ମା’ ବିରଜାଙ୍କ ଶାରଦୀୟ ପୂଜାତ୍ସୋବ ଚଳିତ ମାସ ୨୮ ତାରିଖରୁ

ଯାଜପୁର, ୨୦ା୯: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ ତଥା ମୁଖ୍ୟ ପର୍ବୋତ୍ସବର ବିଭିନ୍ନ କାର୍ଯ୍ୟ ନିର୍ଘଣ୍ଟ ଚୂଡାନ୍ତ ହୋଇଚ୍ଥି । ଚଳିତ ସେପ୍ଟେମ୍ୱର ୨୮ ତାରିଖ ମୂଳାଷ୍ଟମୀ ଦିନ ମା’ ବିରଜାଙ୍କ ଘଟ ନିମଜ୍ଜନ, ମହାସ୍ନାନ ଓ ଶାରଦୀୟ ପୂଜାରମ୍ଭ । ଦୈନନ୍ଦିନ ନିତ୍ୟପୂଜା ଦିବା ୧୧ଟା ଓ ରାତ୍ର୮ ଟାରୁ । ଅକ୍ଟୋବର ୫ ତାରିଖରେ ସିଂହଧ୍ୱଜ ରଥାଧିବାସ ରାତ୍ର ଘ. ୧୧.୨୮ ମିନିଟ୍ ପରେ । ଅକ୍ଟୋବର ୬ ତାରିଖରେ ସିଂହଧ୍ୱଜ ରଥ ପ୍ରତିଷ୍ଠା ଓ ରଥ ଚାଳନା ଅପରାହ୍ନ ଘ. ୩.୫୪ ମିନିଟ୍ ପରେ । ଅକ୍ଟୋବର ୧୦ ତାରିଖରେ ପଂଚମୀ, ମହାସ୍ନାନ ରାତ୍ର ୭.୪୮ ମିନିଟ୍ ପରେ । ରାତ୍ରରେ ଯଜ୍ଞ କାର୍ଯ୍ୟ ଆରମ୍ଭ । ଅକ୍ଟୋବର ୧୨ ତାରିଖରେ ମହାଷ୍ଟମୀ, ମହାସ୍ନାନ ରାତ୍ର ୧୨.୨୪ ମିନିଟ୍ ପରେ । ଅକ୍ଟୋବର ୧୩ ତାରିଖରେ ମହାନବମୀ, ଦେବୀ ବିରଜାଙ୍କ ରଥାବତରଣ ଓ ଲାଖବିନ୍ଧାପ୍ରାନ୍ତରକୁ ଯାତ୍ରା ରାତ୍ରି ଘ. ୧୧.୧୮ ମିନିଟ୍ ପରେ । ଅକ୍ଟୋବର ୧୪ ତାରିଖ ବିଜୟା ଦଶମୀରେ ଦେବୀଙ୍କ ଦଶମୀବିହିତ ପୂଜା ଓ ଘଟ ବିସର୍ଜନ ରାତ୍ର ଘ. ୮.୪୦ ମିନିଟ ପରେ ଅନୁଷ୍ଠିତ ହେବ । ଅକ୍ଟୋବର ୧୯ ତାରିଖ କୁମାରପୂର୍ଣ୍ଣମୀ ଏବଂ ମା’ ବିରଜାଦେବୀଙ୍କ ଅକ୍ଷକ୍ରୀଡା ସନ୍ଧ୍ୟା ଘ. ୭.୨୪ ମିନିଟ୍ ପରେ ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ପରିଚାଳକ ତଥା ଊପ-ଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ଓ ସହଯୋଗୀ ପୁରୋଧା ସରୋଜ କୁମାର ପତି ସୂଚନା ଦେଇଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close