ମିଶନ ଇନ୍ଦ୍ରଧତ୍ନଷ କାର୍ଯ୍ୟକ୍ରମର ଶୁଭାରମ୍ଭ


ଯାଜପୁର ; ୦୮/୦୩ (ବ୍ୟୁରୋ) : ଜିଲ୍ଲାରେ ଶତପ୍ରତିଶତ ଟୀକାକରଣର ଲକ୍ଷ୍ୟ ନେଇ ମିଶନ ଇନ୍ଦ୍ରଧନୁଷ ର ଶୁଭାରମ୍ଭ କରାଯାଇଚ୍ଥି । ସୋମବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟୀକାକରଣ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ତଥା ଜନସ୍ୱାସ୍ଥ୍ୟ ଅଧକାରୀ ଡା. ବିରଞ୍ଚି ନାରାୟଣ ବାରିକ ଏବଂ ଅତିରିକ୍ତ ଜିଲ୍ଳା ଚିକିତ୍ସାଧିକାରୀ (ପରିବାର ନିୟୋଜନ) ଡା. ଶିବାଶିଷ ମହାରଣା ଆସିଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପ୍ରଥମ ପୋଲିଓ ବୁନ୍ଦା ଓ ଟୀକା ଦେଇ ଏହି ଅଭିଯାନକୁ ଆଗେଇ ନେବାକୁ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଟୀକାକରଣରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ଯାଜପୁର ଜିଲ୍ଲା କୋଭିଡ୍ ମହାମାରୀ ସମୟରେ ଲୋକମାନଙ୍କ ଭୟ ଯୋଗୁ ୯୨ ପ୍ରତିଶତରୁ ୮୦ ପ୍ରତିଶତକୁ ଖସି ଆସିଛି । ମିଶନ୍ ଇନ୍ଦ୍ରଧନୁଷ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଏହାକୁ ପୁଣି ଶତ ପ୍ରତିଶତ ସଫଳ କରାଇ ପାରିବା ବୋଲି ଡା. ବାରିକ କହିଥିଲେ । ମୂଳରୁ ଟୀକା ନେଇ ନ ଥିବା ଅବା ଆଂଶିକ ଭାବେ ଟୀକା ନେଇଥିବା ଜନ୍ମରୁ ୨ ବର୍ଷ ଶିଶୁ ଏବଂ ଗର୍ଭବତୀ ମହିଳା ମାନଙ୍କୁ ଚଳିତ ମାସ ୭ ତାରିଖôର ୧୩ ତାରିଖ, ଅପ୍ରେଲ ୪ ରୁ ୧୦ ତାରିଖ ଏବଂ ମଇ ୨ ରୁ ୮ ତାରିଖ ଯାଏ ୩ ଗୋଟି ପର୍ଯ୍ୟାୟରେ ଟୀକା ଦିଆଯିବ । ଜିଲ୍ଲାର ଆଶା, ଏ.ଏନ.ଏମ. ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ବିଭିନ୍ନ ବ୍ଳ୍‌କ ଅଞ୍ଚଳରୁ ଚିହ୍ନିତ ହୋଇଥିବା ମୋଟ ୪୦୪ ଜଣ ଶିଶୁ ଏବଂ ୫୮ ଜଣ ଗର୍ଭବତୀ ମହିଳାଙ୍କୁ ଏଥିରେ ସାମିଲ କରାଯିବ ବୋଲି ସୂଚନା ଦିଆଯାଇଚ୍ଥି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡି.ପି.ଏମ. ଚିନ୍ମୟ ବରାଳ, ରଜତ କୁମାର ମିଶ୍ର, ଶ୍ରୀମତୀ ରୁକ୍ମିଣୀ ବେହେରା, ଶୁଭ୍ରଜିତ୍ ପୃଷ୍ଟି, ଚିକିତ୍ସାଳୟର କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ଊପସ୍ଥିତ ଥିଲେ ।

 

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close