ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସାଙ୍ଗଠାନିକ ଦାୟିତ୍ବର ୧ ବର୍ଷ ପୂର୍ତ୍ତି ଅଵସରରେ ତାଙ୍କ ଦୀର୍ଘାୟୁ ନିମନ୍ତେ ଜଗନ୍ନାଥଙ୍କ ପାଖରେ ସମୂହ ଦୀପ ଦାନ

ଯାଜପୁର;୦୬/୦୩ (ବସନ୍ତ କୁମାର ପାତ୍ରଙ୍କ ଠାରୁ) ବିଜୁ ଛାତ୍ର ଜନତା ଦଳର ଯାଜପୁର ଜିଲ୍ଲା ସମ୍ପାଦକ ସୌମ୍ୟ ରଞ୍ଜନ ଖୁଣ୍ଟିଆଙ୍କ ନେତୃତ୍ୱରେ ଆଜି ଜୋକଡ଼ିଆ ଜଗନ୍ନାଥ ମନ୍ଦିର  ଜଗନ୍ନାଥଙ୍କ ନିକଟରେ   ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସାଙ୍ଗଠାନିକ ଦାୟିତ୍ବର ୧ ବର୍ଷ ପୂର୍ତ୍ତି ଅଵସରରେ ତାଙ୍କ ଦୀର୍ଘାୟୁ ଏବଂ ତାଙ୍କର ରାଜନୀତିକ ଜୀବନରେ କୌଣସି ବାଧା ବିଘ୍ନ ନ ଆସିବା ନିମନ୍ତେ ସମୂହ ପ୍ରଦୀପ ପ୍ରଯୋଜନ କରାଗଲା । ଛାତ୍ର ନେତା ଉମେଶ ନାୟକ ,ସୁରୋଜ ସାହୁ ,ଲିଟୁଆ ପାତ୍ର, ଦୀପକ ପାତ୍ର ,ପ୍ରମୋଦ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ସେ ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଣବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ପୂର୍ବରୁ ଜଣେ ମନ୍ତ୍ରୀ ଭାବରେ ୨୦୧୪ ମସିହାରୁ ୨୦୧୭ ମସିହାଯାଏଁ କାର୍ଯ୍ୟ କରୁଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।ତାଙ୍କର କାର୍ଯ୍ୟ ଶୈଳୀ ଆଜି ଯାଜପୁର ତଥା ସମଗ୍ର ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close