ଋଷ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତର ‘ଗୋଷ୍ଠୀ ନିରପେକ୍ଷତା ନୀତି ଓ ଆମର ଚିନ୍ତାଧାରା’ ଉପରେ ୱେବିନାର

ବ୍ୟାସନଗର, ୨୬/୨: ଋଷ ୟୁକ୍ରେନ ଉପରେ ଯୁଦ୍ଧ କରିବା ପରେ ସମଗ୍ର ବିଶ୍ୱରେ ଏଥିନେଇ ଘୋର ଉଦ୍‌ବେଗ ପ୍ରକାଶ ପାଇବା ସହ ବାଦାନୁବାଦ ଲାଗି ରହିଛି । ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ ଭାରତର ଆଭିମୁଖ୍ୟ ସବୁରିଙ୍କ ପାଇଁ ଅନୁକରଣୀୟ ହୋଇଛି । ଏକ ବିଂଶ ଶତାଦ୍ଦୀରେ ଯୁଦ୍ଧ ଭଳି ପରିସ୍ଥିତର ଆବଶ୍ୟକତା ନାହିଁ ଓ ଆଲୋଚନା ଜରିଆରେ ସମସ୍ୟା ଅର୍ଥାତ୍ ବିବାଦର ସମାଧାନ ହୋଇପାରିବ ବୋଲି ଭାରତ ତା’ର ମତକୁ ଜାହିର କରିଥିବା ବେଳେ ଆକ୍ରମଣକାରୀ ଋଷିଆକୁ ଯୁଦ୍ଧରୁ କ୍ଷାନ୍ତ ହେବାକୁ ନିବେଦନ କରିଛି । ଏହି ଯୁଦ୍ଧ ଯୋଗୁ ଭାରତ ଭଳି ଜନବହୁଳ ଓ ବିକାଶଶୀଳ ଦେଶରେ ଘୋର ପ୍ରଭାବ ପଡିବ । ନାନା ମୁନୀଙ୍କ ନାନା ମତ ପ୍ରକାଶ ପାଇବ । ଏହି ଘଟଣା ଦେଶର ବୈଦେଶିକ ବ୍ୟାପାର ହୋଇଥିବା ବେଳେ ଦେଶ ମଧ୍ୟରେ ବିଭ୍ରାନ୍ତିକର ପରିସ୍ଥିତି କିମ୍ବା ମତାନ୍ତର ସୃଷ୍ଟି ହେବା ଅନୁଚିତ୍ । ସମସ୍ତେ ଦେଶର ଆଭିମୁଖକୁ ସମ୍ମାନ ଜଣାଇବା ସହ ଦଳମତ, ବ୍ୟକ୍ତିବିଶେଷ ନିର୍ବିଶେଷରେ ସରକାରଙ୍କ ପଛରେ ଏକଜୁଟ ହୋଇ ରହିବାର ଆବଶ୍ୟକତା ରହିଛି । ଏହି ସମୟରେ କିପରି ମୁନାଫାଖୋରମାନେ କଳାବଜାରୀ ନ କରିପାରିବେ ସେଥିପାଇଁ ସଚେତନତାର ଆବଶ୍ୟକତା ରହିଛି । ଏହିସବୁ ପ୍ରସଙ୍ଗକୁ ନେଇ ଗତ କାଲି ସନ୍ଧ୍ୟାରେ ‘ଉଦୟବଟ’ ତରଫରୁ ଏକ ସଚେତନତା ଭିତିକ ୱେବିନାର ‘ଗୁଗ୍‌ଲ ମିଟ’ ଜରିଆରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଲୋଚନାଚକ୍ରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ବରିଷ୍ଠ ଶିକ୍ଷାବିତ୍ ତଥା ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ, ବରିଷ୍ଠ ସମାଜସେବୀ ତଥା କୋରାଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବ୍ରଜେଶ୍ୱରୀ ସିଂହ, ଶିକ୍ଷୟତ୍ରୀ ସରିତା ଗୁପ୍ତା, ନାରୀ ନେତ୍ରୀ ବିଦ୍ୟୁତ୍ ପ୍ରଭା ରାୟ, ସାମ୍ବାଦିକ ଜ୍ଞାନରଂଜନ ରାଉତ, ଗୈାରୀ ଶଙ୍କର ପତି, ଯୁବ ଇଞ୍ଜିନିୟର ପ୍ରମୋଦ କୁମାର ଜେନା, ଯୁବ ସାମ୍ବାଦିକ ବିଶ୍ୱଜିତ୍ ନାୟକ, ଗଂଜାମ ବ୍ରହ୍ମପୁରର ସାମ୍ବାଦିକ ନୀଳାଂଚଳ ମହାରଣା, ଭାରତ ଭୂଷଣ ରାଉତ, ଷ୍ଟାଫ୍ ନର୍ସ ଉର୍ମିଳା ନାୟକ, ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ହରଦୟାଲ ସିଂ, ଚକ୍ରଧର ମଲ୍ଲିକ, ସୁମନ୍ତ ରାଉତ, ସୁମନ ରାୟ, ପ୍ରଦୀପ ବାରିକ, ସୁବ ନେତା ସୁଶୀଳ ମଲ୍ଲିକ, ଶୁଭ ପ୍ରଭାତ, ଶିକ୍ଷକ ଅଭୟ କୁମାର ସ୍ୱାଇଁ, ବରିଷ୍ଠ ଶିକ୍ଷାବିତ୍ ଅକ୍ଷୟ କୁମାର ଦାଶ, ସୈାମ୍ୟ ପ୍ରକାଶ ଦଳାଇ, ପ୍ରିୟାଶୁଂ ପଣ୍ଡା, ରାଖାଲ ଚନ୍ଦ୍ର ସାହୁ, ଯୁବ ସମାଜସେବୀ କମଳଲୋଚନ ସୁବୁଦ୍ଧି, ଶିକ୍ଷକ ସୈାଭାଗ୍ୟ ମୁଦୁଲି, ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ, ସତ୍ୟଜିତ୍ ଖଟୁଆ, ଚିନ୍ମୟ ଜେନା ଆଦି ଭାଗ ନେଇ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଷ୍ଠୀ ନିରପେକ୍ଷତା ନିଷ୍ପତିକୁ ସମ୍ମାନ ଜଣାଇବା ସଂଗେ ସଂଗେ ତୁରନ୍ତ ଯୁଦ୍ଧ ବନ୍ଦ ହେବା ପାଇଁ ବିଶ୍ୱନିୟନ୍ତାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ୱେବିନାର ଜରିଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଯାଇଥିଲା । ଦିବଗଂତ ଏହି ମହାନ ନେତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close