ମାଲକାନଗିରି ଜିଲ୍ଲା ଗ୍ରସ୍ତରେ ପୋଲିସ ଡିଜି ଅଭୟ ,ପୁରୁଣା ସ୍ମୁତିକୁ ମନେ ପକାଇଲେ

ମାଲକାନଗିରି/ଚିତ୍ରକୋଣ୍ଡା/କାଳିମେଳା ; ୦୩/୧୦ (ବ୍ୟୁରୋ) :ମାଲକାନଗିରି ଜିଲ୍ଲା ଗ୍ରସ୍ତ ରେ ପୋଲିସ ଡିଜି ଅଭୟ, ୨୯ ବର୍ଷ ପୁରୁଣା ସ୍ମୁତି କୁ ମନେ ପକାଇଲେ, ଓଡଶା ପୋଲିସ ଡି ଜି ଶା ଅଭୟ ଆଜି ମାଲକାନଗିରି ଗସ୍ତରେ ଆସି ୨୯ ବର୍ଷ ପୁରୁଣା ସ୍ମୁତି ମନେ ପକାଇଲେ ପୋଲିସ DG ଅଭୟ।ଅଭୟ ଙ୍କ ସହ IG ଅପେରେସନ ଅମିତାଭ ଠାକୁର।ମାଲକାନଗିରି ର ସ୍ୱାଭିମାନ ଅଂଚଳର ଯୋଡ଼ାମ୍ବ ରେ ନବ ନିର୍ମିତ ପୋଲିସ ଥାନାକୁ କରିଛନ୍ତି ଉଦ୍ଘାଟନ।ପରେ ସେ କହିଛନ୍ତି ସ୍ଵ୍ୱାଭିମାନ ଅଂଚଳ ନବ ନିର୍ମିତ ଥାନା ହେବା ପରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ ନିର୍ମାଣ ବିକାଶ ଉନ୍ନୟନ କାର୍ଯ୍ୟ ଦୃତ ଗତିରେ ଚାଲିଛି ।ସ୍ୱାଭିମାନ ଅଞ୍ଚଳରେ ଅଧିକ ପୋଲିସ ମୁତୟନ ହୋଇପାରିଛନ୍ତି । ଅଧିକ ସଂଖ୍ୟାରେ ବିଏସ ଏଫ୍ କ୍ୟାମ୍ପ ସୃଷ୍ଟି ହୋଇପାରିଛି ।ସ୍ୱାଭିମାନ ଅଞ୍ଚଳ ଓ କାଳିମେଳା ଅଞ୍ଚଳରେ ମାଓ ଉପଦ୍ରବ କମିବାରେ ଲାଗିଛି । ସ୍ୱାଭିମାନ ଅଞ୍ଚଳରେ ଆଜି ଡାକ୍ତର,ଆମ୍ବୁଲାନ୍ସ ଆସିଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହୋଇପାରିଛି ଏବଂ ମାଓବାଦୀ ମାନେ ସଙ୍ଗଠନ କୁ ପରିତ୍ୟାଗ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବା ସହ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି । ପରେ ଡି ପି ଓ ଅଫିସ କାର୍ଯ୍ୟାଳୟରେ ମାଲକାନଗିରି ଏସ ପି ପ୍ରହଲ୍ଲାଦ ସହାଇ ମୀନା , ଏସ ଡି ପି ଓ ଅଭିଳାଷ ଜି, ଏସ ଡି ପି ଓ ଅଂଶୁମାନ ଦ୍ବିବେଦୀ,ଏବଂ ଜିଲ୍ଲାର ବରିଷ୍ଟ ପୋଲିସ ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close