
‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ର ୦୯ମ ବାର୍ଷିକୋତ୍ସବ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଦନା
ବ୍ୟାସନଗର,୨୫/୦୫(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ର ୦୯ମ ବାର୍ଷିକୋତ୍ସବ ଆଜି ପୂର୍ବାହ୍ନରେ ସ୍ଥାନୀୟ ଚୋରଦା ସ୍ଥିତ ମଂଚ କାର୍ଯ୍ୟାଳୟରେ ମଂଚର ସଭାପତି ଶିକ୍ଷାବିତ୍ ଉପେନ୍ଦ୍ରନାଥ ବେଉରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇ କହିଥିଲେ ଯେ, ବୃଦ୍ଧ ପିତାମାତାଙ୍କ ପ୍ରତି ପୁଅ ଝିଅମାନେ ସେମାନଙ୍କ ଦାୟିତ୍ୱବୋଧ ଭୁଲି ଯାଉଥିବାରୁ ସମାଜ କୁପଥଗାମୀ ହେଉଛି । ବରିଷ୍ଠ ନାଗରିକମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ମନକୁ ଉଣା ନ କରିବା ସହ ଦୈନିକ ଯୋଗ ଆଦି କରି ମନକୁ ସବୁବେଳେ ଶାନ୍ତ ରଖିବାକୁ ପରାମର୍ଶ ଦେଇଥିଲେ । ସହରରେ ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟରେ ମଂଚ ସାମିଲ ହେଉଥିବାରୁ ଶ୍ରୀ ବଳ ତାହାର ପ୍ରଶଂସା କରିଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ନାଗରିକମାନେ ସେମାନଙ୍କ ମନୋବଳକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେବା ସହ ସେମାନଙ୍କ ଆଗାମୀ ଓ ବଳକା ଦିନଗୁଡିକ ସବୁଠୁ ଭଲ ଦିନ ହେବାର ଆଶା ରଖି କାର୍ଯ୍ୟ କରିବା ଉଚିତ୍ । କେବେହେଲେ କୈାଣସି ପରିସ୍ଥିତିରେ ସେମାନେ ଭାଙ୍ଗି ନ ପଡି ସର୍ବଦା ଶାନ୍ତ ରହିବା ଉଚିତ୍ । କାର୍ଯ୍ୟକ୍ରମରେ ବ୍ୟାସନଗର ପୈାର ପରିଷଦର ନଗରପାଳ ସଙ୍ଗିତା ପିଙ୍ଗୁଆ, ଉପ-ନଗରପାଳ ସୁବାସ ଚନ୍ଦ୍ର ବଳ ସମ୍ବାନିତ ଅତିଥି ଭାବେ ଯୋଗ ଦେଇ ମଂଚର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଂଶସା କରିବା ସହ ସେମାନଙ୍କ ସଂଗଠନର କିଛି ଆବଶ୍ୟକତାକୁ ପୂରଣ କରିବା ଦିଗରେ ସେମାନେ ସହଯୋଗ କରିବେ ବୋଲି କହିଥିଲେ । ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ବିଭିନ୍ନ ତଥ୍ୟ ସମ୍ବଳିତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଡ଼ା. ନୃସିଂହ ଚରଣ ପରିଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମାଜସେବୀ ହେମନ୍ତ କୁମାର ଧିର, ରାଜେଶ କୁମାର ରାଉତ ଓ ‘ଉଦୟବଟ’ର ସଂପାଦକ, ପରିବେଶବିତ୍ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖଙ୍କୁ ଉପଢ଼ୈାକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ପୂଜକ ନିରୋଦ ପଣ୍ଡାଙ୍କ ଦ୍ୱାରା ବେଦ ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ମଣିନ୍ଦ୍ର ସାହୁ, ମଂଚର ସହ-ସଂପାଦକ ପ୍ରଫୁଲ୍ଳ କୁମାର ନାୟକ, ଅଶ୍ୱିନୀ କୁମାର ଦାସ, ଘନଶ୍ୟାମ ରାଉତ, ନିକୁଞ୍ଜ ବିହାରୀ ଧଳ, କମଳଲୋଚନ ସାହୁ, ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ, ଯୋଗ ପ୍ରଭାରୀ ଧ୍ରୃବଚରଣ କର, ଲମ୍ବୋଦର ମଲ୍ଲିକ, ଗିରିଧାରୀ ବାରିକ, ଉପଦେଷ୍ଟା ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ଦୀପକ ରଂଜନ ପାଣିଗ୍ରାହୀ, ହରଦୟାଲ ସିଂହ, ଅର୍ଜ୍ଜୁନ କୁମାର ସାହୁ, କେଶବ ଚନ୍ଦ୍ର ବଳ, ସନାତନ ମଲ୍ଲିକ, କମଳୀନି ସାମଲ, କୁମୁଦିନୀ ରାଉତ, ଅରୁଣା ଖଣ୍ଡାଇ, ଗୈାରୀ ରାଉତ, ଡ଼ଃ. ବସନ୍ତ କୁମାର ବେହେରା, ରାହାସ ବିହାରୀ ପାତ୍ର, ଶଙ୍କର୍ଷଣ ସାହୁ, ସନ୍ତୋଷ କୁମାର ବାଇ, ଯୁଧିଷ୍ଠିର ମଲ୍ଲିକ, କୈଳାସ ପାତ୍ର, ଗୈାରୀଶଙ୍କର ପତି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ମଂଚର ଉପଦେଷ୍ଟା ତଥା ନୋଟାରୀ ପବ୍ଲିକ ଲୋକନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।