ଶିକ୍ଷାବିତ ସ୍ବର୍ଗତ ଦିବାକର ମିଶ୍ରଙ୍କୁ ଦ୍ବାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

 

କଟକ ୧୩/୦୬ (ନି ପ୍ର ) : କଟକ ସଦର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ପୂର୍ବତନ ଉପଦେଷ୍ଟା ତଥା ଜଗତସିଂହପୁର ଜିଲ୍ଲା ତରଡ଼ାପଡ଼ା ପଞ୍ଚାୟତ ଚାନ୍ଦୁରା ଗ୍ରାମର ପୂର୍ବତନ ତହସିଲଦାର ସ୍ବର୍ଗତ ଦୈତାରି ମିଶ୍ରଙ୍କ ଜ୍ୟେଷ୍ଠପୁତ୍ର ଶିକ୍ଷାବିତ ଦିବାକର ମିଶ୍ରଙ୍କ ଦ୍ଵାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ତରଡ଼ାପଡ଼ା ପଞ୍ଚାୟତର ସରପଞ୍ଚ ଦିଲିପି ମହାନ୍ତି, ସମିତି ସଭ୍ୟ ଦେବଯାନୀ ଦାସ, କଂଗ୍ରେସର ବରିଷ୍ଟ ନେତା ନଟବର ବାରିକ, ଦିବାକର ମିଶ୍ରଙ୍କ ପୁତ୍ର ଦୁର୍ଗା ପ୍ରସାଦ ମିଶ୍ର, ଦିପ୍ତି ପ୍ରସାଦ ମିଶ୍ର, ଗିରିଜା ପ୍ରସାଦ ଦାଶ, ଭାଇ ପ୍ରଭାକର ମିଶ୍ର, ନିର୍ମଳ ମିଶ୍ର, ଜ୍ବାଇଁ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ର, ସତ୍ୟସାଇ ମିଶ୍ର, ଆଦିତ୍ୟ ପ୍ରସାଦ ଦାଶ, ବିପିନ୍ ମିଶ୍ର, ବୋହୂ ପ୍ରତିମା ମିଶ୍ର, ଝିଅ ଲୋପାମୁଦ୍ରା ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର, ସୋନାଲି ମିଶ୍ର, ଗ୍ରାମର ଅନେକ ବୁଦ୍ଧିଜୀବୀ, ନାତି, ନାତୁଣୀ, ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ସେ ଜଣେ ସ୍ନେହି, ପରୋପକାରି, ମିଷ୍ଟଭାଷୀ ଓ ବୁଦ୍ଧିଜୀବୀ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗ ରେ ସମସ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close