ପାଣିରେ ବୁଡି ହାଟଡିହିରେ ଦୁଇ ଛାତ୍ରଙ୍କ ମୃତ୍ୟୁ

ହାଟଡିହି ; ୩୧/୧୦ (ବ୍ୟୁରୋ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ଗାଁ ନିକଟରେ ଥିବା ବିଦ୍ୟାଧରପୁର -ଆନନ୍ଦପୁର ମୁଖ୍ୟ କେନାଲ ରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ବୁଡିଯାଇ ଦୁଇ ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ l ହିମାଂଶୁ ରାଉତ ନାମକ ନବମ ଶ୍ରେଣୀ ଛାତ୍ରଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଦଶମ ଶ୍ରେଣୀ ଛାତ୍ର ମାନସ ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ମାନସ ପନ୍ଦାଡୋ ଗ୍ରାମର ପଦ୍ମନାଭ ଦାସଙ୍କ ପୁଅ ହୋଇଥିବା ବେଳେ ହିମାଂଶୁ ପଦାରୂଖା ଗାଁର ବିଶ୍ୱନାଥ ରାଉତ ଙ୍କ ପୁଅ ଅଟନ୍ତି । ହିମାଂଶୁ ନିଜ ବନ୍ଧୁ ଘର ପନ୍ଦାଡୋ ଗ୍ରାମକୁ ବୁଲି ଆସିଥିଲେ l ମୋଟ ପାଞ୍ଚ ଜଣ ଛାତ୍ର ଗାଧୋଉଥିବା ବେଳେ ଦୁଇ ଜଣ ଗାଧୋଇ ସାରି ପଳାଇଥିଲେ l ଅନ୍ୟ ତିନି ଜଣ ଗାଧୋଇବା ସମୟରେ ବୁଡି ଯାଇଥିଲେ l ସେହି ସମୟରେ ସେହି ରାସ୍ତା ଦେଇ ଶାସଙ୍ଗ ହାଇସ୍କୁଲ ଶିକ୍ଷକ ଶାନ୍ତନୁ ରାଉତ ଯାଉଥିଲେ l ତିନି ଛାତ୍ର ବୁଡି ଯାଉଥିବା ଦେଖି ଶିକ୍ଷକ ଜଣକ ଏକ ଦଉଡି ପକାଇ ଅନ୍ୟ ଜଣେ ଦଶମ ଶ୍ରେଣୀ ଛାତ୍ର ଦେବ ଜ୍ୟୋତିକୁ ବଞ୍ଚାଇ ପାରିଥିଲେ l ସେ ତାରଗଡ଼ିଆ ଗ୍ରାମର ଗୌରାଙ୍ଗ ଭୂୟାଁ ଙ୍କ ପୁଅ ଅଟନ୍ତି l ଖବର ପାଇ ହାଟଡ଼ିହି ଓ ଆନନ୍ଦପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close