କ୍ରସିଂ ଗେଟ ପାଖରେ ଦେଖିବାକୁ ମିଳିଛି ଛୋଟ ଛୋଟ ପିଲାମାନେ କିଭଳି ଭିକ୍ଷା ବୃତ୍ତି କରୁଛନ୍ତି। ପ୍ରତ୍ୟେକ ଦିନ ଟ୍ରେନ ଯିବା ଆସିବ ସମୟରେ ଗେଟ ବନ୍ଦ ବେଳେ ଦୁଇଚକିଆ ରୁ ଚାରିଚକିଆ ଗାଡି ପଯ୍ୟନ୍ତ ସେହି ପିଲାମାନେ ଗାଡିଉପରେ ଚଢି ପଇସା ମାଗନ୍ତି। ଅନେକ ଲୋକ ଛୋଟପିଲା ଭାବି ପଇସାଦେଇଥାନ୍ତି । ହେଲେ ସେହିପିଲା ମାନଙ୍କ ଭବିଷ୍ୟତ ଅନ୍ଧାର ବୋଲି ସ୍ପଷ୍ଟ ଅନୁମାନ କରାଯାଉଛି। କାରଣ ତାଙ୍କର ବାପା ମା ସେହିପିଲା ମାନଙ୍କ ରୋଜଗାରରେ ଚଳୁଛନ୍ତି ସେହି ପିଲାମାନେ କେତେବେଳେ ଗାଡି ର ଦୁର୍ଘଟଣା ଶିକାର ହୋଇପାରନ୍ତି ଏହାବି ଏକ ଚିନ୍ତା ର ବିଷୟ। ଦୁଃଖର ବିଷୟ ସେହିବାଟରେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଯିବା ଆସିବା କରନ୍ତି ସବୁ ଦେଖନ୍ତି ହେଲେ ଚୁପ । ଗରିବ ପିଲାମାନଙ୍କ ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ମଧ୍ୟ ଏମାନଙ୍କ ପାଇଁ ନାଁ ଅଛି ଆଇନ ନାଁ ଅଛି ବ୍ୟବସ୍ଥା । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଛି।