ବ୍ୟାସ ସେବା ଯୁବକ ସଂଘ ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ସମୂହ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁରରୋଡ଼/ବ୍ୟାସନଗର; ୦୨/୦୬ (ନି ପ୍ର ) : ବ୍ୟାସନଗର ଚାନ୍ଦମା ମା ହିଙ୍ଗୁଳାଙ୍କ ପୀଠ ଠାରେ ବ୍ୟାସ ସେବା ଯୁବକ ସଂଘ ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ସମୂହ ବ୍ରତୋପନୟନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସକାଳ ୭ଘଟିକା ଠାରୁ ଚାରିକର୍ମ କାର୍ଯ୍ୟ ଆରମ୍ଭ ହୋଇ ଯଥାବିଧି ଅନୁସାରେ ବ୍ରହ୍ମଚାରୀଙ୍କୁ ଉପନୟନ ଧାରଣ କରାଇ ବ୍ରତଭିକ୍ଷା ,ନଗର ଭ୍ରମଣ ସୁଚାରୁ ରୁପେ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୀରେନ୍ଦ୍ର ମିଶ୍ର,ମୁନା ମୁସ୍କୁରା,ରାକେଶ ରାଉତ, ଜୟନ୍ତୀ ଜେନା ,ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଚନ୍ଦ୍ରମଣି ସାମଲ ଯୋଗ ଦେଇଥିବା ବେଳେ ମୁଖ୍ୟ ଆୟୋଜକ ଭାବେ ହେମନ୍ତ ଧୀର,ପରେଶ ଦାସ,,ଜନ୍ମେଜୟ ରାଉତ,ସଞ୍ଜୟ ସାହୁ,ବନମାଳୀ ବଳ ପରିଚାଳନା ଦାୟିତ୍ବ ନିଭାଇଥିଲେ। ଏହି କାର୍ଯ୍ୟକ୍ରମ ରେ ରାକେଶ ରାଉତ,ବିକାଶ ଆଇଚ, ରଜେନ୍ଦ୍ର ବିଶ୍ୱାଳ,ନଟବର ମଲ୍ଲିକ,ନରେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ। ସଂଘର ଏଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close