ପଟୁଣିଆ ପଂଚାୟତର ନଛିପୁରରେ ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର, ବିଶ୍ୱ ମହିଳା ଦିବସରେ ବି ମହିଳାଙ୍କୁ ଆକ୍ରମଣ

ଚଣ୍ଡିଖୋଲ,(ଉ.ନ୍ୟୁଜ୍ ବ୍ୟୁରୋ), ୮/୩: ନିଜ ଦଳ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ନ ଦେବାରୁ ଗିଛି ଗୁଣ୍ଡା ଶ୍ରେଣୀର ଲୋକେ ବଡଚଣା ଥାନା ଅର୍ନ୍ତଗତ ପଟୁଣିଆ ପଂଚାୟତର ବଡ଼ନଛିପୁର ଗ୍ରାମର ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ହୋଇ ଫ୍ରଥମେ ବଡ଼ଚଣା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକରେ ଚିକିତ୍ସିତ ହେବା ଘଟଣା ଆଜି ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ବଡ଼ନଛିପୁର ଗ୍ରାମର ବାସୁଦେବ ନାୟକ ଗତକାଲି ବିଳମ୍ବିତ ରାତ୍ରୀରେ ପ୍ରଚୁର ମଦ୍ୟପାନ କରି ଭାରସାମ୍ୟ ହରାଇ ସେହି ଗ୍ରାମର ଆଲୋକ ସାମନ୍ତରାୟଅଶୋକ ସାମନ୍ତରାୟ ୦୨ ଭାଇଙ୍କୁ ଆକ୍ରମଣ କରିବା ପାଇଁ ଯାଇ ସେମାନଙ୍କ କବାଟ ବାଡ଼େଇ ଚିତ୍କାର କରିବା ସହ ସେମାନେ କବାଟ ନ ଖୋଲିବାରୁ ଗାଳିଗୁଲଜ କରି ସେଠାରୁ ଫେରିଯାଇଥିଲେ । ତୁମ ପରିବାର ଆମ ଦଳକୁ କାହିଁକି ଭୋଟ ଦେଲ ନାହିଁ ବୋଲି କହି ପୁନଶ୍ଚ ଆଜି ସକାଳେ ସଂଘବଦ୍ଧ ହୋଇ ବାସୁଦେବ ଓ ତାଙ୍କ ପରିବାରର ଭାବଗ୍ରାହୀ, ରାଜୀବ, କେଶବ, ନୃସିଂହ, ମାଧବାନନ୍ଦ ପ୍ରମୁଖ ଲୁହାରଡ, ଠେଙ୍ଗା ବାଡି, କଟୁରୀ ଆଦି ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ଅଚାନକ ଅଶୋକଙ୍କ ପରିବାରର ମହିଳାଙ୍କ ଉପରେ ଅର୍ତକିତ ଆକ୍ରମଣ କରିବା ସହ ଆଲୋକଙ୍କ ମୁଣ୍ଡକୁ ଲୁହା ରଡରେ ବାଡେଇ ଲହୁଲୁହାଣ କରିଥିବାର ଜଣାଯାଇଛି । ଆଜି ବିଶ୍ୱ ମହିଳା ଦିବସ ହୋଇଥିବା ବେଳେ ହିତାହିତ ଜ୍ଞାନ ହରାଇ ସେମାନେ ମହିଳାଙ୍କୁ ଅସୈାଜନ୍ୟ ବ୍ୟବହାର ଦେଖାଇବା ସହ ବହୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜ କରିଥିବା ଘଟଣା ଆଜି ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଏହି ଆକ୍ରମଣରେ ଗୁରୁତର ହୋଇଥିବା ଆଲୋକଙ୍କୁ ବଡ଼ଚଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସନ୍ଧ୍ୟାରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି । ବଡ଼ଚଣା ଥାନାରେ ଏତଲା ପାଇଁ ଆହତ ପରିବାର ପକ୍ଷରୁ ବହୁ ସମୟ ଅପେକ୍ଷା କରାଯାଇଥିବା ବେଳେ ବଡବାବୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଛି । ଆକ୍ରମଣକାରୀଙ୍କ ପକ୍ଷରୁ କେହି ଚଳିତ ନିର୍ବାଚନରେ ଭାଗ ନେଇ ନ ଥିଲେ ହେଁ ସେମାନେ ଦଳର ଉପରିସ୍ଥଙ୍କୁ ଦେଖାଇବା ପାଇଁ ଏପରି ଲଙ୍କା କାଣ୍ଡ ଭିଆଇଥିବାର ଜଣାଯାଇଛି । ସେମାନଙ୍କ ଭଡାଟିଆ ଗୁଣ୍ଡାଗିରି ସର୍ବସାଧାରଣରେ ଆଲୋଡନ ସୃଷ୍ଟି କରିଥିବା ବେଳେ ନିର୍ବାଚନ ପରବର୍ତୀ ଗୁଣ୍ଡାରାଜ ବନ୍ଦ କରାଯିବାକୁ ବିଭିନ୍ନ ମହଲରେ ଦାବୀ ଉଠିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close