ଅଚାନକ ବଦଳିଲେ ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ ରାଉତ

ବ୍ୟାସନଗର,୧୫/୧୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଅଶୋକ କୁମାର ରାଉତଙ୍କୁ ଆଜି ଅଚାନକ ବଦଳି କରାଯାଇଛି । ରାଜ୍ୟ ନଗର ଉନ୍ନୟନ ବିଭାଗ ତରଫରୁ ପତ୍ର ସଂଖ୍ୟା ୧୯୦୫୬, ତା: ୧୫/୧୧/୨୦୨୨ ଅନୁଯାୟୀ ଶ୍ରୀ ରାଉତଙ୍କୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି । ଅନ୍ୟ ଆଦେଶ ନ ଆସିବା ପର୍ଯ୍ୟନ୍ତ ଏଠାରେ ସ୍ଥାୟୀ ନିର୍ବାହୀ ଅଧିକାରୀଙ୍କ ସ୍ଥଳେ ଅତିରିକ୍ତ ଦାୟିତ୍ୱରେ କାମ ଚାଲିବ । ନଗରପାଳ ସଂଗିତା ପିଙ୍ଗୁଆ ଏବଂ ଶ୍ରୀ ରାଉତଙ୍କ ମଧ୍ୟରେ ଗତ କିଛି ଦିନ ଧରି ମନାନ୍ତର ମତାନ୍ତର ଲାଗି ରହିଥିଲା । ଏପରିକି ନଗରପାଳ ରୁକ୍ଷ ଭାଷାରେ ତାଙ୍କୁ ଗାଳି ଦେବା ସହ ପ୍ରଚଣ୍ଡ ବେଗରେ ତାଙ୍କ ଉପରକୁ ଫାଇଲ ଫୋପାଡ଼ି ଥିଲେ । ସବୁ ଘଟଣାରେ ତାଙ୍କୁ ଅପଦସ୍ତ କରିବା ପାଇଁ ଲାଗି ପଡ଼ିଥିଲେ । ବ୍ୟାସନଗରରେ ଏ କିଛି ନୂଆ କଥା ନୁହେଁ । ବହୁ ଅଧିକାରୀ ଏଠାରେ ଗାଳିଗୁଲଜ ଖାଇ କାମ କରିଛନ୍ତି । ଆଡ଼ଜଷ୍ଟ କରି ପାରିଲେ ଭଲ, ନୋଚେତ୍ ପରିସ୍ଥିତି ଅସମ୍ଭାଳ! ଅତୀତରେ ସବିତା ରାଉତଙ୍କ ଭଳି ଜଣେ ଦକ୍ଷ ଅଧ୍ୟକ୍ଷାଙ୍କୁ ଗାଦିଚ୍ୟୁତ କରିବାରେ ଘୋଡ଼ାବେପାର ଚଳାଇ କିଛି ବ୍ୟକ୍ତି ସର୍ବସ୍ୱାନ୍ତ ହେଲେ ସିନା କିଛି ଲାଭ ପାଇଲେ ନାହିଁ । ବରଂ ଅଯଥା ବହୁ ସମୟ ବରବାଦ କରି ବ୍ୟାସନଗରର ବିକାଶକୁ ମନ୍ଦୀଭୂତ କଲେ । ଏଠି ନ୍ୟାୟ, ବିଚାର କିଛି ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏଠାକାର ପଙ୍କିଳ ଓ ବିଷାକ୍ତ ରାଜନୀତିରେ ସହରର ବ୍ୟାପକ କ୍ଷତି ହେଉଥିବା ବେଳେ ବାହାରେ ସହରର ସୁନାମରେ ଆଂଚ ଆଣୁଛନ୍ତି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close