ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ପାଇଁ ଆବେଦନ

ଯାଜପୁର, ୧ା୬: ରାଜ୍ୟ ସରକାରଙ୍କର ଅନୁମୋଦିତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଞ୍ଜିକରଣ ପାଇଁ ଆବେଦନ ଗ୍ରହଣ କରାଯାଉଚ୍ଥି । ରାଜ୍ୟ ସରକାରଙ୍କର ସୂଚନା ଓ ଲୋକ ସଂପର୍କ ବିଭାଗ ପତ୍ର ସଂଖ୍ୟା ୫୬୭୦ ତା ୨୮ା୫ା୨୦୨୧ ରିଖ ଅନୁସାରେ ଉପଯୁକ୍ତ ପଂର୍ମାଟରେ ଚଳିତ ବର୍ଷ ଜୁନ୍ ୧୨ ତାରିଖ ମଧ୍ୟରେ ଏହି ଆବେଦନ ଗୁଡିକ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶାଳୟରେ ପହଚିଂବା ଜରୁରୀ । ସେଥିପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଯାଜପୁର ଠାରେ ୯ା୬ା୨୦୨୧ ରିଖ ସୁଦ୍ଧା ଆଗ୍ରହୀ ଗଣମାଧ୍ୟମ ବନ୍ଧୁମାନଙ୍କର ଆବେଦନ ପ୍ରେରଣ କରିବାକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସୂଚନା ଦେଇଚ୍ଥନ୍ତି । ପୂର୍ବରୁ ଯେଉଁ ମାନଙ୍କର ସ୍ୱାସ୍ଥ୍ୟ ବୀମା କାର୍ଡ ରହିଚ୍ଥି ସେମାନେ ମଧ୍ୟ ନୂତନ ଭାବେ ସେମାନଙ୍କର ଅବଧି ଥିବା ମିଡିଆ ହାଉସର ପରିଚୟ ପତ୍ର ବା ଅଥରିଟି ଲେଟର ସହ ଆବେଦନ କରିବେ । ଏହି ଆବେଦନରେ କ୍ରମିକ ସଂଖ୍ୟା ଗଣମାଧ୍ୟମ ପ୍ରତିନିଧିଙ୍କ ନାମ, ମିଡିଆ ହାଉସର ନାମ, କି ପ୍ରକାର ମିଡିଆ ହାଉସ, ସଂପର୍କୀୟ ମାନଙ୍କ ନାମ, ସଂପର୍କ, ଲିଙ୍ଗ, ଜନ୍ମ ତାରିଖ, ମୋବାଇଲ ନମ୍ୱର, ଜିଲ୍ଲା, ସବ୍‌-ଡିଭିଜନ ଓ ଠିକଣା ରହିବା ଜରୁରୀ । ତେଣୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବାକୁ ଥିବା ଅନୁମୋଦିତ ଗଣ ମାଧ୍ୟମର ଆଗ୍ରହୀ ପ୍ରତିନିଧିମାନେ ଯଥା ଶୀଘ୍ର ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ସେମାନଙ୍କର ଆବେଦନ ପ୍ରଦାନ ପାଇଁ ଅନୁରୋଧ କରାଯାଇଚ୍ଥି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close