ବିଦ୍ୟୁତ୍ କରେଂଟ ଖାଇ ବ୍ୟାସ ସରୋବରରେ ‘କ୍ରିଷ୍ଣା ବିଲଡ଼ର’ର ୦୨ ଶ୍ରମିକ ମୃତ

ବ୍ୟାସନଗର,୨୫/୦୮(ଉଦୟବଟ ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ବ୍ୟାସନଗର ପୈାର ପରିଷଦ ଅଂଚଳରେ ଥିବା ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ପୋଖରୀର ଉନ୍ନତିକରଣ କାର୍ଯ୍ୟ ୩-୪ ବର୍ଷ ହେବ ରାଜ୍ୟ ବାହାରର ‘କ୍ରିଷ୍ଣା ବିଲଡ଼ର’ ନାମକ ଏକ ଠିକା ସଂସ୍ଥା କରିଆସୁଛି । ଏହି ସଂସ୍ଥା ନାମରେ ବିଭିନ୍ନ ଅଭିଯୋଗ ହୋଇଆସୁଥିବା ବେଳେ ଆଜି ପୂର୍ବାହ୍ନରେ ଏକ ଅଘଟଣ ଘଟି ୦୨ ଜଣ ଶ୍ରମିକଙ୍କ ଜୀବନହାନି ଘଟିଛି । ସେମାନେ ପଡ଼ୋଶୀ ପଶ୍ଚିମବଂଗ ରାଜ୍ୟ ମାଲ୍‌ଦା ଥାନା ଅଂଚଳର ଇନ୍ଦ୍ରଜିତ୍ ମଣ୍ଡଳ (ବୟସ-୧୯ ବର୍ଷ) ଓ ରେଜାବୁଲ ଶେକ୍‌ଙ୍କ ପୁତ୍ର ଶେକ୍ ୱାସିମ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ସେମାନେ ‘କ୍ରିଷ୍ଣା ବିଲଡ଼ର’ ଅଧିନରେ କାମ କରୁଥିଲେ । ସେମାନେ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଥିଲେ ହେଁ ସେମାନଙ୍କର ଇପିଏଫ ଓ ଇଏସଆଇ ଅଛି କି ନାହିଁ ଜଣାପଡ଼ିନାହିଁ । ସେ ଦୁହେଁ ଇଲେକ୍‌ଟ୍ରିକ କଟର ମେସିନ ସାହାଯ୍ୟରେ ଏକ ଲୁହା ରଡ଼କୁ କାଟୁଥିବା ବେଳେ କଟରଟି ତ୍ରୁଟିଯୁକ୍ତ ଥିବାରୁ ଚାର୍ଯ୍ୟ ହୋଇଯାଇଥିଲା । ଜଣେ କରେଂଟ ଦେବା ମାତ୍ରେ ହଠାତ୍ କଟରଟି ଦୁହିଁକୁ କିଛି ଦୂରକୁ ଛାଟି ଦେଇଥିଲା । ଦୁହିଁଙ୍କୁ ନିକଟସ୍ଥ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା, ହେଲେ ଯାଜପୁରରୋଡ ଡ଼ାକ୍ତର ସେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଏଇ କିଛି ଦିନ ତଳେ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡ଼୍ରେନ କାମରେ ନିୟୋଜିତ ଜଣେ ବ୍ୟକ୍ତି ବିଜୁଳି କରେଂଟ ଖାଇ ମୃତ୍ୟୁବରଣ କରିଥିଲେ । ପୁଣି ଆଜି ଭଳି କାଣ୍ଡ ଘଟିବା ପରେ ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ‘କ୍ରିଷ୍ଣା ବିଲଡ଼ର’ କାମ କରୁଥିବା ଅଂଚଳରୁ ରାତ୍ରୀରେ ନିୟମିତ ‘ମୋହରମ’ ଚୋରୀ ହେଉଥିବା ବେଳେ ‘ଏନଜିଟି’ ଛାଟ କାରଣରୁ ଏହାର କାମରେ ଭଟ୍ଟା ପଡ଼ିଥିଲା । ଏହି ସଂସ୍ଥା ବହୁ କମ ବୟସର ପିଲାଙ୍କୁ କାମ କରାଉଥିବାର କୁହାଯାଉଛି । 
                 ଘଟଣା ଘଟିବା ପରେ ଯାଜପୁରରୋଡ ପୋଲିସ ସେଠାରେ ପହଚିଂ ତଦନ୍ତ କରୁଛି । ମୃତ ଶ୍ରମିକଙ୍କ ପରିବାରଙ୍କୁ ଘଟଣା ସଂର୍ପକରେ ସୂଚନା ଦିଆଯାଇଛି ବୋଲି ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ କହିଛନ୍ତି । ଏ ବାବଦରେ ଏକ ଅପମୃତ୍ୟୁ ମାମଲା ୩୨/୨୦୨୩ ରୁଜ୍ଜୁ ହୋଇଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close