ବ୍ୟାସନଗର ପୈାର ରାଜନୀତି; ୦୩ ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିବା ସକ୍ରିୟ ଓ ପୁରୁଖା ନେତାଙ୍କ ବିଜେଡିରେ ଯୋଗଦାନ

 ବ୍ୟାସନଗର, ୧୪/୩ : ଗତ କିଛି ଦିନ ହେବ ବିଜେପିରେ ରହି କୋଣଠେସା ହୋଇଆସୁଥିବା ବହୁ ପୁରୁଖା ଭାଜପା ନେତା ୦୩ ଦିନ ତଳେ ଦଳ ଛାଡିଥିଲେ । ବରିଷ୍ଠ ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ ସକ୍ରିୟ ନେତା ଓ କର୍ମୀ ଆଜି ବିଧିବଦ୍ଧ ଭାବେ କେରାଇ ବିଧାୟକ ଅଶୋକ କୁମାର ବଳଙ୍କ ଉପସ୍ଥିତିରେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଧାୟକ ସମସ୍ତଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳରେ ସାମିଲ ପୂର୍ବକ ସ୍ୱାଗତ କରି କହିଥିଲେ ଯେ, ବ୍ୟାସନଗର ପୈାରାଂଚଳର ଏହି ନେତାମାନଙ୍କୁ ଦଳରେ ଗ୍ରହଣ କରି ସାମାଜିକ, ସାଂସ୍କୃତିକ ଓ ବିକାଶଧାରାକୁ ଅଧିକ ତ୍ୱରାନ୍ୱିତ କରାଯାଇ ବିଜେଡିର ଆଭିମୁଖ୍ୟକୁ ଆହୁରି ବ୍ୟାପକ କରାଯିବ । ବିଜୁ ଜନତା ଦଳ ସରକାର ଅମଳରେ ରାଜ୍ୟରେ ବହୁବିଧ ଉନ୍ନତି ସାକାର ହୋଇଥିବା ବେଳେ କେରାଇ ବି ଏଥିରୁ ବାଦ୍ ପଡିନାହିଁ । ବ୍ୟାସନଗର ସହରର ବାକି ରହିଥିବା ଅନ୍ୟାନ ଉନ୍ନୟନମୂଳକ କାର୍ଯ୍ୟର ବ୍ଲୁପ୍ରିଂଟ ସରିଛି ଓ ଦଳ ପୈାର ନିର୍ବାଚନରେ ବିଜୟମଣ୍ଡିତ ହେଲେ ଆଗାମୀ କାଉନସିଲରେ ଅଧିକାଂଶ କାର୍ଯ୍ୟ ସଂପନ୍ନ ହେବ । ଏହି ମିଶ୍ରଣ ପର୍ବରେ ପୂର୍ବତନ ନଗରପାଳ ତଥା ବରିଷ୍ଠ ନେତା ରସାନନ୍ଦ ମହାନ୍ତି, ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ତଥା ପୂର୍ବତନ ପୈାରାଧ୍ୟକ୍ଷା ସବିତା ରାଉତ, ପୂର୍ବତନ ପୈାରାଧ୍ୟକ୍ଷା ସରୋଜିନୀ ବଳ, ପୈାରାଧ୍ୟକ୍ଷା ବିଜେଡି ପ୍ରାର୍ଥୀନି ସଂଗିତା ପିଙ୍ଗୁଆ, ୦୨ନଂ. ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥୀନି ଶୁଭଶ୍ରୀ ବାରି ପ୍ରମୁଖ ଯୋଗ ଦେଇ ନୂତନ ଭାବେ ଦଳରେ ସାମିଲ ହୋଇଥିବା ଏହି ନେତା ଓ କର୍ମୀମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିଲେ । ଶ୍ରୀ ରାଉତଙ୍କ ସହ ଆଜି ବିଜେଡିରେ ସାମିଲ ହୋଇଥିବା ଭାଜପାର ଅନ୍ୟ ନେତାମାନେ ହେଲେ ବସନ୍ତ କୁମାର ପାତ୍ର, କମଳୀନି ସାମଲ, ସମୀର କୁମାର ମିଶ୍ର, ବିଶ୍ୱରଂଜନ ପଟ୍ଟନାୟକ, ସନାତନ ମଲ୍ଲିକ, ପୁଷ୍ପଲତା ଦାସ, ବିଦ୍ୟୁତ୍‌ପ୍ରଭା ରାୟ, ରୀନା ପାତ୍ର, ଶାନ୍ତିଲତା ଦାସ, ରଂଜିତା ବିଶ୍ୱାଳ, ସଂଜୁଲତା ସ୍ୱାଇଁ, ଋକ୍ମଣୀ ଦାସ, କାଂଚନ ନାୟକ, ସୁନା ପାତ୍ର, ସାବିତ୍ରୀ ପାତ୍ର, ଆରତୀ ରାୟ, ରୀତା ସାମଲ, ସ୍ୱର୍ଣ୍ଣଲତା ମିଶ୍ର, ପ୍ରଭାତୀ ପଟ୍ଟନାୟକ, ସନ୍ତୋଷ କୁମାର ରଥ, ଅସିତ୍ ଦାସ, ଅରୁଣ ଦାସ, ସମର ମଣ୍ଡଳ, ପ୍ରଫୁଲ୍ଲ ବାରିକ, ହରଦୟାଲ ସିଂହ, ସୁମନ ରାୟ, ସନ୍ତୋଷ ବିଶ୍ୱାଳ, ଅଭିମନ୍ୟୁ ପାତ୍ର, ବ୍ରଜମୋହନ ନାୟକ, ସାଜନ ସାନା, ଦୀପକ ମଲ୍ଲିକ, ଅଭିଷେକ ମଲ୍ଲ, ସୁମନ୍ତ ରାଉତ, ଅପୂର୍ବ ସାମଲ, ବିନୋଦ ବିହାରୀ ରାୟ, ମନୋଜ ସାମଲ, ଗୈାରୀଶଙ୍କର ପତି, ଚକ୍ରଧର ମଲ୍ଲିକ ପ୍ରମୁଖ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଗୋବିନ୍ଦ ଜେନା, ଶରତ ସାମଲ, ବିବେକାନନ୍ଦ ମହାନ୍ତି, ଚନ୍ଦ୍ରମଣି ସାମଲ ପ୍ରମୁଖ ଆଜିର ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ଏମାନଙ୍କ ସହ ବହୁ ଭାଜପା ନେତା ଓ କର୍ମୀ ଆଗାମୀ ଦିନରେ ଶ୍ରୀ ରାଉତଙ୍କ ନେତୃତ୍ୱରେ ଦଳ ଛାଡି ବିଜେଡିରେ ଯୋଗ ଦେଉଥିବାର ଜଣାଯାଇଛି ।
https://youtu.be/L2BAy2WoUGs

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close