ଉତ୍ତରଦାୟୀ ଭାବେ କାର୍ଯ୍ୟ କଲେ ଅଂଶୁଘାତର ମୁକାବିଲା ସହଜ ଓ ସରଳ ହେବ : ଜିଲ୍ଲାପାଳ

ଯାଜପୁର ; ୧୧/୦୩ (ନି ପ୍ର ) : ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ଏକ ସାମୁହିକ ଦାୟିତ୍ୱ । ଏହାକୁ ଊତ୍ତରଦାୟୀ ଭାବେ କାର୍ଯ୍ୟ କରିବା ଊଚିତ । ବ୍ୟାପକ ଜନ ସଚେତନତା ଓ ବିଭିନ୍ନ ବିଭାଗର ସଠିକ ପରିଚାଳନା ଏହାର ମୁକାବିଲାରେ ସହାୟକ ହେବ ବୋଲି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ମତବ୍ୟକ୍ତ କରିଚ୍ଥନ୍ତି । ଗୁରୁବାର ଅପରାହ୍ନରେ ଜିଲ୍ଲା ଓସୱାନ ସମ୍ମିଳନୀ କକ୍ଷ ଠାରେ ଭିଡିଓ କନପଂରେନ୍ସ ମାଧ୍ୟମରେ ଜିଲ୍ଳା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ରୈାଦ୍ରତାପ, ଅଂଶୁଘାତ, ଜଳ ଓ ବିଜୁଳି କଷ୍ଟ ନିବାରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲ। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍‌ାପାଳ ଶ୍ରୀ ରାଠୋର ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ କାର୍ଯ୍ୟାଳୟ ମାନଙ୍କରେ ଅଶୁଘାତ ସଚେତନତା ସମ୍ପର୍କିତ ବ୍ୟାନର, ହୋଡିଂ, ପୋଷ୍ଟର ଇତ୍ୟାଦି ଲଗାଯିବା, ସାମାଜିକ ଗଣମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବା, ଲୋକମାନେ ପ୍ରଚଣ୍ଡ ଖରାରେ ଅତି ଆବଶ୍ୟକ ନହେଲେ ବାହାରକୁ ନ ବାହାରିବା, ବାହାରକୁ ବାହାରୁଥିଲେ ପାଣି ବୋତଲ, ଚ୍ଥତା, ଜୋତା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା ସଂପର୍କରେ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ଜଳଚ୍ଥତ୍ର ମାନଙ୍କରେ ରଖାଯାଇଥିବା ପାଣିକୁ ବିଶୁଦ୍ଧ ଭାବେ ରଖିବା, ଜନ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ସିନ୍‌ଟେକ୍ସ ଟ୍ୟାଙ୍କ ମାଧ୍ୟମରେ ପାନୀୟ ଜଳ ରଖିବାକୁ ସେ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଯେଉଁ ବିଭାଗକୁ ଯେଉଁ ଦାୟିତ୍ୱ ଦିଆଯାଉଚ୍ଥି ତାହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପନ୍ନ କରି ଲୋକଙ୍କୁ ସେବା ଯୋଗାଇବାକୁ ମତ ଦେଇଥିଲେ । କୈାଣସିଠାରେ ଅଂଶୁଘାତ ମୃତ୍ୟୁର ଅଭିଯୋଗ ଆସିଲେ ତହସିଲଦାର ଓ ସ୍ୱାସ୍ଥ୍ୟ ଅଧିକାରୀ ୪୮ ଘଣ୍ଟା ମଧ୍ୟରେ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଅଂଶୁଘାତର ଅଭିଯୋଗ ଥିବା ଶବକୁ ତୁରନ୍ତ ସଂସ୍କାର ନ କରି ଆଇନ ଅନୁସାରେ ପୋଷ୍ଟମର୍ଟମ, ତଦନ୍ତରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ସଚେତନ କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ବ୍ଳ୍‌କ ପ୍ରଶାସନ, ଜନସ୍ୱାସ୍ଥ୍ୟ ବିଭାଗ ଓ ପୈାର ପ୍ରଶାସନ ପାନୀୟ ଜଳ ଯୋଗାଣ ପାଇଁ ତତ୍ପର ହେବା ସହ ଅଚଳ ନଳକୂପ ଓ ପାଇପ୍ ଲାଇନ୍ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା, ଅଧିକ ସଂଖ୍ୟକ ଟ୍ୟାଙ୍କର ଯୋଗାଡ କରି ରଖିବା ସହ ଜଳ ସମସ୍ୟା ସମ୍ପର୍କିତ ଅଭିଯୋଗ ପୁସ୍ତିକାକୁ ପଞ୍ଚାୟତ ଓ ବ୍ଳ୍‌କ ସ୍ତରରେ ଉପଲବ୍ଧ କରାଇ ନିୟମିତ ଭାବେ ଯାଞ୍ଚ କରି ପଦକ୍ଷେପ ନେବା, ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ବିଗତ ବର୍ଷ ମାନଙ୍କ ଭଳି ପାନୀୟ ଜଳ ସେବା କେନ୍ଦ୍ର ଖୋଲିବା, ଜିଲ୍ଲା ଜରୁରୀ ବିଭାଗ ତରପଂରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା, ବ୍ଳ୍‌କ, ତହସିଲ ଓ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟ ମାନେ ଅନୁରୂପ ଭାବେ ନିୟନ୍ତ୍ରଣ କକ୍ଷ ଖୋଲିବା. ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଓ.ଆର୍‌.ଏସ୍‌. ପ୍ୟାକେଟ୍ ସହ ଅଂଶୁଘାତ ଚିକିତ୍ସା କକ୍ଷ ବ୍ୟବସ୍ଥା କରିବା, ବରପଂ, ଏସି ରୁମ୍‌, କୁଲର ବ୍ୟବସ୍ଥା କରିବା, ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ପଶୁ ମାନଙ୍କ ପାଇଁ ଜଳ କୁଣ୍ଡର ବ୍ୟବସ୍ଥା କରିବା, ଶ୍ରମିକମାନେ ଦିନ ୧୧ ଟାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବା, କାର୍ଯ୍ୟ କରୁଥିବା ସ୍ଥାନରେ ପାନୀୟ ଜଳ, ଓ.ଆର.ଏସ୍‌., ଚ୍ଥାଇ ଇତ୍ୟାଦିର ବ୍ୟବସ୍ଥା କରିବା, ମଧ୍ୟାହ୍ନ ସମୟରେ ବସ୍ ଚଳାଚଳ ବନ୍ଦ ରଖିବା, ବସ୍‌ରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ବରପଂ ଇତ୍ୟାଦି ବ୍ୟବସ୍ଥା କରିବା, ଶିକ୍ଷାନୁଷ୍ଠାନ ଗୁଡିକ ସରକାରୀ ଘୋଷଣା ଅନୁସାରେ କ୍ଲାସ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଜରୁରୀ ବିଭାଗର ହେଲ୍‌ପ ଲାଇନ ନମ୍ୱର ୧୦୭୭ ଓ ୦୬୭୨୮୨୨୨୬୪୮ କୁ ଊପଯୋଗ କରିବା ସହ ଅନ୍ୟ ଜରୁରୀ ସେବା ଯୋଗାଉଥିବା ବିଭାଗମାନେ ତୁରନ୍ତ ନିୟନ୍ତ୍ରଣ କକ୍ଷ ନମ୍ବର ସାର୍ବଜନୀନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜ ଘରର ଚ୍ଥାତ ବା ଖୋଲା ସ୍ଥାନ ମାନଙ୍କରେ ପକ୍ଷୀ ଓ ପଶୁ ମାନଙ୍କ ପାଇଁ ଜଳ ପୂର୍ଣ୍ଣ ପାତ୍ର ରଖିବାକୁ ଅନୁରୋଧ କରାଯାଇଥିଲା । ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ପାନୀୟ ଜଳର ଉତ୍ସ ଗୁଡିକୁ ମରାମତି ସହ ଯେମିତି ଜଳ ସମସ୍ୟା ନ ରହିବ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଶିଳ୍ପ ସଂସ୍ଥା ମାନେ ଏହି ସମୟରେ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ଓ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବା ପାଇଁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ସି.ଡି.ଏମ୍‌.ଓ. ଡା. ବିରଞ୍ଚି ନାରାୟଣ ବାରିକ, ଏ.ଡି.ଏମ୍‌.ଓ ଡା. ସୁଧାଂଶୁ ଶେଖର ବଳ, ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର ସେନାପତି, ଜିଲ୍ଲା ଜରୁରୀ ଅଧିକାରୀ ଉମେଶ ଲେଙ୍କା, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଭିଡିଓ କନ୍‌ପଂରେନ୍ସ ମାଧ୍ୟମରେ ସମସ୍ତ ତହସିଲଦାର, ବି.ଡି.ଓ. ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close