ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ରାଲି

ମୟୁରଭଞ୍ଜ ; ୦୯/୦୩ (ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ) :ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ମହୁଲଡିହା ସେକ୍ସନ ଦ୍ଵାରା ବୁଧବାର ଟ୍ରାକ୍ଟରରେ ଚାରୋଟି ଗ୍ରାମ ପଞ୍ଚାୟତର ବନବାସୀ ପାହାଡିଆ ଲୋକଙ୍କୁ ନେଇ ଏକ ବିଶାଳ ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଛି। ଶିମିଳିପାଳ ଜୈବ୍ୟମଣ୍ଡଳ ଆଗାମୀ ଗ୍ରୀଷ୍ମ ଋତୁରେ ନିଆଁ ଦାଉରୁ ଜଙ୍ଗଲ ଓ ବନ୍ୟଜନ୍ତୁର ସୁରକ୍ଷା ନେଇ ଭାଲିଆଡାଳ ଫରେଷ୍ଟ ବିଟ ହାଉସ୍ ଠାରୁ ସ୍ଥାନୀୟ ସରପଞ୍ଚ ଜାହ୍ନବୀ ସଏ ଓ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଉଦଘାଟନ ପରେ ବାଗଦଫା,ଜାମୁନଣ୍ଡା, ଗୌଡ଼ିଆବାହାଳି, ଖୁଦିସିଳା, ଘଣ୍ଟିଆଦର୍, ଅସୂରର୍ଖାଲ, ଝରଝରି, ଜାମବଣି, ବଉଳା ଇତ୍ୟାଦି ଗ୍ରାମକୁ ଶତାଧିକ ଲୋକ ରାଲିରେ ବାହାରି ହାତରେ ଫ୍ଲାଗ କାର୍ଡ ଧରି ଟ୍ରାକ୍ଟରରେ ପରିକ୍ରମା କରିଥିବାର ଜଣାପଡିଛି। ଏହି ରାଲିରେ ମହୁଲଡିହା ଥାନା ଏସଆଇ ପବିତ୍ର ମୋହନ ରାଉତ, ସନ୍ତୋଷ କୁମାର ନାଏକ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଏ ସି ଏଫ୍ ଫାଲଗୁନୀ ବେହେରା ସାତକୋଶିଆ ରେଞ୍ଜ ଅଧିକାରୀ ପିତାମ୍ବର ସେଠୀ , ସ୍ଥାନୀୟ ଫରେଷ୍ଟର ବିଶ୍ବଜିତ୍ ମହାନ୍ତ , ଫରେଷ୍ଟର ବିଜୟ ମହାନ୍ତ, ତପନ ମହାନ୍ତ ଓ ଫରେଷ୍ଟ ଗାର୍ଡ ଗଦା ଧର ମହାନ୍ତ, ମକରଧ୍ବଜ ନାଏକ, ରଶ୍ମିତା ନାଏକ ଓ ବନ ସୁରକ୍ଷା କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯକ୍ରମକୁ ସଫଳ କରି ଥିବାର ଜଣାଯାଏ। ତେବେ ଏହି ରାଲି କରଂଜିଆ ବନଖଣ୍ଡ ଏବଂ ଉତ୍ତର ଶିମିଳିପାଳ ବନ୍ୟାଞ୍ଚଳ ବନଖଣ୍ଡ ର ବିଭିନ୍ନ ଗ୍ରାମକୁ ଯାଇ ବନ କର୍ମଚାରୀ ମାନେ ସଚେତନ କରୁଥିବାର ଦେଖିବାକୁ ମିଳୁଛି। ଜଙ୍ଗଲ ଆମର ଏବଂ ପଶୁପକ୍ଷୀ ସୁରକ୍ଷା ଆମ କର୍ତ୍ତବ୍ୟ ନାରାରେ ବଣ ପାହାଡ ପ୍ରକମ୍ପିତ ହୋଇଥିଲା। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ମହୁଲଡିହା ଫରେଷ୍ଟ ସେକ୍ସନର ଅଭିନବ ପ୍ରୟାସ ରେ ଟ୍ରାକ୍ଟର ସଚେତନତା ରାଲି ବନଖଣ୍ଡରେ ପ୍ରଥମ ବୋଲି କୁହାଯାଉଛି। ଶିମିଳିପାଳକୁ ବର୍ତ୍ତମାନ ବନବାସୀ ମାନେ ସୁରକ୍ଷା କରିବାକୁ ଆଗେଇ ଆସିଥିବା କୁହାଯାଉଛି। ଦେଖିବାକୁ ବାକି ରହିଲା ବନବିଭାଗ ଓ ଲୋକମାନଙ୍କ ମଧ୍ୟରେ କିପରି ସମ୍ପର୍କ ଯୋଡି ହେଉଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close