କରୋନା ସଙ୍କଟରେ ମହଙ୍ଗା ମାଡ଼ , ଆଳୁ ପହଞ୍ଚିଲା ପାଖାପାଖି ୩୫ ତା ସାଙ୍ଗକୁ ପନିପରିବା ଦର ଏବେ ଆକାଶ ଛୁଆଁ

ବ୍ୟାସନଗର  ; ୨୫/୮ : କରୋନା ସମସ୍ତଙ୍କର ନିଦ ହଯାଇଥିବାବେଳେ ଆବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଚିନ୍ତାର କାରଣ ସାଜିଛି । କରୋନା ସଙ୍କଟରେ ଲୋକମାନଙ୍କ ଜୀବିକା ଉପରେ ପ୍ରଭାବ ପଡିବା ସଙ୍ଗେ ସଙ୍ଗେ ପନିପରିବା , ଡାଲି, ତେଲ, ଆଦି ଆବଶ୍ୟକ ଜିନିଷ ଦର ଏବେ ଆକାଶ ଛୁଆଁ । ଜନ ଜୀବନ ଉପରେ ଏହାର ଖୁବ ପ୍ରଭାବ ପକାଇଛି। ହାତରେ ଚାକିରୀ ନାହିଁ ପୁଣି ଦରଦାମ ବୃଦ୍ଧି, ଖାଇବାକୁ ଚାଉଳ ନାହିଁ ତ  ହାତରେ ପଇସା ବି ନାହିଁ  ,  ଆଳୁ ପାଖାପାଖି ୩୫ ଥିବାବେଳେ, ବାଇଗଣ ୫୦ , ଟମାଟୋ ୬୦ ରେ ପହଁଚିଛି । ପ୍ରକୃତିର କରାଳ ରୂପ ବି ଆଜି ଦାଉ ସାଜିଛି ଏବେ କରୋନା ତ ପୁଣି ଲଘୁଚାପ ତାହା ସହିତ ଦରଦାମ ବୃଦ୍ଧି  , ଏହା ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀରେ ଥିବା ଲୋକଙ୍କ ପ୍ରତି ଚିନ୍ତାଜନକ ହୋଇଛି । ଦରଦାମ ବୃଦ୍ଧି ଯେପରି  ବୋଝ ଉପରେ ନଳିତା ବିଡା । କେବେ ହଟିବ ଗରିବ , ଖଟିଖିଆ, ମଧ୍ୟବିତ୍ତ ବର୍ଗର ଦୁଃଖ । ଅନେକ ଲୋକ ଆଜି କରୋନା ଯୋଗୁଁ ଚାକିରୀ ହରାଇ ରାଜ୍ୟ ତଥା ଦେଶ ବିଦେଶରୁ ଫେରି ଘରେ ବସିଛନ୍ତି।  ଚାକିରୀ ନାହିଁ କି ହାତରେ ପଇସା ନାହିଁ । ଯେଉଁ ମାନେ ନିଜ ରାଜ୍ୟ ତଥା ରାଜ୍ୟ ବାହାରେ ଘର ଭଡା ଦେଇ ରହୁଥିଲେ ଚାକିରୀ ନଥିବାରୁ ସେମାନେ ୩ ରୁ ୪ ମାସ ହେବ ଘରଭଡା ଦେବାକୁ ଅସମର୍ଥ ଥିବା ଯୋଗୁଁ ଘର ଛାଡ଼ି ନିଜ ଗାଁ ଆଡ଼କୁ ମୁହାଁଉଛନ୍ତି । ଏଭଳି ଅନେକ ଦୟନୀୟ , ମର୍ମସ୍ପର୍ଶୀ କଥା  ଯାହା ଆମକୁ ମନେ ପକାଇଦିଏ ଅତୀତର ସେ କଥା ଯେ ଆମର ଜୀବନଜୀବିକା କିପରି ଥିଲା ଆଉ କରୋନା ମହାମାରୀ ଜୀବନଶୈଳୀର ମାନଚିତ୍ର କୁ କିଭଳି  ବଦଳାଇଦେଲା । ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳିଛି ଯେ କରୋନା ଆଜି ସାରା ବିଶ୍ୱକୁ ନିଜ ହାତମୁଠାରେ ରଖିଛି । ଦରଦାମ ଉପରେ କଟକଣା ଲଗା ନ ଗଲେ ଜନଜୀବନ ଯେ କେଉଁ ସ୍ତରରେ ପହଞ୍ଚିଯିବା ତାହା ଚିନ୍ତାଜନକ । ବ୍ୟବସାୟୀ କହୁଛନ୍ତି ଯୋଗାଣ କମିବାରୁ ଦରଦାମ ବୃଦ୍ଧି ହେଉଛି କିନ୍ତୁ ସବୁ କିଛି ଜାଣି ନୀରବଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close