କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା ଷ୍ଟିଲ

ଯାଜପୁର;୩୧/୦୧ (ବ୍ୟୁରୋ): ଯାଜପୁର ସ୍ଥିତ ନୀଳଚଳ ଇସ୍ପାତ କାରଖାନା ଶେଷରେ ବିକ୍ରି ହୋଇଛି । ଏହି କମ୍ପାନୀକୁ ୧୨ ହଜାର ଏକ ଶହ କୋଟି ଟଙ୍କାରେ କିଣିନେଇଛି ଟାଟା ଷ୍ଟିଲ୍‌ । ବିଗତ କିଛି ବର୍ଷ ଧରି କ୍ଷତିରେ ଚାଲୁଥିବା ଏନଆଇଏନଏଲ ହେଉଛି ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟୋଗ । ଏଥିରେ ଏମଏମଟିସି, ଭେଲ୍‌, ଏନଏମଡିସି ଓ ମେକନ ଆଦି ସରକାରୀ ଉଦ୍ୟୋଗ ଏଥିରେ ପୁଞ୍ଜି ବିନିଯୋଗ କରିଥିଲେ । ଏଥିରେ ମଧ୍ୟ ଓଡ଼ିଶା ସରକାରଙ୍କ କମ୍ପାନି ଇପିକଲ ଓ ଓଏମସିର ମଧ୍ୟ ଅଂଶଧନ ରହିଥିଲା । ବହୁଦିନ ଧରି ଯୌଥ ଉଦ୍ୟୋଗରେ ଏହାର ପରିଚାଳନା କରାଯାଉଥିଲା । ବିକ୍ରି ନେଇ ଡକା ଯାଇଥିବା ବିଡ୍‌ରେ ଟାଟା ଷ୍ଟିଲ୍‌ର ଡାକ ଅଧିକ ରହିଥିଲା । ତେବେ ନୀଳାଚଳ ଇସ୍ପାତରେ ଓଡ଼ିଶା ସରକାରଙ୍କ କମ୍ପାନୀର ଅଂଶଧନ ରହିଥିଲା । କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ । ଏହାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ମଂଜୁରୀ ମିଳିଛି। କମ୍ପାନି କିଣାକିଣି ଦୌଡ଼ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାର ଓ ନଲକୋ ଷ୍ଟିଲ ଏଣ୍ଡ ପାଓ୍ବାର କନସୋର୍ଟିୟମ, ଜେଏସଡବ୍ଲୁ ଷ୍ଟିଲ ମଧ୍ୟ ଥିଲେ ।ତେବେ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ବିଡ୍ ଡାକିଥିବା ଟାଟା ଷ୍ଟିଲର ଏକ ଶାଖା ସଂସ୍ଥା ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ନିଲାମରେ ବିଜୟୀ ହୋଇଛି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close