କେକେଙ୍କ ଜୀବନର ଶେଷ ଗୀତ ‘ହମ୍ ରହେଁ ୟା ନାରହେଁ’, ମଞ୍ଚରେ ଟଳି ପଡିଲେ କୃଷ୍ଣକୁମାର
ମୁମ୍ବାଇ ; ୦୧/୦୬ (ନି ପ୍ର ) : ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କୃଷ୍ଣକୁମାର କୁନାଥଙ୍କ ପରଲୋକରେ ସାରା ଦେଶ ଆଜି ସ୍ତବ୍ଧ । ମଞ୍ଚରେ ତାଙ୍କର ଶେଷ ଗୀତଟି ଥିଲା ‘ହମ ରହେଁ ୟା ନାରହେଁ, କଲ ୟାଦ ଆଏଁଗେ ୟେ ପଲ୍’ । ଦକ୍ଷିଣ କୋଲକାତାର ନଜରୁଲର ଏକ ମଞ୍ଚରେ ଏହି ଗୀତ ଟି ଗାଉଥିବା ବେଳେ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏମଆରଆଇ)ରେ ଭର୍ତ୍ତି କରାଯାଇଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୫୩ ବର୍ଷୀୟ ଏହି କଣ୍ଠଶିଳ୍ପୀ ନିଜ କ୍ୟାରିଅରରେ ୨୦୦ରୁ ଅଧିକ ଗୀତ ଗାଇଥିବା ସୂଚନା ମିଳିଛି ।୧୯୯୯ରେ କେକେ ତାଙ୍କର ପ୍ରଥମ ଆଲବମ ‘ପଲ’ ରିଲିଜ କରିଥିଲେ। ଏହି ଗୀତିକାରଙ୍କର ପ୍ରକୃତ ନାମ କୃଷ୍ଣକୁମାର କୁନାଥ । ସେ କେକେ ଭାବରେ ପରିଚିତ । ବଲିଉଡର ହିଟ୍ ଟ୍ରାକ୍ ତଡ଼ପ ତଡ଼ପ (ହମ୍ ଦିଲ୍ ଦେ ଚୁକେ ସନମ୍, ୧୯୯୯), ଦସ୍ ବାହାନେ (ଦସ, ୨୦୦୫), ଏବଂ ତୁନେ ମାରି ଏଣ୍ଟ୍ରି (ଗୁଣ୍ଡେ, ୨୦୧୪), ଖୁଦା ଜାନେ (ବଚ ନା ଏ ହସିନୋ) ଭଳି ହିଟ୍ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବଡ ବଡ ନେତା ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି । କେକେଙ୍କ ବିୟୋଗ ସଙ୍ଗୀତ ଦୁନିଆରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ତାଙ୍କ କଣ୍ଠର ଯାଦୁକୁ ଚିରଦିନ ପାଇଁ ଅମର ରହିବ ।