କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ୨୦୨୧-୨୨ ଶିଷାବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟକ୍ରମ ସହ ପରୀକ୍ଷା ଖସଡ଼ା ଘୋଷିତ

ନୂଆଦିଲ୍ଲୀ ; ୦୬/୦୭ ( ବ୍ୟୁରୋ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ୨୦୨୧-୨୨ ଶିଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟକ୍ରମ ସହ ପରୀକ୍ଷା ଖସଡ଼ା ସୋମବାର ଘୋଷଣା କରାଯାଇଛି। ଦୁଇଟି ପର୍ଯ୍ୟାୟ (ଟର୍ମ)ରେ ପୂରା ପାଠ୍ୟକ୍ରମକୁ ବିଭକ୍ତ କରାଯାଇଛି। ପ୍ରତି ପର୍ଯ୍ୟାୟରେ ୫୦ ପ୍ରତିଶତ ପାଠ୍ୟକ୍ରମ ପଢାଯାଇ ପରୀକ୍ଷା କରାଯିବାର ବ୍ୟବସ୍ତା ରହିଛି। ଆଭ୍ୟନ୍ତରୀଣ ମୂଲ୍ୟାୟନ (ଇଣ୍ଟରନାଲ ଆସେସ୍‌ମେଣ୍ଟ), ବ୍ୟାବହାରିକ (ପ୍ରାକ୍ଟିକାଲ) ପରୀକ୍ଷା ଓ ପ୍ରକଳ୍ପ (ପ୍ରୋଜେକ୍ଟ)କୁ ଗୁରୁତ୍ୱ ଦେବାକୁ ସିବିଆଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆସନ୍ତା ନଭେମ୍ବର ଓ ଡିସେମ୍ବର ମଧ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ପର୍ଯ୍ୟାୟ ପରୀକ୍ଷା କରାଯିବ ବୋଲି କୁହାଯାଇଛି। ୯୦ ମିନିଟ୍‌ ପରୀକ୍ଷାରେ କେବଳ ପସନ୍ଦଯୋଗ୍ୟ (ମଲ୍‌ଟିପୁଲ ଚଏସ୍‌) ପ୍ରଶ୍ନ ପଡିବ। ବିଦ୍ୟାଳୟକୁ ପ୍ରଶ୍ନପତ୍ର ଓ ଓଏମଆର (ଅପ୍‌ଟିକାଲ ମାର୍କ ରିଡର) ସିଟ୍‌ ସିବିଏସଇ ପଠାଇବ ଏବଂ ଉତ୍ତରପତ୍ରକୁ ସିବିଏସଇ ପୋର୍ଟାଲରେ ଅପଲୋଡ୍ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୨୦୨୨ ମାର୍ଚ୍ଚ ଓ ଏପ୍ରିଲ ମଧ୍ୟରେ କରାଯିବ। ପରୀକ୍ଷା ସମୟ ୨ ଘଣ୍ଟା ରହିବ। ଏଥିରେ ସଂକ୍ଷିପ୍ତ ଓ ଦୀର୍ଘ ପ୍ରଶ୍ନ ରହିବ । କରୋନା ପରିସ୍ଥିତିରେ ସୁଧାରନ ଆସିଲେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ୯୦ ମିନିଟର ପରୀକ୍ଷା ହେବ ଏଥିରେ କେବଳ ପସନ୍ଦଯୋଗ୍ୟ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବ।

 

 

 

 

 

 

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close