ପଟୁଣିଆର ଧର୍ମପରାୟଣ ବ୍ୟକ୍ତି ସୀତାନାଥ ସାମଲଙ୍କ ପରଲୋକ

ଧର୍ମଶାଳା, ୨୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆର ଧର୍ମପରାୟଣ ବ୍ୟକ୍ତି ସୀତାନାଥ ସାମଲଙ୍କ ୮୨ ବର୍ଷ ବୟସରେ ଗତ ତା. ୨୧/୧୦/୨୦୨୨ରେ ପରଲୋକ ଘଟିଛି । ୰ ଶ୍ରୀ ସାମଲ ଦୀର୍ଘ ଦିନ ଧରି ଶଯ୍ୟ।।ଶାୟୀ ଥିଲେ । ସେ ରାଜସ୍ୱ ବିଭାଗରେ କାର୍ଯ୍ୟ କରି ଅବସର ନେଇ ଗାଁରେ ରହି ବିଭିନ୍ନ ଭଲ କାର୍ଯ୍ୟରେ ସାମିଲ ହେଉଥିଲେ । ତାଙ୍କ ଦେହାନ୍ତରେ ପଟୁଣିଆ ପଂଚାୟତ ସମେତ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ୪ ପୁଅ ମନୋରଂଜନ, ଚିତରଂଜନ, ଜ୍ଞାନରଂଜନ ଓ ମାନସରଂଜନ, ପୁତୁରା କାହ୍ନୁଚରଣ ଆଦି ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ତାଙ୍କର ଦେହାନ୍ତ ପରେ ଗାଁଁରେ ଦୁଃଖର ବାତାବରଣ ସୃଷ୍ଟି ହେବା ସହ ଜଣେ ମୁରବୀଙ୍କ ଅଭାବ ହେଲା ବୋଲି କୁହାଯାଉଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close