ଯାଜପୁରରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ

ଯାଜପୁର, ୨୬ା୧୦: ଦୁର୍ନୀତି ଏକ ଦୁସ୍ଥ ମାନସିକତା । ଏହା ବ୍ୟକ୍ତି, ପରିବାର ଓ ସମାଜକୁ ରୁଗ୍‌ଣ କରିଦିଏ । ତେଣୁ ଏହାର ବିଲୋପ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଅଧ୍ୟକ୍ଷତା କରିବା ସହ ଦୁର୍ନୀତି ରୂପକ ବ୍ୟାଧିକୁ ସମାଜରୁ ଦୂର କରିବାକୁ ପ୍ରତ୍ୟେକ ସମବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିରି୍‌କ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି ସମସ୍ତଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଅସ୍ମିତା ଦାଶ, ଭୂତତ୍ୱବିତ୍ ସନ୍ତୋଷୀପ୍ରଭା ସେଠୀ, ସହକାରୀ ଜିଲ୍ଲାପାଳ ଊମେଶ ଚନ୍ଦ୍ର ଲେଙ୍କା, ତରଣୀସେନ ପଟ୍ଟନାୟକ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଊପଖଣ୍ଡ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ବରିଷ୍ଠ ସହାୟକ ସୁବ୍ରତ କୁମାର କାନୁନ୍‌ଗୋ, ବିଭାଗୀୟ ଅଧିକାରୀ ମଦନ ମୋହନ ପତି, ରମେଶ ଚନ୍ଦ୍ର ବୋଇତାଇ, ଚନ୍ଦ୍ରଶେଖର ପାଢୀ, କ୍ଷୀରୋଦ କୁମାର ପଣ୍ଡା, ବିନୋଦ କୁମାର ସିଙ୍କୁ, ସତ୍ୟଜିତ୍ ନାୟକ ଓ ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇ ଶପଥ ପାଠ କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ, କାର୍ଯ୍ୟାଳୟ ଓ ଲାଇନ ଡିପାର୍ଟମେଣ୍ଟମାନଙ୍କରେ ମଧ୍ୟ ଦୁର୍ନୀତି ନିବାରଣ ଶପଥ ପାଠ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close