‘ଉଦୟବଟ’ ତରଫରୁ ଆର୍ନ୍ତଜାତିକ ମହିଳା ଦିବସ ପାଳିତ

ବ୍ୟାସନଗର,୦୮/୩: ସ୍ଥାନୀୟ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ‘ଉଦୟବଟ’ ତରଫରୁ କାର୍ଯ୍ୟକାରୀ ସମ୍ପାଦିକା ବିଦ୍ୟୁତ୍‌ପ୍ରଭା ରାୟଙ୍କ ଅଧ୍ୟକ୍ଷତାରେ ଆର୍ନ୍ତଜାତିକ ମହିଳା ଦିବସ ମଂଗଳବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବହୁ ମହିଳା ଯୋଗ ଦେଇ ନିଜ ନିଜର ଦାୟିତ୍ୱ ବହନ କରିବା ସହ ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶରେ ମହିଳାଙ୍କ ସହଭାଗିତାକୁ ବ୍ୟାପକ କରିବାକୁ ଶପଥ ନେଇଥିଲେ । ଏଥିରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି, ଉଦୟବଟର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ବକ୍ତା, ବରିଷ୍ଠ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ରାଜ୍ୟ ସ୍ତରୀୟ ମାନବିକ ଅଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ଓ ବରିଷ୍ଠ ନେତ୍ରୀ କମଳିନୀ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜୟଲକ୍ଷ୍ମୀ ପଣ୍ଡିତ, ଭାରତୀ ବେହେରା, ମିଟି ମହାରଣା, ସସ୍ମିତା ମଲ୍ଲିକ, ଉମା ସାହୁ, ଶ୍ୱେତା ରାୟ, ଇନ୍ଦୁମତି ସାହୁ, ମଂଜୁଲତା ନାୟକ, ଭାରତୀ ବିଶ୍ୱାଳ, ତିଳୋତମା ମହାନ୍ତି, ସମୀର ମିଶ୍ର, ସୁମନ ରାୟ, ସନାତନ ମଲ୍ଲିକ, ଗୋଲାପ ମୁଣ୍ଡା, ମନ୍ଦାକିନୀ ପଣ୍ଡିତ, ଆରତୀ ବାରିକ ପ୍ରମୁଖ ଯୋଗ ଦେଇ ମହିଳାମାନେ ଯୁଗୋପେଯୋଗୀ ହେବା ସଂଗେ ସଂଗେ ସୁସଂଗଠିତ ହୋଇ କାର୍ଯ୍ୟ କଲେ ରାଜ୍ୟ ଓ ଦେଶର ମଙ୍ଗଳ ସାଧନ ହୋଇପାରିବ ବୋଲି କହିଥିଲେ । ବିଶ୍ୱ ମହିଳା ଦିବସର ତାତ୍ପର୍ଯ୍ୟତା ଉପରେ ଏଠାରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close