କୃଷି ବିଲ ପ୍ରତ୍ୟାହାର ଦାବିରେ ଆଇ ଏନ ଟି ୟୁ ସି ଏବଂ ସି ଆଇ ଟି ୟୁ ପକ୍ଷରୁ ଭାରତ ବନ୍ଦ

ବ୍ୟାସନଗର;୨୬/୦୩( ବସନ୍ତ କୁମାର ପାତ୍ରଙ୍କ ଠାରୁ) :  ଆଜି  ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ୨୬ମାର୍ଚ୍ଚ ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଇ ଏନ ଟି ୟୁ ସି ଏବଂ ସି ଆଇ ଟି ୟୁ ସି ପକ୍ଷରୁ ତୁରନ୍ତ ୩ଗୋଟି କୃଷି ବିଲ ଓ ୪ଗୋଟି ଶ୍ରମ କୋର୍ଡକୁ ସରକାର ଅଗଣତାନ୍ତ୍ରିକ ଭାବେ ଅଧ୍ୟାଦେଶ ଜରିଆରେ ପାସ କରାଇଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବି ନେଇ ଏକ ଶୋଭାଯାତ୍ରା ବ୍ୟାସନଗର ସହର ପରିକ୍ରମା କରିବାପରେ ଗୋପବନ୍ଧୁ ଛକ ଠାରେ ଆଇ ଏନ ଟି ୟୁ ସି ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଘୁନାଥ ମାଝୀଙ୍କ ଅଧକ୍ଷତାରେ ଏକ ସଭା ଆୟୋଜିତ ହୋଇଯାଇଛି ! ଏହି ସଭାରେ ଆଇ ଏନ ଟି ୟୁ ସି ର ରାଜ୍ୟ ଉପ ସଭାପତି ତଥା ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ସରକାରଙ୍କ କୃଷକ, ଶ୍ରମିକ ମାରଣ ନୀତି ଅବଲମ୍ବନ କରିବା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୧୯୫୫କୁ ଉଛେଦ କରିବା ସହିତ ବଡ଼ ବଡ଼ ଶିଳ୍ପପତି ଙ୍କ ପ୍ରରୋଚନା ରେ ୪୪ଗୋଟି ଶ୍ରମ ଆଇନକୁ ସଂଶୋଧନ କରି ଏକ ଅଧ୍ୟାଦେଶ ଜରିଆରେ ୪ଗୋଟି ଶ୍ରମ କୋର୍ଡ ସମଗ୍ର ଶ୍ରମିକ ସମାଜ ପାଇଁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ବୋଲି ବକ୍ତାମାନେ କେନ୍ଦ୍ର ସରକାରଙ୍କୁ ଦୃଢ଼ ସମାଲୋଚନା କରିଥିଲେ ! ଅନ୍ୟ ପକ୍ଷରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁରୂପ କାର୍ଯ୍ୟ ଶୈଳୀରେ ନିର୍ମାଣ ଶ୍ରମିକ ଆଇନ ୧୯୯୬, ଅଣ ସଂଗଠିତ ଶ୍ରମିକ ଆଇନ ୨୦୦୮, ୮ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟକୁ ୧୨ଘଣ୍ଟା କୁ ବୃଦ୍ଧି କରିବା, ରାଜ୍ୟ ସରକାରଙ୍କ ଅପାରଗତା ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ! ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଆଇ ଏନ ଟି ୟୁ ସି ଜିଲ୍ଲା ସହ ସମ୍ପାଦକ ପରମାନନ୍ଦ ସେଠୀ, ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ସୁଧାନିଧି ମହାପାତ୍ର, ଜଗବନ୍ଧୁ ନାୟକ, ଅଣ ସଂଗଠିତ ଶ୍ରମିକ କଂଗ୍ରେସର ପଦ୍ମନାଭ ନାୟକ, ସେକ ଆତାରୁଦ୍ଦିନ ଅହମ୍ମଦ, ସତ୍ୟପ୍ରକାଶ କୁଅଁର, ରବୀନ୍ଦ୍ର ଥାନଦାର, ସୁନାରାମ ଟୁଡୁ, ସି ଆଇ ଟି ୟୁ ପକ୍ଷରୁ ଧୀରେନ୍ଦ୍ର ବେହେରା ପାଚିକା ସଙ୍ଘର ବେବିନା ଜେନା, ଏସ କେ ଇମତାଜ଼, ସଞ୍ଜୁଲତା ବାରିକ ଅମ୍ବିକା ନାୟକ, ଭାରତୀ ପରିଡା, କୁନି ନାୟକ, ତିଲୋତ୍ତମା ନାୟକ, ବାବୁଲି ସାମଲ ପ୍ରଦୀପ ମହାନ୍ତି ପ୍ରମୁଖ ଏହି ବନ୍ଦକୁ ବ୍ୟାସନଗରର ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ବ୍ୟାଙ୍କ ବୀମା ପରିବହନ ସଙ୍ଘ, ଉଠା ଦୋକାନୀ ପ୍ରମୁଖ ପୂର୍ଣ୍ଣ ସମର୍ଥନ ଦେଇ ଭାରତ ବନ୍ଦକୁ ସଫଳ କରିଥିବାରୁ ମିଳିତ ସଂଗଠନ ପକ୍ଷରୁ ସହରବାସିଙ୍କ ସହଯୋଗକୁ ଭୁରିଆଁଶି ପ୍ରଶଂସା କରିଥିଲେ ! 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close