
ବ୍ୟାସନଗର ଗାୟତ୍ରୀ ବିହାରରେ ‘ରାମେଶ୍ୱର ମହାଦେବ’ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ୱ ଶାନ୍ତି ମହାଯଜ୍ଞ ଆସନ୍ତା କାଲି ଠାରୁ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର,୩୦/୦୫(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାରାଂଚଳର ୧୭ ନଂ. ୱାର୍ଡର ଗାୟତ୍ରୀ ବିହାର ଠାରେ ଦୀର୍ଘ ୪-୫ବର୍ଷ ନିର୍ମାଣଧିନ ଥିବା ପ୍ରଭୁ ରାମେଶ୍ୱରଙ୍କ ନୂତନ ମନ୍ଦିର ଇତିମଧ୍ୟରେ ଚୂଡାନ୍ତ ପର୍ଯ୍ୟାୟରେ ପହଚିଂଛି । ନୂତନ ମନ୍ଦିରରେ ପ୍ରଭୁ ରାମେଶ୍ୱର ମହାଦେବଙ୍କ ବିଗ୍ରହ ପ୍ରତିଷ୍ଠା ସହ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା କାଲି ଠାରୁ ୦୩ଦିନ ବ୍ୟାପି ଆରମ୍ଭ ହେଉଛି । ଏହି ପରୀପ୍ରେକ୍ଷୀରେ ଏଠାରେ ବିଶ୍ୱ କଲ୍ୟାଣ ନିମନ୍ତେ ବିଶ୍ୱଶାନ୍ତି ମହାଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ୦୩ ଦିନର କାର୍ଯ୍ୟକ୍ରମରେ ରହିଛି:- ତା.୩୧/୫/୨୦୨୨ ମଂଗଳବାର ଦିନ ଅଧିବାସ, ଅଙ୍କୁରାରୋପଣ, ମଣ୍ଡଳକରଣ, କଳସ ଯାତ୍ରା, କାରୁଶାଲାକର୍ମ ଓ ଧ୍ୟାନ୍ୟାଦିବାସ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାର ଥିବା ବେଳେ ତା. ୦୧/୦୬/୨୦୨୨ ରିଖ ବୁଧବାର ବେଦୀକର୍ମ, ସୂର୍ଯ୍ୟ ପୂଜା, ଗୋ-ପୂଜା, ଗୁରୁ ପୂଜା, ଧରିତ୍ରୀ ପୂଜା, ଅଗ୍ନି ସଂସ୍ଥାନ, ଯଜ୍ଞାରମ୍ଭ, ମହାସ୍ନାନ, ଶୟନ, ଜୀବନ୍ୟାସ ଆଦି କାର୍ଯ୍ୟକ୍ରମ ସହ ଦିବା ୧୨ଘଟିକା ଠାରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର କମଟି ପକ୍ଷରୁ କୁହାଯାଇଛି । ଏଥି ସହ ଶେଷ ଦିବସ ତା.୦୨/୦୬/୨୦୨୨ ରିଖ ଗୁରୁବାରରେ ନଗର ଭ୍ରମଣ, ବେଦୀ କର୍ମ, ପ୍ରାସାଦ ପ୍ରତିଷ୍ଠା, ଧ୍ୱଜାରୋହଣ, ମହାପ୍ରଭୁଙ୍କ ସିଂହାସନ ଆରୋହଣ, ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି କାଯ୍ୟକ୍ରମ ସହ ଦିବା ୧୨ଘଟିକା ଠାରୁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି ବୋଲି ମନ୍ଦିର କମିଟିର ସଭ୍ୟ ଡ଼ଃ. ଅକ୍ଷୟ କୁମାର ପଣ୍ଡା କହିଛନ୍ତି । । ଏଥିପାଇଁ ଗାୟତ୍ରୀ ବିହାର ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ସାଜସଜ୍ଜା କରାଯାଇଥିବା ବେଳେ ଆଲୋକମାଳାରେ ଅଂଚଳକୁ ସଜ୍ଜା ଯାଇ ଚଳଚଂଚଳ କରାଯାଇଛି । ଶେଷ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବାର ଯୋଜନା ରହିଛି । ଏଥିରେ ଗାୟତ୍ରୀ ବିହାର ସହ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କ ସହ ବ୍ୟାସନଗର ପୈାରାଂଚଳ ଏବଂ ଅନ୍ୟାନ ସ୍ଥାନରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଉଥିବାର ଜଣାଯାଇଛି ।