ନୂଆ ସଜବାଜ ରେ ଖୋଲିଲା ଗୈାତମ ବୁଦ୍ଧ ସଂସ୍କୃତି ଭବନ

ଯାଜପୁର, ୨୧/୦୫ : ଯାଜପୁରରେ ଅବସ୍ଥାପିତ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଶନିବାର ଠାରୁ ଜନସାଧାରଣଙ୍କ ପାଇଁ ନୂଆ ରୂପରେ ଖୋଲିଲା । ଏହାକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ତଥା ଜିଲ୍ଲା ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦର ଉପାଧ୍ୟକ୍ଷ ଅକ୍ଷୟ କୁମାର ମଲ୍ଲିକ ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନବିକରଣ ପରେ ପ୍ରଥମ କରି ବୁକିଂ କରିଥିବା ବିରଜା ନର୍ସିଂ ସ୍କୁଲର ଅଧ୍ୟକ୍ଷଙ୍କୁ ତାଙ୍କ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଇଁ ଅନୁମତି ପ୍ରଦାନ କରିଥିଲେ । ପ୍ରକାଶ ଥାଉ କି, ଗତ ତା ୩୦ା୧୧ା୨୦୨୧ ରିଖ ଠାରୁ ଗୈାତମ ବୁଦ୍ଧ ସଂସ୍କୃତି ଭବନ ନବିକରଣ ପାଇଁ ବନ୍ଦ ରହିଥିଲା, ଯାହା ତା ୨୧ା୫ା୨୦୨୨ ରିଖରେ ପୁନର୍ବାର ଖୋଲାଯାଇଚ୍ଥି । ସଂସ୍କୃତି ଭବନ ଅଡିଟୋରିୟମଟି ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହେବା ସହ ଦର୍ଶକଙ୍କ ପାଇଁ ୩୧୦ ଗୋଟି ସିଟ୍‌ର ବ୍ୟବସ୍ଥା ରହିଚ୍ଥି । ଅତ୍ୟାଧୁନିକ ଲାଇଟ ଓ ସାଊ ଣ୍ଡ ବ୍ୟବସ୍ଥା ସହ ଡିଜିଟାଲ ପ୍ରୋଜେକ୍ଟର ଓ ଅନ୍ୟାନ୍ୟ ଉପକରଣରେ ରଙ୍ଗମଞ୍ଚକୁ ସଜା ଯାଇଚ୍ଥି । ଏଣିକି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନେ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରୁ ସଂସ୍କୃତି ଭବନ ସଂରକ୍ଷଣ ପାଇଁ ଅଗ୍ରୀମ ବୁକିଂ କରିପାରିବେ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ ପ୍ରକାଶ କରିଚ୍ଥନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଓ ସଂସ୍କୃତି ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close