ବ୍ୟାସନଗର ପୈାର ରାଜନୀତି; ବହୁ ଆଗ ଧାଡିର ସକ୍ରିୟ ଓ ପୁରୁଖା ବିଜେପି ନେତାଙ୍କ ଦଳରୁ ଇସ୍ତପା

ବ୍ୟାସନଗର, ୧୨/୩(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଗତ କିଛି ଦିନ ହେବ ବିଜେପିରେ ରହି କୋଣଠେସା ହୋଇଆସୁଥିବା ବହୁ ପୁରୁଖା ନେତା ଏବେ ଦଳ ଛାଡିବାକୁ ନିଷ୍ପତି ନେଇଛନ୍ତି । ଗତ କାଲି ପୁରୁଖା ଓ ସକ୍ରିୟ ନେତାଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବାର ଖବର ଗଣମାଧ୍ୟମରେ (ଧରୀତ୍ରୀରେ) ପ୍ରକାଶ ପାଇବା ପରେ ଦଳରେ କୁହୁଳୁଥିବା ଦ୍ୱନ୍ଦ ଉଗ୍ର ରୂପ ନେଇଥିଲା । ଯେଉଁ ନେତାମାନେ ଦଳ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିଥିଲେ ସେମାନଙ୍କୁ ଚଳିତ ପୈାର ନିର୍ବାଚନ ପ୍ରାର୍ଥୀ ଚୟନ ବେଳେ ପଚରା ନ ଯିବା ଏବେ ଦଳ ପାଇଁ ମହଙ୍ଗା ପଡିଛି । ଗତ କାଲି ରାତ୍ରୀରେ ବରିଷ୍ଠ ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ବାସଭବନରେ ୨୦ରୁ ଉର୍ଦ୍ଧ ପୁରୁଖା ଓ ସକ୍ରିୟ ନେତା ଏକତ୍ରିତ ହୋଇ ଦଳ ଛାଡିବାକୁ ନିଷ୍ପତି ନେଇଛନ୍ତି । ସେମାନେ ହେଲେ ପୂର୍ବତନ ମଣ୍ଡଳ ଉପ-ସଭାପତି ବସନ୍ତ କୁମାର ପାତ୍ର, ମଣ୍ଡଳ ଉପ-ସଭାନେତ୍ରୀ କମଳୀନୀ ସାମଲ, ପୁଷ୍ପଲତା ଦାସ, ସାଧାରଣ ସଂପାଦକ ବିଶ୍ୱରଂଜନ ପଟ୍ଟନାୟକ, ଓବିସି ମୋର୍ଚ୍ଚା ସଭାପତି ଉମେଶ କୁମାର ମଲ୍ଲିକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ସଂପାଦକ ସମୀର କୁମାର ମିଶ୍ର, ଯୁବ ମୋର୍ଚ୍ଚା ସଂପାଦକ ଅସିତ୍ କୁମାର ଦାସ, ମହିଳା ମୋର୍ଚ୍ଚା ସଂପାଦିକା ରୀନା ପାତ୍ର, ଉର୍ମିଳା ନାୟକ, ଲିଲି ମଲ୍ଲିକ, ସ୍ୱର୍ଣ୍ଣଲତା ମିଶ୍ର, ପ୍ରଭାତୀ ପଟ୍ଟନାୟକ, ଆରତୀ ରାୟ, ମିଡିଆ ସେଲ ସଭାପତି ସନ୍ତୋଷ କୁମାର ରଥ, ସନାତନ ମଲ୍ଲିକ, ପ୍ରଫୁଲ୍ଲ ବାରିକ, ସୁମନ ରାୟ, ଅଭିଷେକ ମଲ୍ଲ, ମନୋଜ ସାମଲ, ଅରୁଣ ଦାସ, ଗୈାରୀଶଙ୍କର ପତି, ଚକ୍ରଧର ମଲ୍ଲିକ, ହରଦୟାଲ ସିଂ ପ୍ରମୁଖ । ଏମାନଙ୍କ ସହ ବହୁ ନେତା ଓ କର୍ମୀ ଦଳ ଛାଡିବାକୁ ନିଷ୍ପତି ନେଇଥିବାର ଜଣାଯାଇଛି । ତେଣୁ ଇସ୍ତପା ନେତାଙ୍କ ସଂଖ୍ୟା ଆହୁରି ଲମ୍ବିବାର ଜଣାପଡୁଛି ବୋଲି ବରିଷ୍ଠ ନେତା ବିଶ୍ୱରଂଜନ ପଟ୍ଟନାୟକ କହିଛନ୍ତି । ଏହି ନେତାମାନେ ସେମାନଙ୍କ ଇସ୍ତପା ପତ୍ର ଯାଜପୁର ଜିଲ୍ଲା ସଭାପତି, ରାଜ୍ୟ ସଭାପତି, କେନ୍ଦ୍ରୀୟ ସଭାପତି ଜେ ପି ନଡ୍ଡା, ଯାଜପୁର ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି, ମିଡିଆ ସେଲ ସଭାପତି, କୋରାଇ ବିଧାନସଭା ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ପ୍ରମୁଖଙ୍କ ଇ-ମେଲ ଓ ହ୍ୱାଟ୍ସଅପ ମାଧ୍ୟମରେ ପଠାଇଛନ୍ତି । ପରବର୍ତୀ କାର୍ଯ୍ୟପନ୍ଥା ଖୁବ୍ ଶୀଘ୍ର ଗ୍ରହଣ କରାଯିବ ବୋଲି ବରିଷ୍ଠ ନେତା ବସନ୍ତ କୁମାର ପାତ୍ର କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close