ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ କର୍ମଶାଳା ଅନୁଷ୍ଠିତ

ଯାଜପୁର,୧୨/୦୫(ନି ପ୍ର ) : ବାଲ୍ୟ ବିବାହକୁ ପ୍ରତିହତ କରିବାକୁ ଅନେକ ଆଇନ ଓ ବ୍ୟବସ୍ଥା ରହିଥିଲେ ମଧ୍ୟ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବ୍ୟାପକ ସହଯୋଗ ଓ ସଚେତନତାର ଆବଶ୍ୟକତା ରହିଚ୍ଥି ବୋଲି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ, ୟୁନିସେପଂ ଓ ସ୍ୱେଚ୍ଚ୍ଥାସେବୀ ସଂଗଠନ ଆକ୍ସନ ଏଡ୍‌ର ସହାୟତାରେ ଏକ ଦିବସୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ସରକାରୀ ସ୍ତରରେ ଜିଲ୍ଲା ସ୍ତରୀୟ, ବ୍ଳ୍‌କ ସ୍ତରୀୟ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ପ୍ରତିରୋଧ ପାଇଁ ଟାସ୍କପୋଂର୍ସ ଗଠନ ସହ ନିୟମିତ ସମୀକ୍ଷା କରାଯାଉଚ୍ଥି । ବର୍ତ୍ତମାନ ନୂତନ ଭାବେ ପଞ୍ଚାୟତ ଓ ପୈାରାଞ୍ଚଳରେ ଲୋକ ପ୍ରତିନିଧି ମାନେ ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ସାମିଲ ଓ ସଚେତନ କରି ତାଙ୍କର ସହାୟତା ନେବାର ବ୍ୟବସ୍ଥା କରାଯାଉଚ୍ଥି । ବାଲ୍ୟ ବିବାହକୁ ପ୍ରତି ସ୍ତରରେ ପ୍ରତିହତ ପାଇଁ ଉଦ୍ୟମ ସ୍ୱରୂପ ବିଦ୍ୟାଳୟରୁ ଝିଅ ପିଲାଙ୍କ ଡ୍ରପ ଆଉଟର ତଥ୍ୟ ନିୟମିତ ସଂଗ୍ରହ ସହ ବିଦ୍ୟାଳୟକୁ ନ ଆସିବାର କାରଣ ଓ ସଚେତନତା ପାଇଁ ସେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଶିଶୁ ସୁରକ୍ଷା ବିଭାଗ, ସମାଜ କଲ୍ୟାଣ ବିଭାଗ, ଶିକ୍ଷା ବିଭାଗ, ଲୋକ ପ୍ରତିନିଧି ଓ ସ୍ୱେଚ୍ଚ୍ଥାସେବୀ ମାନଙ୍କ ମିଳିତ ସମନ୍ୱୟକୁ ଗୁରୁତ୍ୱ ଦେବା ସହ ଅଙ୍ଗନୱାଡି କର୍ମୀ ଓ ଶିକ୍ଷକ ମାନେ ନିୟମିତ ଡ୍ରପ ଆଉଟ ସ୍ଥିତିକୁ ଅନୁଧ୍ୟାନ ଓ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁବାଷ ସନ୍ଦ୍ର ସାମଲ, ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର ଗିରି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ସମାଜ ସେବୀ ମଣ୍ଟୁ ଦାସ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା, ବାଲ୍ୟ ବିବାହର କାରଣ, ନିରାକରଣ, ସଚେତନତା, ଆକ୍ସନ ପ୍ଳାନ ପ୍ରସ୍ତୁତି, ପାରସ୍ପରିକ ସମନ୍ୱୟ ଓ ନିୟମିତ ସମୀକ୍ଷା ସଂପର୍କରେ ବିଷଦ ଆଲୋକପାତ କରିଥିଲେ । ପ୍ରତ୍ୟେକ ଜିଲ୍ଲା ସ୍ତରୀୟ, ବ୍ଳ୍‌କ ସ୍ତରୀୟ, ପଞ୍ଚାୟତ ସ୍ତରୀୟ ବୈଠକ ମାନଙ୍କରେ ବାଲ୍ୟ ବିବାହ ସଂପର୍କରେ ଏକ କାର୍ଯ୍ୟସୂଚୀ ରଖାଯାଇଥିବାରୁ ଏହାର ସମୀକ୍ଷା ପାଇଁ ଅନୁରୋଧ କରାଯାଇଥିଲା । ପ୍ରାରମ୍ଭରେ ଆକ୍ସନ ଏଡ୍ ର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କୁମାର ଦିଗାଲ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାରେ ବାଲ୍ୟ ବିବାହର ସ୍ଥିତି, ବାଲ୍ୟ ବିବାହକୁ ପ୍ରତିହତ କରିବାର ବିବିଧ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳ୍‌କର ଶିଶୁ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, କେତେଜଣ କିଶୋର କିଶୋରୀ ମାନେ ଅଂଶ ଗ୍ରହଣ କରି ସେମାନଙ୍କ ମତାମତ ଓ ବିଭିନ୍ନ ପରାମର୍ଶ ଦେଇଥିଲେ । ଶିଶୁ ସୁରକ୍ଷା ବିଭାଗର ଆଇନ ପରାମର୍ଶଦାତା ତପନ କୁମାର ପଣ୍ଡା, କାଉନସିଲର କାଳି ପ୍ରସାଦ ସାହୁ , ମିହିର ପ୍ରସାଦ ଜେନା, ଅର୍ଚ୍ଚନା କୁମାରୀ ସାମନ୍ତ ପ୍ରମୁଖ କର୍ମଶାଳାକୁ ପରିଚାଳନା କରିଥିଲେ । ଏହି ଅବସରରେ ବାଲ୍ୟ ବିବାହ ପ୍ରତିରୋଧ ପାଇଁ ଏକ ଶପଥ ପାଠ କରାଯିବା ସହ ବାଲ୍ୟ ବିବାହକୁ ରୋକିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ଳାକାର୍ଡକୁ ଉନ୍ମୋଚନ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close