ଗ୍ରହରାଜ ଶନିଦେବଙ୍କ ପୂଜା, ରାଛିପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ବ୍ୟାସନଗର, ୨୯/୪(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଓଡ଼ିଶାର ପୁର ପଲ୍ଲୀରେ ଆଜି ଗ୍ରହରାଜ ଶନିଦେବଙ୍କ ପୂଜା ଓ ଯଜ୍ଞ ଆଦି ପାଳିତ ହେଉଥିବା ବେଳେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅର୍ନ୍ତଗତ ତଥା ବ୍ୟାସନଗର ସହର ଉପକଣ୍ଠ ରାଛିପୁର ଠାରେ ଆଜି ଶନିଦେବଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ବିଳମ୍ବିତ ରାତ୍ର ଅର୍ଥାତ ରାତ୍ର ୦୩ଘଟିକା ଠାରୁ ଶନିଦେବଙ୍କ ଦର୍ଶନ ତଥା ପାଣି ଢ଼ାଳିବା ପାଇଁ ଲମ୍ବା ଧାଡ଼ି ଲାଗିଯାଇଥିଲା ରାଛିପୁରରେ । ଦିନ ତମାମ ପ୍ରବଳ ଭିଡ଼ ମଧ୍ୟରେ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ପ୍ରବଳ ଖରା ଓ ଗୁଳୁଗୁଳିକୁ ଖାତିର ନ କରି ଲାଇନରେ ଘଂଟା ଘଂଟା ଧରି ଅପେକ୍ଷା କରି ପାଣି ଢ଼ାଳି ନିଜର ଗ୍ରହ ଶାନ୍ତି ପ୍ରଭୂଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏଠାରେ ଅନୁଷ୍ଠିତ ଯଜ୍ଞର ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇଥିଲା । ରାଛିପୁର ପଂଚାୟତ ଓ ଯାଜପୁରରୋଡ଼ ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇଥିଲା । ଶନିଦେବଙ୍କ ନିକଟରେ ମାନସିକ ପୂରଣ ପାଇଁ ବର୍ଷେ କାଳ ପାଣି ଢ଼ାଳିବା ପାଇଁ ଲୋକେ ଅପେକ୍ଷା କରିଥାନ୍ତି । ମହିଳାମାନେ ବେଶି ସଂଖ୍ୟାରେ ବେଶି ଯାଉଥିବାର ଲକ୍ଷ୍ୟ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close