ପଦ୍ମଶ୍ରୀ ରଜତ କୁମାର କର ଙ୍କର ୮୮ ବର୍ଷ ବୟସରେ ପରଲୋକ


ଭୁବନେଶ୍ୱର ; ୦୮/୦୫ (ଜ୍ୟୋତି ରଞ୍ଜନଙ୍କ ଠାରୁ) : ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଦୀର୍ଘ ୬୦ ବର୍ଷ ଧରି ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ପଦ୍ମଶ୍ରୀ ରଜତ କୁମାର କର ଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ସ୍ୱାସ୍ଥ୍ୟଗତ ସମସ୍ୟା ଥିବାବେଳେ ତାଙ୍କର ହୃଦଘାତରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ଦେବା କ୍ଷେତ୍ରରେ ସାରା ରାଜ୍ୟରେ ପରିଚିତ ଲାଭ କରିଥିବା ରଜତ କରଙ୍କ ବିୟୋଗରେ ସମସ୍ତେ ସ୍ତମ୍ବୀଭୁତ । ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ସଂସ୍କୃତି ଉପରେ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଥିଲେ ପଦ୍ମଶ୍ରୀ ରଜତ କର । ୨ ଅକ୍ଟୋବର ୧୯୩୪ର ଜନ୍ମଲାଭ କରିଥିବା ରଜତଙ୍କୁ ୨୦୨୧ରେ ମିଳିଥିଲା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ।ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ । ତାଙ୍କର ପ୍ରଖ୍ୟାତ ପୁସ୍ତକଗୁଡିକ ହେଲା ଜନ ଜୀବନରେ ଜଗନ୍ନାଥ, ଅନନ୍ୟ ଜଗନ୍ନାଥ ଅନୁଭୁତିରେ. ଅନ୍ଧପୁଟୁଳି, ଚନ୍ଦନ ହଜୁରୀ, ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ବାଇଶି ପାବଚ୍ଛ ଇତ୍ୟାଦି । ଶିକ୍ଷାବିତ ଭାବେ ଜଣାଶୁଣା ରଜତ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି । ଏଥି ସହିତ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ଗୋଦାବରୀଶ ମିଶ୍ର ସମ୍ମାନ ଇତ୍ୟାଦି ସମ୍ମାନ ଲାଭ କରିଥିଲେ ସ୍ୱର୍ଗତ ରଜତ କର ।ତାଙ୍କ ବିୟୋଗରେ ଓଡ଼ିଶାର ପୁରପଲ୍ଲୀରେ ଶୋକର ଛାୟା ଖେଳିଯାଇଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close