‘ଉଦୟବଟ’ର ୧୯ତମ ବାର୍ଷିକୋତ୍ସବ ଓ ପୂର୍ବତନ ବିଧାୟକ ସ୍ୱାଭିମାନୀ ତଥା ସାଲିସବିହୀନ ନେତା ଅଶୋକ ଦାସଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବ୍ୟାସନଗର, ୩୦/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ବ୍ୟାସନଗର ସହରରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ‘ଉଦୟବଟ’ର ୧୯ତମ ବାର୍ଷିକୋତ୍ସବ ଓ କୋରାଇର ପୂର୍ବତନ ବିଧାୟକ, ଯାଜପୁରର ଭୂମିପୂତ୍ର, ରାଜ୍ୟର ଜଣାଶୁଣା ପ୍ରଚଣ୍ଡ ସ୍ୱାଭିମାନୀ ତଥା ସାଲିସବିହୀନ ନେତା ୰ ଅଶୋକ ଦାସଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ‘ଦୁର୍ଲ୍ଳଭ କଳା ପରିଷଦ ମଣ୍ଡପ’ ଠାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କୋରାଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବିଧାୟକ ଶ୍ରୀ ବଳ କହିଥିଲେ ଯେ, ‘ଉଦୟବଟ’ ନିରନ୍ତର ଭାବେ ଦୀର୍ଘ ଦିନ ହେଲା ସାମାଜିକ ଓ ସଂସ୍କାରମୂଳକ କାର୍ଯ୍ୟ ଜାରୀ ରଖି ଆମ ଅଂଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଯୁବ ସମାଜ କିପରି ସମାଜସେବାମୂଳକ କାର୍ଯ୍ୟରେ ବ୍ରତୀ ହେବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଉତ୍ସାହିତ କରାଯାଉଛି । ଯଦିଓ ‘ଉଦୟବଟ’ ଶିଳ୍ପାଂଚଳ ସଂଲଗ୍ନ ବସ୍ତି ଅଂଚଳରେ ତା’ର କାର୍ଯ୍ୟ ଚାଲୁ ରଖି ପ୍ରଂଶସିତ ହୋଇଛି ତଥାପି ଏହା ତା’ର କାର୍ଯ୍ୟ ସୀମାକୁ ୰ ଅଶୋକ ଦାସ ସ୍ମାରକୀ ଅନ୍‌ଲାଇନ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଜାତୀୟ ସ୍ତରକୁ ପରିବ୍ୟାପ୍ତ କରିପାରିଥିବାରୁ ସଂପାଦକ ଓ ଅନ୍ୟ କର୍ମକର୍ତାଙ୍କୁ ସେ ସାଧୁବାଦ ଜଣାଇଥିଲେ । ଏଥିରେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ଦୁସ୍ଥ ମଣିଷମାନଙ୍କ ସେବାରେ ‘ଉଦୟବଟ’ ଦୀର୍ଘଦିନ ହେଲା ସମର୍ପିତ ଭାବେ କାର୍ଯ୍ୟକରି ସେମାନଙ୍କୁ ପ୍ରକୃତ ବନ୍ଧୁର ପରିଚୟ ଦେଉଛି । ୰ ଅଶୋକ ବାବୁଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ଆଗାମୀ ପିଢ଼ୀ ଅଶୋକ ବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ସମାଜର ବହୁ ମଂଗଳ ହେବ ବୋଲି ସେ କହିଥିଲେ । ବ୍ୟାସନଗର ପୈାର ପରିଷଦର ପ୍ରାକ୍ତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଏହି ଅନୁଷ୍ଠାନ ଯଦିଓ ପଞ୍ଜିକରଣ ଅନୁସାରେ ତା’ର ୧୯ତମ ସ୍ୱନକ୍ଷତ୍ର ଦିବସ ପାଳନ କରୁଛି ହେଲେ ଏହି ଅନୁଷ୍ଠାନ ସହ ଦୀର୍ଘ ୦୩ ଦଶନ୍ଧିରୁ ଉର୍ଦ୍ଧ କାଳ ଧରି ସଂପୃକ୍ତ ରହିବା ସହିତ ସେମାନଙ୍କ ବହୁ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଖୁସି ଅନୁଭବ କରିଆସୁଛି । ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷ ଥିବା ସମୟରୁ ଆଜି ପର୍ଯ୍ୟନ୍ତ ସେ ଏହି ଅନୁଷ୍ଠାନ ଯୋଡି ହୋଇ ସେମାନଙ୍କ ବହୁ କାର୍ଯ୍ୟକ୍ରମରେ ସାମଲ ହୋଇ ଉତ୍ସାହିତ କରିଆସୁଛନ୍ତି ବୋଲି କହିଥିଲେ । ଯାଜପୁର ଜିଲ୍ଲା ବି.ଜେ.ଡି ମହିଳା ସଭାନେତ୍ରୀ ତଥା ବ୍ୟାସନଗର ପୈାର ପରିଷଦର ପ୍ରାକ୍ତନ ପୈାରାଧ୍ୟକ୍ଷା ସବିତା ରାଉତ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, କ୍ରମାଗତ ଭାବେ ‘ଉଦୟବଟ’ ଆନୁକୂଲ୍ୟରେ ୰ ଅଶୋକ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ ବ୍ୟାସନଗରରେ ସମ୍ମାନର ସହ ପାଳନ କରାଯାଉଥିବା ବେଳେ ସେ ଏଥିରେ ପ୍ରତି ବର୍ଷ ଅଂଶ ଗ୍ରହଣ କରି ନିଜକୁ ଗ୍ରୋରାବାନ୍ୱିତ ମନେକରୁଛନ୍ତି । ବିଶେଷକରି ‘କରୋନା’ ସମୟରେ ‘ଉଦୟବଟ’ ବହୁ ଅଭାବୀ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ପହଂଚି ଯଥାସମ୍ଭବ ସାହାଯ୍ୟ ସହଯୋଗ କରି ଉଦାହରଣ ସୃଷ୍ଟି କରିଥିଲା ବୋଲି ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ କହିଥିଲେ । ବୃକ୍ଷରୋପଣ ଓ ବୃକ୍ଷର ରକ୍ଷଣାବେକ୍ଷଣ କରି ପରିବେଶ ସୁରକ୍ଷାରେ ଏହା ବହୁ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ଏବଂ ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ଏହି ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହେବାକୁ ଖୁବ ଭଲ ପାଆନ୍ତି ବୋଲି ଶ୍ରୀ ସାମଲ କହିଥିଲେ । ‘ସମ୍ବାଦ’ର ଯାଜପୁର ଜିଲ୍ଲା ମୁଖ୍ୟ ପ୍ରତିନିଧି ସଂଗ୍ରାମ କେଶରୀ ସିଂହ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ‘ଉଦୟବଟ’ ତା’ର ଆତ୍ମପ୍ରକାଶ କରି ଦୀର୍ଘ ଦିନ ହେଲା ତିଷ୍ଠି ରହି ଖବର ପ୍ରକାଶ ଓ ପ୍ରସାରଣ ସହ ବହୁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ରତୀ ଥିବାରୁ ସେ ସାଧୂବାଦ ଜଣାଇଥିଲେ । ପତ୍ରିକାର ସହଯୋଗୀ ସଂପାଦକ ତଥା ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ସମ୍ଭାଷଣ ଓ ବାର୍ଷିକ ବିବରଣୀ ପାଠ କରି କହିଥିଲେ ଯେ, ‘ଉଦୟବଟ’ କେବଳ ଏକ ର୍ନିଭୀକ ସମ୍ବାଦ ଭିତ୍ତିକ ପତ୍ରିକା ନୁହେଁ ବରଂ ଆମର କର୍ମକର୍ତ୍ତାମାନେ ବର୍ଷତମାମ ଯେଉଁସବୁ ଜନହିତକର, ସାଂସ୍କୃତିକ ଓ ସଚେତନାଧର୍ମୀ କାର୍ଯ୍ୟକ୍ରମମାନ କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଆବଶ୍ୟକ । ବର୍ତମାନ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେବାକୁ ବସିଛି । ‘ଉଦୟବଟ’ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନତାଙ୍କର ପ୍ରକୃତ ସେବା କରୁଛି ବୋଲି ବକ୍ତାମାନେ କହିଥିଲେ । ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ତଥା ଓଡ଼ିଶାର ପ୍ରଚଣ୍ଡ ସ୍ୱାଭିମାନୀ ଜନନେତା, ବିଧାୟକ ୰ ଅଶୋକ ଦାସଙ୍କର ତିରୋଧାନ ଦିବସକୁ ପ୍ରତି ବର୍ଷ ଇଚ୍ଛାର ସହ ପାଳନ କରି ସଂପାଦକ ଶ୍ରୀ ରାଉତ ଓ ଅନ୍ୟମାନେ ତାଙ୍କ ଗୁରୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଆସୁଛନ୍ତି । ‘ଉଦୟବଟ’ ଏକ କ୍ଷୁଦ୍ର ସମ୍ବାଦପତ୍ର ହେଲେ ମଧ୍ୟ ତାହାର ଶାଣିତ ସ୍ୱର ଏବଂ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଏତିହ୍ୟ ପ୍ରତି ଥିବା ଅନୁରାଗ ଅତୁଳନୀୟ ବୋଲି ଅତିଥିମାନେ କହିଥିଲେ । ୨୦୨୦ ଅଗଷ୍ଟ ୧୫ ତାରିଖରୁ ‘ଉଦୟବଟ’ ଡିଜିଟାଲ ଜଗତରେ ପ୍ରବେଶ କରି ନିରବଚ୍ଛନ ଭାବେ ଖବର ପ୍ରସାରଣ କରିଆସୁଛି । ପତ୍ରିକାର ବାର୍ତା ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ ବେଦ ପାଠ କରିଥିବା ବେଳେ ଛାତ୍ରୀ ହିତାଗ୍ନୀ ମିଶ୍ର ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଶ୍ରୀ ପାଣିଗ୍ରାହୀ, ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ସୈାଭାଗ୍ୟ ମୁଦୁଲି, ଶିକ୍ଷକ ଆଶିଷ ରଂଜନ ମଲ୍ଲିକ, ଶିକ୍ଷୟତ୍ରୀ ହରପ୍ରିୟା କର, କଳା ଶିକ୍ଷକ ଉଦୟ ଓଝା ପ୍ରମୁଖ “୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା-୨୦୨୨”ର ଫଳାଫଳ ଘୋଷଣା କରିଥିଲେ । ପ୍ରଥମେ ଅତିଥି, ସାମ୍ବାଦିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ୰ ଅଶୋକ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୦୭ଜଣଙ୍କୁ ‘ଉଦୟବଟ ସମ୍ମାନ-୨୦୨୨’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ- ଶିକ୍ଷା ପାଇଁ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଯୁଗଳ କିଶୋର ହୋତା, ରାଜନୀତି ପାଇଁ ରସାନନ୍ଦ ମହାନ୍ତି ଓ ଅର୍ଜ୍ଜୁନ କୁମାର ରାଉତ, ସାମ୍ବାଦିକତା ପାଇଁ ‘ସମ୍ବାଦ’ର ଯାଜପୁର ଜିଲ୍ଲା ମୁଖ୍ୟ ପ୍ରତିନିଧି ସଂଗ୍ରାମ କେଶରୀ ସିଂହ, ଖୋର୍ଦ୍ଦା ଅଂଚଳର ସାମ୍ବାଦିକ ସତ୍ୟରଂଜନ ମହାପାତ୍ର, କବି ନନ୍ଦ ମହାନ୍ତି, ବରିଷ୍ଠ ନାଗରିକ ଭାବେ ସନ୍ତୋଷ କୁମାର ଲାହା ପ୍ରମୁଖ । ସେମାନଙ୍କୁ ଅତିଥି ମାନେ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ‘ଉଦୟବଟ’ର ସ୍ୱନକ୍ଷତ୍ର ସଂଖ୍ୟା, ‘ଉଦୟବଟ କ୍ୟାଲେଣ୍ଡର-୨୦୨୩’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଗତ ନଭେମ୍ବର ଓ ଚଳିତ ଡିସେମ୍ବର ଦୀର୍ଘ ୦୨ମାସ ଧରି ‘ଉଦୟବଟ’ ଦ୍ୱାରା ଅନୁଷ୍ଠିତ ହୋଇଥିବା ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ୪୦୦ରୁ ଉର୍ଦ୍ଧ ଜଣ କୃତି ପ୍ରତିଯୋଗୀଙ୍କୁ ୧ମ ଓ ୨ୟ ପର୍ଯ୍ୟାୟରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ତା ୨୮/୧୨/୨୦୨୨ରେ ଅବଶିଷ୍ଟ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ ସନ୍ଧ୍ୟାରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡ଼ା. ପ୍ରସନ୍ନ କୁମାର ସାହୁ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡା, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିଶୁ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ପୁରସ୍କାର ପ୍ରଦାନ କରିଥିଲେ । ସକାଳେ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ନେତା, ସମାଜସେବୀ, ସାମ୍ବାଦିକ ଯଥା- ଅମୂଲ୍ୟ ନାୟକ, ପାର୍ଥସାରଥି ନାୟକ, ବିଜୟ ଜେନା, ରଶ୍ମିରଂଜନ ଦେଓ, ଅମୂଲ୍ୟ ଦାଶ, ସାମ୍ବାଦିକ ପିତବାସ ଭୂୟାଁ, କୈଳାସ ରାଉତ, ବିଶ୍ୱରଂଜନ ପଟ୍ଟନାୟକ ଓ ଉମାକାନ୍ତ ମହାପାତ୍ର, ଶିକ୍ଷକ ମାନସ ସାମଲ, ଉର୍ମିଳା ନାୟକ, ଜି. ସୁରେନ୍ଦ୍ରନ୍ ପିଲାଇ, ନୃସିଂହ ଦାଶ ପ୍ରମୁଖ ଯୋଗ ଦେଇ ୰ ଅଶୋକ ବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏସମସ୍ତ କାର୍ଯ୍ୟକ୍ରମରେ ‘ଉଦୟବଟ’ର କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ସମୀର କୁମାର ମିଶ୍ର, ସୁମନ ରାୟ, ଅରୁଣ ଦାସ, ପ୍ରଫୁଲ୍ଲ ବାରିକ, ଚକ୍ରଧର ମଲ୍ଲିକ, ସୁମନ୍ତ ରାଉତ, ଶରତ ବିଶ୍ୱାଳ, ପ୍ରୀତିପାଲ ସିଂ, ପ୍ରଦୀପ ବାରିକ, ଅଭିଷେକ ମଲ୍ଲ, ଟିକାୟତ ପାଲ, ପଦ୍ମଲୋଚନ ନାୟକ, ସୁମିତ୍ରା ମିଶ୍ର, ଅସିତ୍ ଦାସ, ସୁବାସ ଜେନା, ସନାତନ ମଲ୍ଲିକ, ମନୋଜ ସାମଲ, ରାମଚନ୍ଦ୍ର ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବଘନ ବେହେରା, ଦେବେନ୍ଦ୍ର ମଲ୍ଲିକ, ହରଦୟାଲ ସିଂ, ଆରତୀ ରାୟ ପ୍ରମୁଖ ୰ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବସନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close