ଏସ ବି ଆଇ (SBI) ଲାଇଫ ଇଂସୁରାନ୍ସ ଯାଜପୁର ଶାଖା ତରଫରୁ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ ସହ ସାର୍ଟିଫିକେଟ ପ୍ରଦାନ

ଯାଜପୁର /ବ୍ୟାସନଗର ; ୦୮/୧୨ (ବ୍ୟୁରୋ) : ଏସ ବି ଆଇ (SBI) ଲାଇଫ ଇଂସୁରାନ୍ସ ଯାଜପୁର ଶାଖା ତରଫରୁ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ଚିତ୍ରାଙ୍କନରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏସ ବି ଆଇ ଲାଇଫ ବିଦ୍ୟାଳୟ ସ୍ଥରରେ ବହୁ ପ୍ରତିଯୋଗିତା ମୂଳକ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛି। ଗତ କିଛି ଦିନ ତଳେ ଏସ ବି ଆଇ ବିଦ୍ୟାଳୟର କିଛି ପିଲାଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କରାଇଥିଲା। ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଆଜି ଏସ ବି ଆଇ ଲାଇଫ ତରଫରୁ ମେଡାଲ ସହ ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟ କ୍ରମରେ କୃତି ଛାତ୍ରଛାତ୍ରୀ ମାନେ ନିଜ ପିତାମାତା ଙ୍କ ସହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ସାଇ ପ୍ରୀତମ ମହାନ୍ତି, ଶ୍ରେୟା ସୁଲଗ୍ନା,ମୋକ୍ଷ ଆଞ୍ଜେନୟ , ଦ୍ୱିତୀୟ ସ୍ଥାନରେ ଶ୍ରେୟାଂଶ ଜେନା,ଶ୍ରେୟାଂଶ ଚାନ୍ଦ,ସାହାଯ୍ୟ ସ ,ତୃତୀୟ ସ୍ଥାନରେ ଏ .ସରକାର ,ସାନ୍ୟା ଝା,ଅଙ୍କିତା ଦାସ ପ୍ରମୂଖ ସଫଳତା ର ସହ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ ବି ଆଇ ଲାଇଫର ଡିଭିଜନାଲ ସେଲସ ମ୍ୟାନେଜର ଗୌରବ ଶ୍ରୀବାସ୍ତବ ଯୋଗ ଦେଇ ପିଲାଙ୍କ ଉତ୍ସାହ ବଢାଇବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ମେଡାଲ ପ୍ରଦାନ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ।ଏହା ସହ ଏସ ବି ଆଇ ଲାଇଫର ଅନ୍ୟ କର୍ମକର୍ତ୍ତା ମଧ୍ୟ ଯୋଗ ଦେଇ ପିଲାଙ୍କୁ ପ୍ରେରଣା ଯୋଗାଇଥିଲେ। ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ନିଜ ଅଭିଭାଷଣରେ ଉପସ୍ଥାପନ କରିଥିଲେ ଯେ କରୋନା ମହାମାରୀ ସମୟରେ କିପରି ନିଜକୁ, ନିଜ ପରିବାର ସହ ଅନ୍ୟମାନଙ୍କୁ ସୁରକ୍ଷା ଦେବା ସହ କର୍ମ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି କିପରି ସମାଜର ମଙ୍ଗଳ କରିପାରିବା ଏବଂ ପିଲାମାନେ କିପରି ଏଭଳି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ଏ ନେଇ ଅଭିଭାବକ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ। ପିଲାଙ୍କର କୃତିତ୍ୱକୁ ଦେଖି ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସ୍କାଉଟ ଆଣ୍ଡ ଗାଇଡ଼ ର ମାଷ୍ଟର ଶ୍ରୀମନ୍ତ କୁମାର ରାୟଙ୍କ ସହ କ୍ରୀଡ଼ା ଶିକ୍ଷୟିତ୍ରୀ ଧରିତ୍ରୀ ମିଶ୍ର ଶାନ୍ତି ଶୃଙ୍ଖଳା ରକ୍ଷା କରାଇଥିଲେ। ଆଙ୍କର ଦୀପକ ରଞ୍ଜନ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏକାଡେମୀକ ମୂଖ୍ୟ ବଲବୀର ସିଂ ଓ ସୋନିଆ ବେଦୀ ସମସ୍ତ ଦାଇତ୍ଵ ତୁଲାଇବା ସହ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉଦୟ କୁମାର ଓଝା ସମସ୍ତ ପ୍ରକାର ଆୟୋଜନ କରିଥିଲେ । ଅଳ୍ପ ସଂଖ୍ୟକ ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close