କୋରେଇର ପାଟରଂଗା ଠାରେ ଶନି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସଂପନ୍ନ

କୋରାଇ, ୧୪/୪(ରାମଚନ୍ଦ୍ର ବାରିକଙ୍କ ଠାରୁ): ଯାଜପୁର ଜିଲ୍ଲା କୋରାଇ ବ୍ଲକର ପାଟରଂଗା ଗ୍ରାମ ପଂଚାୟତର ପାଟରଂଗା ଗ୍ରାମରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗ୍ରହରାଜ ପ୍ରଭୂ ଶନିଶ୍ଚରଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଗତ ତା ୦୮/୦୪/୨୦୨୨ରୁ ଆରମ୍ଭ ହୋଇଥିଲା । ଗତ ୦୩ ଦିନ ଧରି ଚାଲିଥିବା ଏହି ଉତ୍ସବ ଗ୍ରାମରେ ଆଧ୍ୟାତ୍ମିକ ପରିବେଶର ମାହୋଲ ସୃଷ୍ଟି କରିଥିଲା । ପ୍ରତ୍ୟହ ଭଜନ କୀର୍ତନ ସାଂଗକୁ ବିଶ୍ୱକଲ୍ୟାଣ ନିମନ୍ତେ ଗ୍ରାମବାସୀଙ୍କ ତରଫରୁ କଳସ ବନ୍ଦନା, ପୂଜାର୍ଚ୍ଚନା, ବିଶ୍ୱଶାନ୍ତି ମହାଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା । ଗ୍ରାମର ଜନସାଧାରଣ ଆବାଳ ବୃଦ୍ଧବନିତା ଏହି ଉତ୍ସବରେ ସାମିଲ ହୋଇ ନିଜକୁ ଧନ୍ୟ ମନେକରିବା ସହ ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close